/odishatv-khabar/media/media_files/2026/01/02/bhadrak-sarathi-baba-puja-2026-01-02-16-14-30.jpg)
Bhadrak-Sarathi-Baba-Puja Photograph: (OTV)
ଏମାନଙ୍କୁ ଏମିତି ସାରଥି ନିଶା ଚଢିଛି ଯେ, ଆଉ ଛାଡୁନି । କୁଆଡେ ମଦ ନିଶାଠୁ ବି ଏ ନିଶା ଆହୁରି ଅଧିକ । 'ସାରଥି ବାବା ଆମ ପାଇଁ ସ୍ୱୟଂ ନାରାୟଣ । ସାରଥି ଭଗବାନ ଥିଲେ, ଅଛନ୍ତି ଓ ରହିବେ' ବୋଲି ଭଜନକୀର୍ତ୍ତନ କରି କହୁଛନ୍ତି ଅନୁଗାମୀ । ଏଠି ସମସ୍ତେ ସାରଥି ମାୟାରେ ବାୟା । ସାରଥି ଫଟୋ ଆଗରେ ଭଜନର ତାଳେ ତାଳେ ନାଚୁଛନ୍ତି ସଭିଏଁ । ପାରାଦୀପ ପରେ ଭଦ୍ରକରୁ ଆସିଛି ସାରଥି ଅନୁଗାମୀଙ୍କ ଏଭଳି ଦୃଶ୍ୟ । ସାରଥିଙ୍କୁ ପୂଜାର୍ଚ୍ଚନା କରି ସେମାନେ ନୂଆବର୍ଷ ପାଳିଛନ୍ତି ।
ଏବେ ବି ତୁଟିନି ସାରଥି ମୋହ । ଭଣ୍ଡାରିପୋଖରୀ ବ୍ଲକ ପାଟୁଳୀ ଗାଁରେ ଏମିତି ସାରଥି ପ୍ରେମ ଦେଖିବାକୁ ମିଳିଛି । ଏଠି ନୂଆବର୍ଷ ଅବସରରେ ଶହ ଶହ ସାରଥି ଅନୁଗାମୀ ଆୟୋଜନ କରିଥିଲେ ସତସଙ୍ଗ । ସାରଥିଙ୍କ ଫଟୋକୁ ପୂଜା କରି ନାମସଂକୀର୍ତ୍ତନ ସହିତ ନାଚିନାଚି ଭାବବିହ୍ବଳ ହୋଇପଡ଼ିଲେ । ସାରଥୀଙ୍କ ଫଟୋ ଓ ପାଦୁକା ଫଟୋକୁ ଫୁଲମାଳରେ ସଜାଇ ଦେଇଥିଲେ । ମଥାରେ ମୟୂର ଚୁଳ ଲଗାଇ ପୂଜାର୍ଚ୍ଚନା କରିଥିଲେ । ସମସ୍ତେ ଏକାଠି ହୋଇ ଫଟୋ ଆଗରେ ଭଜନକୀର୍ତ୍ତନ କରିଥିଲେ ।
ସାରଥିଙ୍କୁ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଗତକାଲି ପାରାଦୀପର ମଧ୍ୟ ସମାନ ଢଙ୍ଗରେ ନୂଆବର୍ଷ ପାଳନ କରିଥିଲେ ସାରଥିଙ୍କ ଅନୁଗାମୀମାନେ । ପୂର୍ବରୁ ବି ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ।
‘Salam Sena’: ସଲାମ୍ ସେନା, ବରଫ ଝଡ଼ରେ ଚାଲିଛି କମ୍ବିଂ ଅପରେସନ୍

Tragic Accident :ପୁରୀ ବଡ଼ଦାଣ୍ଡରେ ସ୍କୁଟିକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ, ନାବାଳକ ମୃତ

Green Sticker Drive: ସବୁ RTOରେ ଖୋଲିବ ସ୍ପେଶାଲ୍ କାଉଣ୍ଟର୍, ଗ୍ରୀନ୍ ଷ୍ଟିକର୍ ଦେବା ଆଗରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ ହେବ

Shooting Reels in Lok Seva Bhawan: ଲୋକସେବା ଭବନରେ ହେଉଛି ରିଲ୍ସ: ଆଇନମନ୍ତ୍ରୀ କହିଲେ, ଗୃହ ବିଭାଗ ଆଣିବ ଗାଇଡଲାଇନ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)