/odishatv-khabar/media/media_files/2025/10/15/bjd-2025-10-15-19-21-55.jpg)
bjd Photograph: (OTV)
ସ୍ନେହାଙ୍ଗିନୀ ଛୁରିଆ ହେଲେ ନୂଆପଡ଼ାର ବିଜେଡି ପ୍ରାର୍ଥୀ । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୂର୍ବରୁ ୨ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ପୂର୍ବରୁ ଅତାବିରାରୁ ବିଧାୟିକା ଥିଲେ ।
#BIG_BREAKING !#ବିଜେଡିରୁ_ସ୍ନେହାଙ୍ଗିନୀ !
— ଓଟିଭି (@otvkhabar) October 15, 2025
- ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥିନୀ
- ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ସ୍ନେହାଙ୍ଗିନୀ
- ଅତାବିରାରୁ ୨ ଥର ବିଧାୟିକା ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ#NuapadaByPoll… pic.twitter.com/uzBOoEfE1K
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ନୂଆପଡ଼ା ନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି ! #NuapadaByPoll#SnehanginiChhuria#BJD#OTVpic.twitter.com/MVdwawFblv
— ଓଟିଭି (@otvkhabar) October 15, 2025
ସେପଟେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଜୟ ଢୋଲକିଆ। ଆସନ୍ତାକାଲି ନାମାଙ୍କନ ଭରିବେ ଜୟ ଢୋଲକିଆ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କାଲି ନାମାଙ୍କନ ଭରିବେ। ନାମାଙ୍କନ ବେଳେ ଉପସ୍ଥିତ ରହିବେ ରାଜ୍ୟ ସଭାପତି ମନମୋହନ ସାମଲ। ଏହା ପୂର୍ବରୁ ନୂଆପଡ଼ାରେ କାଲି ବିଜେପି ବିଶାଳ ସମାବେଶ କରିବ।
ତେବେ ନୂଆପଡ଼ା ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଜୟ ଢୋଲକିଆ ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କଠୁ ଆଶୀର୍ବାଦ ନେଇଥିଲେ। ବସନ୍ତଙ୍କୁ ଭେଟି ଆଲୋଚନା କରିବା କରିବା ସହିତ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଜୟ। ସେହିଭଳି ଖରିଆର ରୋଡ୍ NAC ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ।
ପ୍ରାର୍ଥୀ ଘୋଷଣାରେ ଆଗରେ ଥିବା କଂଗ୍ରେସ ପାଇଁ ଏବେ ଅଡୁଆ ସ୍ଥିତି। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାମାଜିକ ବାସନ୍ଦ କରିଥିବା ଜଣାପଡିଛି। ଜିଲ୍ଲା ଆଦିବାସୀ ସଂଘକୁ ନଜଣାଇ ସେ କଂଗ୍ରେସରେ ଯୋଗ ଦେଇଥିବାରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସଂଘ ତାଙ୍କୁ ବାସନ୍ଦ କରିଥିବା ଜଣାଇଛି। କିନ୍ତୁ ଘାସିରାମ ଏହି ଆଦେଶକୁ ଅତି ହାଲୁକା ଭାବେ ନେଇ କହିଛନ୍ତି ଏହା ଅଗଣତାନ୍ତ୍ରିକ। ଆଦିବାସୀ ମାନେ ତାଙ୍କ ସହିତ ଥିବା ଘାସିରାମ ଦମ୍ଭୋକ୍ତି ଦେଖାଇଛନ୍ତି।
ISKCON: ମାନିଲାନି ଇସ୍କନ, ଜଗନ୍ନାଥ ସଂସ୍କୃତି ପ୍ରତି ପୁଣି ଅପମାନ... ବିଧି ପରମ୍ପରା ଭାଙ୍ଗି ଅଦିନିଆ ରଥଯାତ୍ରା

300 SI Posts Allegedly Sold: ଟ୍ରେନରେ ଯାଉଥିଲେ ୧୮୬ ଜଣ , ୩୦୦ SI ପଦବୀ ବିକ୍ରି ପାଇଁ ହୋଇଥିଲା ଡିଲ୍ !

Fakes Maoist Threat: ୩୫ ଲକ୍ଷ ଦିଅ, ନଚେତ ତୁମ ପରିବାରକୁ ମାରିଦେବୁ...ବାପାକୁ ପୁଅର ଧମକ ଚିଠି

Double Rice Quota: ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଚାଉଳ, ଆଶା ଦେଖାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)