/odishatv-khabar/media/media_files/2026/01/08/after-tragedy-2026-01-08-20-57-08.jpg)
After Tragedy Photograph: (OTV)
ମୁଣ୍ଡ ନେଇଗଲା ବେଧଡ଼କ ଚାଲାଣ ହେଉଥିବା ବାଲି...ତଥାପି କେହି ମୁଣ୍ଡ ଖେଳାଇବାକୁ ନାରାଜ...ଭୁବନେଶ୍ବର-ପୁରୀ 316 ନମ୍ବର NHରେ ବାଲିରେ ସ୍କୁଟର୍ ଖସିଯିବା ପରେ ବସ୍ ମାଡ଼ିଯିବାରୁ ଲେଡି ଜର୍ଣ୍ଣାଲିଷ୍ଟ ଶିଲା ପଟ୍ଟନାୟକ ଏବଂ ତାଙ୍କ ବାନ୍ଧବୀ ସିପିକା ନାୟକଙ୍କ ଚାଲିଗଲା ଜୀବନ...ତଥାପି ବ୍ୟବସ୍ଥା ସୁଧାରିବାର ନାଁ ଧରୁନାହାଁନ୍ତି କେହି...ଆଜି ବି ରାଜପଥରେ ମୃତ୍ୟୁର ବାହକ ସାଜିଥିବା ବାଲି ପଡ଼ିଛି ଏଣେ ତେଣେ...ତାରି କଡ଼ରେ ଦୌଡୁଛି ଯାନବାହନ...ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଓଟିଭି ଟିମ୍ ।
ଯେଉଁଠି ପଡ଼ିରହିଥିଲା ଶିଲାଙ୍କ ପିନ୍ଧା ଜୋତା, ଚଷମା, ପାନିଆ। ଯେଉଁ କଲମ ଧରି ଖବରର ସ୍ବର ସାଜୁଥିଲେ ଶିଲା, ସେହି କଲମ ସତେ ଯେମିତି ଖୋଜୁଥିଲା ବ୍ୟବସ୍ଥା ବିରୋଧୀ ସ୍ବରକୁ, ଜାରି ରହିଥିବା ବେଧଡ଼କ ବାଲିଚାଲାଣ ବିରୋଧରେ ମୁହଁ ଖୋଲିବାକୁ ଚାହୁଁଥିଲା। କାରଣ ଯେଉଁ ମାନେ ଦୁର୍ନୀତିଖୋର ସରକାରୀ ବାବୁଙ୍କୁ ଧରି ବେଆଇନ ଭାବେ ଅନବରତ ଚଳାଇଛନ୍ତି ବାଲିଚାଲାଣ, ସେମାନଙ୍କ ନାଁ ଧରିବାକୁ ନାରାଜ ଅଞ୍ଚଳବାସୀ। ବାଲି କାହାର କହିବାକୁ ଚାହୁଁନାହାଁନ୍ତି କେହି।
ଓଭରଲୋଡ୍ କରି ରାଜପଥରେ ପରିବହନ
ପିପିଲି ବ୍ଲକର ଦୟା ଓ ଭାର୍ଗବୀ ନଦୀ। ଯେଉଁଠି ୧୦ରୁ ଅଧିକ ଘାଟରୁ ଉଠେ ବାଲି। ବେଆଇନ ଭାବେ ପ୍ରତିଦିନ ହାଇୱା, ଟିପ୍ପର ଓ ଟ୍ରାକ୍ଟର ଯୋଗେ ଶହ ଶହ ଟ୍ରିପ୍ ବାଲି ବୁହାଯାଏ। କି ଦିନ କି ରାତି। ବାଲି ଓଭରଲୋଡ୍ କରି ରାଜପଥରେ ପରିବହନ କରାଯାଏ। ଯାହାର ତଦାରଖ ପାଇଁ ନା କେହି ଅଛନ୍ତି ନା କେହି ଜଗୁଛନ୍ତି। ଖଣିଜ ସମ୍ପଦ ହେଉ କିମ୍ବା ଲଘୁ ଖଣିଜ ସମ୍ପଦ। ରାଜସ୍ବ ବିଭାଗରୁ ଖଣି ବିଭାଗକୁ ଚାଲିଯିବା ପରେ ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କ ଏବେ ହାତବନ୍ଧା ଅବସ୍ଥା। ପୁରୀ
ତାଳବଣିଆରେ ରହିଛି ମାଇନିଂ ଅଫିସ। ଯେଉଁଠି ସୀମିତ ସଂଖ୍ୟକ କର୍ମଚାରୀ। ଫଳରେ ବ୍ରହ୍ମଗିରିରୁ କାକଟପୁର, ପୁରୀରୁ ଜଟଣୀ ଯାଏଁ ଥିବା ଛାଇଯାଇଥିବା ବାଲିଘାଟ ଗୁଡ଼ିକୁ ଯାଇ ନିୟମିତ ଯାଞ୍ଚ କରିପାରୁନାହାଁନ୍ତି। ଏହି ମଉକାରେ ଦୟା ଓ ଭାର୍ଗବୀ ବାଲିଘାଟରୁ ରାଜପଥ ଦେଇ ଆଖିବୁଜା ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି।
