Advertisment

Shooting Reels in Lok Seva Bhawan: ଲୋକସେବା ଭବନରେ ହେଉଛି ରିଲ୍ସ: ଆଇନମନ୍ତ୍ରୀ କହିଲେ, ଗୃହ ବିଭାଗ ଆଣିବ ଗାଇଡଲାଇନ୍

ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠି ରିଲସ୍ କରିବାର କୌଣସି ଅବକାଶ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଗକୁ ଗୃହ ବିଭାଗ, ଲୋକସେବା ଭବନ ସୁରକ୍ଷା କର୍ମୀଙ୍କୁ ଏ ନେଇ ତାଗିଦ୍ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

author-image
Tapan Swain
Reels

Reels Photograph: (OTV)

ଲୋକସେବା ଭବନରେ ମାଳ ମାଳ ରିଲସକୁ ନେଇ ଆଇନମନ୍ତ୍ରୀଙ୍କ ଉଦବେଗ। ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠି ରିଲସ୍ କରିବାର କୌଣସି ଅବକାଶ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Advertisment

ଆଗକୁ ଗୃହ ବିଭାଗ, ଲୋକସେବା ଭବନ ସୁରକ୍ଷା କର୍ମୀଙ୍କୁ ଏ ନେଇ ତାଗିଦ୍ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାକୁ ରୋକିବାକୁ ଲୋକସେବା ଭବନ ସୁରକ୍ଷା କର୍ମୀ ଓ ପୋଲିସ ବିଭାଗ ପଦକ୍ଷେପ ନେବେ। ଗୃହ ବିଭାଗ ଗାଇଡଲାଇନ୍ ଆଣିବାକୁ ବି ବିଚାର କରିବ।

ଲୋକସେବା ସମୟରେ ବିଭିନ୍ନ ସମୟରେ ରିଲ୍ସ କରି ଅନେକ ଲୋକ ସୋସିଆଲ ମିଡିଆରେ ଛାଡୁଛନ୍ତି । ତେବେ ନୂଆ ବର୍ଷ ଦିନ ଭାଇରାଲ୍ ହୋଇଥିବା ଗୋଟିଏ ରିଲ୍ସକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଦୁଇ ଜଣ ମହିଳା ଫିଲ୍ମ ଷ୍ଟାଇଲରେ ରିଲ୍ସ କରିଥିବାର ଭିଡିଓରୁ ଜଣାପଡୁଛି ।

Advertisment

ଚାଲି ଚାଲି ଆସି ସେମାନେ ଶାଢ଼ି ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ବ୍ୟାକଗ୍ରାଉଣ୍ଡରେ ରହିଛି ଲୋକସେବା ଭବନ । ସମ୍ଭବତଃ ଗେଟ୍ ଠାରୁ ଅଳ୍ପ ଦୂରରେ କ୍ୟାମ୍ପସ ଭିତରେ ଏହି ଶୁଟିଂ ହୋଇଛି । ସୋସିଆଲ ମିଡିଆରେ ଲୋକମାନେ ସରକାରଙ୍କୁ ଟ୍ରୋଲ କରୁଛନ୍ତି । 

ଲୋକସେବା ଭବନରେ ମାଳ ମାଳ ରିଲସକୁ ନେଇ ଉଦବେଗ

ମାଳ ମାଳ ରିଲସକୁ ନେଇ ଉଦବେଗ ଆଇନମନ୍ତ୍ରୀଙ୍କ ଉଦବେଗ
ଏଠି ରିଲସ୍ କରିବାର କୌଣସି ଅବକାଶ ନାହିଁ କହିଲେ ଆଇନମନ୍ତ୍ରୀ 
ଗୃହ ବିଭାଗ, ଲୋକସେବା ଭବନ ସୁରକ୍ଷା କର୍ମୀ ରୋକିବାକୁ ପରାମର୍ଶ
ଗୃହ ବିଭାଗ ଏ ନେଇ ଗାଇଡଲାଇନ୍ ଆଣିବାକୁ ବି ବିଚାର କରାଯିବ

Prithviraj Harichandan Instagram Reels
Advertisment
Related Articles
Advertisment