/odishatv-khabar/media/media_files/2025/12/06/mukhyamantri-kanya-bibaha-yojana-2025-12-06-08-50-43.jpg)
Mukhyamantri Kanya Bibaha Yojana Photograph: (OTV)
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବା ଏମକେବିୱାଇକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ। କନ୍ୟା ବିବାହ ଯୋଜନାରେ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ ଲାଇନ୍। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷୁର ଚିଠି ଲେଖାଯାଇଛି।
ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି। ସେ ଟଙ୍କାରୁ ୩୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ। ବିବାହ ଉପହାର ୧୦ ହଜାର, ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା। ଏଥିପାଇଁ ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ।
ତେବେ ସମାଜର ଆର୍ଥିକ ଅନଗ୍ରସର ଓ ସାମାଜିକ ଭାବେ ଅବହେଳିତ ଗୋଷ୍ଠୀଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ। ବିଧବାଙ୍କ ଦ୍ବିତୀୟ ବିବାହକୁ ପ୍ରୋତ୍ସାହନ ତଥା ୧୮ ବର୍ଷରୁ କମ୍ ବୟସର କନ୍ୟା ବିବାହ ରୋକିବାକୁ ଏହି ସ୍କିମ୍ କାମ କରିବ।
• କନ୍ୟା ବିବାହ ଯୋଜନା: ମିଳିବ ୫୧ ହଜାର ଟଙ୍କା
• ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ ଲାଇନ୍
• ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି
• ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି
• ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା
• ବିବାହ ଉପହାର ୧୦ ହଜାର, ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା
• ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବ
Daily Horoscope 6th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 6th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

House Storm Over KIIT Case: KIIT କଳଙ୍କକୁ ନେଇ ଗୃହରେ ଉଦବେଗ, ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ରିପୋର୍ଟକୁ ନେଇ ପ୍ରଶ୍ନ

Barabati Ticket Mess Continues: ପୁଣି ଜଳଜଳ ବାରବାଟୀ ଟିକେଟ୍ କଳାବଜାରୀ ଚିତ୍ର, ଏଥର ବି କ୍ରିକେଟ୍ ଅଜ୍ଞ ମହିଳାଙ୍କୁ ଧାଡ଼ିରେ ରଖି ମାତିଲେ ଦଲାଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)