ପରିଣାମ ସ୍ବରୂପ ଆଜି ସେହି ବାଲି ପାଇଁ ଲେଡ଼ି ଜର୍ଣ୍ଣାଲିଷ୍ଟଙ୍କ ସହ ୨ ମହିଳାଙ୍କ ଜୀବନ ଚାଲିଯାଇଛି। ଏସବୁ ଭିତରେ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ପିପିଲି ତହସିଲଦାରଙ୍କୁ ଭେଟି ବାଲିଘାଟ ବନ୍ଦ ପାଇଁ ଦାବି କରିଛନ୍ତି। ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ସରକାର ଏଥିପ୍ରତି ସଚେତନ ଅଛନ୍ତି।
ସାମ୍ବାଦିକା ଶିଲା ଓ ତାଙ୍କ ମହିଳା ସାଥୀଙ୍କ ମୃତ୍ୟୁକୁ ୩ ଦିନ ହୋଇଯାଇଛି। ତେବେ ଅଘଟଣ ପଛର କାରଣ ଓ ବ୍ୟବସ୍ଥାଗତ ତ୍ରୁଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ବର୍ଗ। ଦୁର୍ଘଟଣାରେ ଦୁଇ ଦୁଇଟି ମୁଣ୍ଡ ଗଡ଼ିବା ପରେ ବି କାହିଁକି ରାଜପଥ ଉପରୁ ବାଲି କଢ଼ାଯାଉନାହିଁ ?
ଯାନବାହନ ମାଲିକଙ୍କଠାରୁ କୋଟି କୋଟି ଟଙ୍କାର ଟିକସ ଆଦାୟ ପରେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ କାହିଁକି ବେଦାୟିତ୍ବ ? ଏଭଳି ପ୍ରଶ୍ନ ଉଠାଇ ମୃତ ସାମ୍ବାଦିକ ଓ ତାଙ୍କ ମହିଳା ସାଥୀଙ୍କୁ ୧ କୋଟି ଲେଖାଏଁ ଆର୍ଥିକ ସହାୟତା ରାଶି ଦାବି କରିଛନ୍ତି ପରିବେଶବିତ। ତେବେ ଏନେଇ NHAI ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ପୁରୀ ଜିଲ୍ଲାପାଳ କହିଛନ୍ତି, ଦୁର୍ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାଲି ଚୋରାଚାଲାଣ ରୋକିବାକୁ ଚଢାଉ ବି ଜାରି ରହିଛି।
Yatra Actor Piyush Back in Controversy: ପୁଣି ବିବାଦରେ ଯାତ୍ରା ଅଭିନେତା ପୀୟୂଷ, ଷ୍ଟେଜ୍ ଚଢ଼ିବାରୁ ପୀୟୂଷଙ୍କୁ ନେଇ ଟଣାଓଟରା

Political Flashpoint: ଇଡି ରେଡ୍ ଭିତରେ ଧସେଇ ପଶିଲେ ମମତା, ଟିଏମସି ଷ୍ଟ୍ରାଟେଜି ମେକର୍ I-PAC କଂପାନୀରେ ଚଢାଉ ବେଳେ ହାଇଡ୍ରାମା

Security Scare: ଧମକପୂର୍ଣ୍ଣ ଇ-ମେଲକୁ ନେଇ ହଇଚଇ, ୩ ଘଣ୍ଟାର ଅଚଳାବସ୍ଥା ପରେ କୋର୍ଟ କାର୍ଯ୍ୟ ସ୍ବାଭାବିକ

Piyush Tripathy Speaks Out: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ମୁହଁ ଖୋଲିଲେ, କହିଦେଲେ ପରବର୍ତ୍ତୀ ପଦକ୍ଷେପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)