Advertisment

Habitual Traffic Offenders: କଠୋର ହେଲା ପରିବହନ ବିଭାଗ, ନିୟମ ବାରମ୍ବାର ଭାଙ୍ଗିଲେ ରଦ୍ଦ ହେବ ଆରସି

ରାସ୍ତାରେ ଗାଡ଼ି ଚଳାଇବା ବେଳେ ଏଭଳି ବାରମ୍ବାର ତ୍ରୁଟି ହେଲେ, ଆଉ ନାହିଁ ନିସ୍ତାର। ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ଏଣିକି କଠୋର ହେବ ଆଇନ, ଆଉ ରଦ୍ଦ ହେବ ଆରସି।

author-image
Manas Ranjan Mohanty
E-CHALAN

E-CHALAN Photograph: (OTV)

ରାସ୍ତାରେ ଗାଡ଼ି ଚଳାଇବା ବେଳେ ଏଭଳି ବାରମ୍ବାର ତ୍ରୁଟି ହେଲେ, ଆଉ ନାହିଁ ନିସ୍ତାର। ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ଏଣିକି କଠୋର ହେବ ଆଇନ, ଆଉ ରଦ୍ଦ ହେବ ଆରସି। ରାଜ୍ୟରେ ହୁ ହୁ ବଢ଼ିଥିବା ସଡ଼କ ଦୁର୍ଘଟଣାର ହାର କମାଇବା ଆଉ ଇ ଚାଲାଣ ପେଣ୍ଡିଂ ହ୍ରାସ ଲାଗି ଆଭିମୁଖ୍ୟ କଠୋର କରିଛି ରାଜ୍ୟ ପରିବହନ ପ୍ରାଧିକରଣ- ଏସଟିଏ।

Advertisment

ଗତକାଲି ଏସଟିଏ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ନିଷ୍ପତ୍ତି ହୋଇଛି ଯେ, ରାସ୍ତାରେ ଏଣିକି ଗାଡ଼ି ଚଳାଇବା ବେଳେ ବାରମ୍ବାର ମୋଟର ଭେଇକିଲ ଆଇନ୍ ଉଲ୍ଲଂଘନକାରୀଙ୍କ ତାଲିକା ପ୍ରସ୍ତୁତ କରି ଗାଡ଼ି ମାଲିକଙ୍କୁ ନୋଟିସ ପଠଯିବ। ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର। ଏପରିକି ୟା ଭିତରେ ପ୍ରାୟ ୨୦୦ ଗାଡ଼ିର ପଞ୍ଜିକରଣ ସାର୍ଟିଫିକେଟ୍ ବାତିଲ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ପରିବହନ ମନ୍ତ୍ରୀ...

ଗୋଟିଏ ପଟେ ମୋଟର ଯାନ ଆଇନର ଉଲ୍ଲଂଘନ, ଅନ୍ୟପଟେ ଜରିମାନା ପରେ ଅନାଦେୟ ଇ ଚାଲାଣ ଟଙ୍କାକୁ ନେଇ ବି ଚିନ୍ତାରେ ସରକାର। କାରଣ ରାଜ୍ୟରେ ଏବେ ନିୟମ ନମାନି, ଇ-ଚାଲାଣର ଶିକାର ହୋଇଥିବା ଗାଡ଼ି ଚାଳକଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷ। ତା ସହ ବଢ଼ିଚାଲିଛି ଅନାଦେୟ ଟଙ୍କାର ପରିମାଣ। ତଥ୍ୟ ଅନୁସାରେ ଆଦାୟ ନହୋଇ ପଡ଼ିରହିଥିବା ଇ-ଚାଲାଣ ବାବଦ ଅର୍ଥ ପରିମାଣ ପ୍ରାୟ ୧ ହଜାର କୋଟିରୁ ଅଧିକ। ତେବେ ଏ ଟଙ୍କା କେମିତି ଆଦାୟ ହେବ ଏବଂ ଜନସାଧାରଣଙ୍କ ଉପରୁ ଫାଇନ ବୋଝ କମିବ, ସେ ନେଇ ନିକଟରେ ୱାନ୍ ଟାଇମ୍ ସେଟଲମେଣ୍ଟ ବା ଓଟିଏସର ବ୍ୟବସ୍ଥା କରିଛନ୍ତି ସରକାର। ଯେଉଁଥିରେ କୋର୍ଟକୁ ଯାଇନଥିବା ଇ ଚାଲାଣ-ମାମଲାରେ ଫାଇନ୍ ପରିମାଣର ୫୦ ପ୍ରତିଶତ ଛାଡ଼ ଯୋଜନା କରିଛି ଏସଟିଏ। ଏହାସତ୍ତ୍ବେ ଯେଉଁମାନେ ଇ-ଚାଲାଣ ପୈଠ ନକରିବେ, ସେମାନଙ୍କ ଗାଡ଼ିର ଆରସି ମଧ୍ୟ ରଦ୍ଦ କରାଯିବ। ଯେଉଁ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସଚେତନ ନାଗରିକ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ।...

ବିଭିନ୍ନ ସମୟରେ ଲକ୍ଷ୍ୟ କରାଯାଇଛି, ଯେ ଜାତୀୟ ହାର ତୁଳନାରେ ଓଡ଼ିଶାର ଦୁର୍ଘଟଣାର ହାର ଅଧିକ। ବେପରୁଆ ଗାଡ଼ିଚାଳନା, ମଦ୍ୟପାନ ସହ ଡ୍ରାଇଭିଂ, ନିୟମର ଉଲ୍ଂଘନ ଏବଂ ଖରାପ ରାସ୍ତା ଆଦି କାରଣ ପାଇଁ ରାଜ୍ୟରେ ଉଦବେଗଜନକ ଭାବେ ବଢୁଛି ଦୁର୍ଘଟଣା। ଯେଉଁଥିପାଇ ଗତ ୫ ବର୍ଷରେ ୨୭ ହଜାର ୧୬୭ ଜୀବନ ଯାଇଥିବା ବେଳେ ଆହତ ହୋଇଛନ୍ତି ୫୦ ହଜାରରୁ ଅଧିକ ଲୋକ।...

Advertisment
Advertisment
Related Articles
Advertisment