/odishatv-khabar/media/media_files/2026/01/08/puri-parking-fee-2026-01-08-21-12-42.jpg)
PURI-PARKING-FEE Photograph: (OTV)
ଭକ୍ତ ନିବାସରେ ଭକ୍ତଙ୍କୁ ଶୋଷଣ । ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ପାର୍କିଂ ବୋଝ । ୨୪ ଘଣ୍ଟାରେ ଗଣିବେ ୫୦୦ ଟଙ୍କା ।
ପୁରୀରେ ଭକ୍ତଙ୍କ ସୁବିଧା ରହଣି ପାଇଁ କରାଯାଇଥିବା ଭକ୍ତ ନିବାସରେ ଏମିତି ଶୋଷଣର ଶିକାର ହେବେ ଶ୍ରଦ୍ଧାଳୁ। ୪ ଚକିଆ ଗାଡି ପାର୍କିଂ କଲେ ପକେଟରୁ ଗଣିବେ ୫ଶହ ଟଙ୍କା। ମନ୍ଦିର ପ୍ରଶାସନର ନୋଟିସ୍। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ନିର୍ଦ୍ଦେଶରେ ୪ଟି ଭକ୍ତ ନିବାସରେ ନୋଟିସ୍ ଲାଗିଛି। ପାର୍କିଂ ବାବଦରେ ଜିଏସଟିକୁ ମିଶାଇ ୫୦୦ ଟଙ୍କା ଦେବେ ଭକ୍ତ।
ଭକ୍ତ ନିବାସର ଗୋଟିଏ ରୁମ୍ ଭଡ଼ା ୧୭ଶହ ୧୨ ଟଙ୍କା ଥିବା ବେଳେ ଏଣିକି ଚାରି ଚକିଆ ଗାଡ଼ି ପାର୍କିଂ କଲେ ୨୪ ଘଣ୍ଟା ପାଇଁ ୫୦୦ ଟଙ୍କା ଗଣିବେ। ମୋଟ୍ ୨୨ଶହ ୧୨ ଟଙ୍କା ଦେବାକୁ ପଡ଼ିବ। ଯାହାକୁ ନେଇ ଭକ୍ତ ନିବାସରେ ରହୁଥିବା ଯାତ୍ରୀ ଅସନ୍ତୋଷ ଝାଡିଛନ୍ତି। ହୋଟେଲରେ କୌଣସି ପାର୍କିଂ ଫି ପଡୁ ନଥିବା ବେଳେ ଏଇଠି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ନିଷ୍ପତ୍ତି ପ୍ରତ୍ୟାହାର ସହ ଶ୍ରୀମନ୍ଦିର ପ୍ରଶାସନ ପୁନର୍ବିଚାର କରିବାକୁ ଦାବି କରିଛନ୍ତି। ...
ବୋଝ ଉପରେ ନଳିତା ବିଡା
ଗୋଟିଏ ପଟେ ସୁଲଭ ମୂଲ୍ୟରେ ରହିବାକୁ ଉଦ୍ଦିଷ୍ଟ ଭକ୍ତ ନିବାସର ରେଟ୍ ପକେଟକୁ ସୁହାଉ ନଥିବା ବେଳେ ଅତିରିକ୍ତ ଭାବରେ ୫୦୦ ଟଙ୍କା ପାର୍କିଂ ଫି ଗରିବ ଭକ୍ତଙ୍କ ବୋଝ ଉପରେ ନଳିତା ବିଡା ହୋଇଛି। ପରିଚାଳନା କମିଟି ବୈଠକରେ ବର୍ଦ୍ଧିତ ପାର୍କିଂ ଫି ପ୍ରସଙ୍ଗ ଉତଥାପନ ନକରି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସେବାୟତ ମହଲ ବି ନାପସନ୍ଦ କରିଛନ୍ତି। କୌଣସି ଶ୍ରଦ୍ଧାଳୁ କି ପର୍ଯ୍ୟଟକ ଭକ୍ତ ନିବାସରେ ଦୁଇ ତିନି ଦିନ ରହିଲେ ପାର୍କିଂ ବାବଦରେ ୧୫ଶହରୁ ୨ହଜାର ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ।
ଚାରିଆଡୁ ତୀବ୍ର ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। କହିଛନ୍ତି, ଏହା ଉପରେ ବିଚାରବିମର୍ଶ ଚାଲିଛି। ଅନ୍ୟପଟେ ଭକ୍ତଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯିବ ବୋଲି ପୁରୀ ସାଂସଦ କହିଥିବା ବେଳେ ବର୍ଦ୍ଧିତ ପାର୍କିଂ ଫି ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି। ...
ଭକ୍ତ ନିବାସର ବର୍ଦ୍ଧିତ ପାର୍କିଂ ଫିକୁ ନେଇ ସବୁଠି ବିରୋଧ ଓ ସବୁ ମହଲରେ ଅସନ୍ତୋଷର ସ୍ୱର ତେଜିବାରେ ଲାଗିଛି। ଆଗକୁ ପ୍ରଶାସନ କି ନିଷ୍ପତ୍ତି ନେଉଛି ତାଉପରେ ନଜର। ...
Highway Hazard: ରାଜପଥରେ ବାଲି ଟ୍ରାଜେଡି ପରେ ବି ଚେତା ପଶୁନି କାହାର, ଭୁବନେଶ୍ବର-ପୁରୀ NH କଡ଼ର ବିଭିନ୍ନ ସ୍ଥାନରେ ବାଲିର ପାହାଡ଼

Yatra Actor Piyush Back in Controversy: ପୁଣି ବିବାଦରେ ଯାତ୍ରା ଅଭିନେତା ପୀୟୂଷ, ଷ୍ଟେଜ୍ ଚଢ଼ିବାରୁ ପୀୟୂଷଙ୍କୁ ନେଇ ଟଣାଓଟରା

Political Flashpoint: ଇଡି ରେଡ୍ ଭିତରେ ଧସେଇ ପଶିଲେ ମମତା, ଟିଏମସି ଷ୍ଟ୍ରାଟେଜି ମେକର୍ I-PAC କଂପାନୀରେ ଚଢାଉ ବେଳେ ହାଇଡ୍ରାମା

Security Scare: ଧମକପୂର୍ଣ୍ଣ ଇ-ମେଲକୁ ନେଇ ହଇଚଇ, ୩ ଘଣ୍ଟାର ଅଚଳାବସ୍ଥା ପରେ କୋର୍ଟ କାର୍ଯ୍ୟ ସ୍ବାଭାବିକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)