/odishatv-khabar/media/media_files/2025/10/15/pk-2025-10-15-19-58-46.jpg)
PK Photograph: (OTV)
ବିହାରର ରାଜନୈତିକ ରଣନୀତିଜ୍ଞ ତଥା ନେତା ପ୍ରଶାନ୍ତ କିଶୋର ଏକ ବଡ଼ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କହିଛନ୍ତି ଯେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଲଢ଼ିବେ ନାହିଁ । ପ୍ରଶାନ୍ତ କହିଛନ୍ତି, “ଜନ ସୁରାଜ ଅଭିଯାନ ନିଷ୍ପତ୍ତି ନେଇଛି ଯେ ମୋତେ ସାଙ୍ଗଠନିକ କାମ ଉପରେ ଧ୍ୟାନ ଦେବାକୁ ହେବ, ତେଣୁ ମୁଁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି ନାହିଁ।”
ବିକଳ୍ପ ରାଜନୀତିର ସ୍ୱପ୍ନ
ପିକେ କହିଛନ୍ତି ଯେ ଜନ ସୁରାଜ କେବଳ କ୍ଷମତା ହାସଲ କରିବାର ଆନ୍ଦୋଳନ ନୁହେଁ, ବରଂ ଏକ ବିକଳ୍ପ ରାଜନୈତିକ ଚିନ୍ତାଧାରା। ସେ ଦାବି କରିଛନ୍ତି ଯେ ଯଦି ବିହାରରେ ଜନ ସୁରାଜକୁ ୧୫୦ରୁ କମ ଆସନ ମିଳେ, ତାହାକୁ ପରାଜୟ ବୋଲି ଗଣାଯିବ। ସେ କହିଛନ୍ତି, “ଆମେ ପରିବର୍ତ୍ତନର ରାଜନୀତି କରୁଛୁ, ଅଧା-ଅଧୁରା ଜନାଦେଶ ଆମ ଲକ୍ଷ୍ୟକୁ ଦୁର୍ବଳ କରିବ।”
ନୀତୀଶ ସରକାର ଉପରେ ଆକ୍ରମଣ
ନୀତୀଶ କୁମାରଙ୍କ ସରକାରଙ୍କୁ ଟାର୍ଗେଟ କରି ପିକେ କହିଛନ୍ତି ଯେ ବର୍ତ୍ତମାନର ଶାସନରେ ଦୁର୍ନୀତିର ମୂଳ ଆଗକୁ ଅପେକ୍ଷା ଅଧିକ ଗଭୀର ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ ନୀତୀଶଙ୍କ ସରକାରର ଅନେକ ନେତା ଆରଜେଡି ନେତାଙ୍କଠାରୁ ମଧ୍ୟ ଅଧିକ ଦୁର୍ନୀତିଗ୍ରସ୍ତ। ସେ କହିଛନ୍ତି, “କ୍ଷମତାରେ ଥିବା ଲୋକମାନେ ଜନସେବା ନୁହେଁ, ବ୍ୟକ୍ତିଗତ ଲାଭ ପାଇଁ ରାଜନୀତି କରୁଛନ୍ତି।”
ଜନ ସୁରାଜର ଯାତ୍ରା
ଜନ ସୁରାଜ ଅଭିଯାନର ପ୍ରତିଷ୍ଠାତା ଭାବେ ପ୍ରଶାନ୍ତ କିଶୋର ଗତ ଦୁଇ ବର୍ଷ ଧରି ଗାଁ ଗାଁ ପଦଯାତ୍ରା କରି ଲୋକଙ୍କ ସହ କଥା ହେଉଛନ୍ତି । ସେମାନଙ୍କ ସମସ୍ୟା ବୁଝୁଛନ୍ତି । ସେ କହିଛନ୍ତି, “ଏହି ଆନ୍ଦୋଳନ କୌଣସି ବ୍ୟକ୍ତି କିମ୍ବା ପଦ ପାଇଁ ନୁହେଁ, ବରଂ ବିହାରର ଭବିଷ୍ୟତ ପାଇଁ।”
300 SI Posts Allegedly Sold: ଟ୍ରେନରେ ଯାଉଥିଲେ ୧୮୬ ଜଣ , ୩୦୦ SI ପଦବୀ ବିକ୍ରି ପାଇଁ ହୋଇଥିଲା ଡିଲ୍ !

Fakes Maoist Threat: ୩୫ ଲକ୍ଷ ଦିଅ, ନଚେତ ତୁମ ପରିବାରକୁ ମାରିଦେବୁ...ବାପାକୁ ପୁଅର ଧମକ ଚିଠି

Double Rice Quota: ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଚାଉଳ, ଆଶା ଦେଖାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

Shocking in Bhubaneswar: ସାଇକେଲରେ ଡାକ୍ତରଖାନା ଗଲେ ରୋଗୀ, ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଦୃଶ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)