/odishatv-khabar/media/media_files/2025/10/18/rape-2025-10-18-20-44-50.jpg)
rape Photograph: (OTV)
ବୟସ କହିଲେ ୧୬ କି ୧୭। ହେଲେ କୌଣସି କାରଣରୁ ସେକ୍ସ ରାକେଟର ଜାଲରେ ଫସିଯାଇଥିବା ଏ ନାବାଳିକା ଝିଅ ସହ ଘଟିଛି ଭୟଙ୍କର କାଣ୍ଡ। ଦୁଷ୍କର୍ମର ଶିକାର ହେବା ପରେ ଗୁରୁତର ଅବସ୍ଥାରେ ସେ ଏବେ କ୍ୟାପିଟାଲ୍ ହସ୍ପିଟାଲରେ। ଆଉ ରାଜଧାନୀର ଛାତି ଉପରେ ଏଭଳି ଜଘନ୍ୟ କାଣ୍ଡକୁ ନେଇ ହୁଲସ୍ତୁଲ୍। କାରଣ ସେକ୍ସ ରାକେଟରେ ସାମିଲ୍ କରାଯାଇଥିଲା ନାବାଳିକାଟିକୁ। ଯାହାର ଘର ଝାଡ଼ଖଣ୍ଡ ଅଞ୍ଚଳରେ ବୋଲି କୁହାଯାଉଛି।
ବୁଧବାର, ଅପରାହ୍ନ ୩ଟା। ରକ୍ତସ୍ରାବ ଅବସ୍ଥାରେ ପୀଡ଼ିତାଙ୍କୁ ଅଟୋରେ ଧରି କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିଥିଲେ ଜଣେ ମହିଳା। ଆଉ ମେଡ଼ିକାଲରେ ଛାଡ଼ି ଦେଇ ମହିଳା ଜଣକ ମାରିଥିଲେ ଚମ୍ପଟ। ପରେ ପ୍ରାଥମିକ ଚିକିତ୍ସା କରି ଘଟଣା ସଂପର୍କରେ କ୍ୟାପିଟାଲ୍ ଥାନାକୁ ଜଣାଇଥିଲେ ମେଡ଼ିକାଲ୍ କର୍ତ୍ତୃପକ୍ଷ। ଏହାପରେ ସିସିଟିଭି ଫୁଟେଜ୍ ଆଧାରରେ ଆଜି ଅଟୋ ଚାଳକକୁ ଧରିଥିଲା ପୋଲିସ। ଆଉ ତଦନ୍ତ ପରେ ସାମ୍ନାକୁ ଆସିଥିଲା ସେକ୍ସ ରାକେଟରେ ନିୟୋଜିତ ସଂପୃକ୍ତ ନାବାଳିକାଟିକୁ ଦୁଷ୍କର୍ମର ସଂଗୀନ ମାମଲା। ଯାହାକୁ ନିର୍ଯାତନା ବି ଦିଆଯାଇଛି।...
୪ ଦିନ ତଳର ଏହି ଲଜ୍ଜାଜନକ ଘଟଣା ଆଜି ସକାଳେ ଆସିଥିଲା ସାମ୍ନାକୁ। ପ୍ରଥମେ କୁହାଗଲା ଦୁଷ୍କର୍ମ ବୋଲି। ପରେ ଖୋଳତାଡ଼ କରୁ କରୁ ସାମ୍ନାକୁ ଆସିଲା ସେକ୍ସ ରାକେଟ୍। ଲକ୍ଷ୍ମୀସାଗରର ଜନବସତି ଇଲାକା। ଆଉ ସେହି କୋଠା ଯାଜ୍ଞସେନୀ ନିବାସ। ପ୍ଲଟ୍ ନମ୍ବର EB-324। ମିଳିଥିବା ସୂଚନା ଅନୁଯାୟୀ, ୩ ମହଲା ବିଶିଷ୍ଟ ଏହି କୋଠାର ୨ ମହଲା ଥିଲା ଗରାଖଙ୍କ ରଙ୍ଗମହଲ। ବାହାରକୁ କପଡ଼ା ଗୋଦାମ, କିନ୍ତୁ ଭିତରେ ଚାଲୁଥିଲା ଦେହ ବ୍ୟବସାୟ। ଦିନ ହେଉ କି ରାତି, ଜମୁଥିଲା ଆସର। ନିୟୋଜିତ ଥିଲେ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ ଆଦି ରାଜ୍ୟର ଅନେକ ଯୁବତୀ। ସାମିଲ ଥିଲେ ନାବାଳିକା। ଯାହାର ରିଂ ମାଷ୍ଟର ଥିଲେ ବାରିକ ବାବୁ ଓ ତାଙ୍କ ପତ୍ନୀ। ସେମାନେ ବି ଏହି କୋଠାର ମାଲିକ ଥିବା ବୟସ୍କ ଦମ୍ପତ୍ତିଙ୍କ ସହ ରହୁଥିଲେ ଭଡ଼ାରେ। ଆଉ ଏହି କୋଠରୀରେ ହିଁ ଜଣେ ଗରାଖ ଆସି ନାବାଳିକାକୁ ଦୁଷ୍କର୍ମ ସହ ଗୁରୁତର କରି ଖସିଗଲା ରାଣୀ ମହୁମାଛି କୁହାଯାଉଥିବା ବାରିକ ବାବୁଙ୍କ ପତ୍ନୀଙ୍କ ଇସାରାରେ। ଅଞ୍ଚଳବାସୀଙ୍କ କହିବା କଥା, ଏଠାରେ ଗତ ୫ ବର୍ଷ ଧରି ଚାଲିଆସୁଛି ଏଭଳି ଆପତ୍ତିଜନକ କାରବାର। ଏ ସଂପର୍କରେ ପୋଲିସକୁ ଅବଗତ କରାଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ହୋଇନି।
ତେବେ ସେକ୍ସ ରାକେଟରେ ନିୟୋଜିତ ନାବାଳିକାକୁ ଏଭଳି ଭାବେ ଦୁଷ୍କର୍ମ କଲା କିଏ ? କିଏ ସେହି ଗରାଖ ? ଅନ୍ତଃରାଜ୍ୟ ସେକ୍ସ ରାକେଟ୍ ଚଳାଉଥିବା ସେହି ବାରିକ ବାବୁ କିଏ ? କାହାଠୁ ଅଭୟବର ପାଇ ଜନବସତି ଅଞ୍ଚଳରେ ଚଳାଉଥିଲା କୁକର୍ମ ? ଏଭଳି ପ୍ରଶ୍ନ ଭିତରେ ପୋଲିସ ଆଜି ଯାଜ୍ଞସେନୀ ନିବାସର ୨ଟି ଫ୍ଲୋରକୁ ସିଲ୍ କରିଛି। ତା’ସହ ତଥାକଥିତ ବାରିକ ବାବୁର ରାଣୀ ମହୁମାଛି ପତ୍ନୀ ତଥା ପୀଡ଼ିତାଙ୍କୁ ମେଡ଼ିକାଲରେ ଛାଡ଼ି ଖସି ପଳାଇଥିବା ମହିଳାଙ୍କୁ ଗିରଫ କରିଛି। ସେହିପରି ୭ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ।
Crime Branch Raid: ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ୍ ରେଡ୍ , ଖୋଲିବ ସବୁ ଗୁମର !

Land Demarcation: ଜମି ଡିମାର୍କେସନ ପାଇଁ ଟେନସନ ଗଲା, ଏଣିକି ଅନଲାଇନ ଆବେଦନ

Hospital Runs Without Doctors: ଭଗବାନ ଭରସାରେ ରୋଗୀ, କିନ୍ତୁ ହସପିଟାଲ୍ ଚକାଚକ୍ ...

Farmers Turn Lakhpatis: ଲକ୍ଷପତି କରିଦେବ ଏହି ଚାଷ, ଥରେ କରିଲେ ୩୫ବର୍ଷ ଧରି ରୋଜଗାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)