/odishatv-khabar/media/media_files/2026/01/08/mamata-ed-2026-01-08-20-26-30.jpg)
MAMATA-ED Photograph: (OTV)
ଧସେଇ ପଶିଲେ, ଲାପଟପ୍ ଛଡ଼ାଇ ଆଣିଲେ। ଇଡି ରେଡ୍ ଭିତରେ ପଶି ଆଜି ଏମିତି କିଛି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମସି ଷ୍ଟ୍ରାଟେଜି ମେକର କମ୍ପାନି ଆଇପ୍ୟାକ୍ ମୁଖ୍ୟ ପ୍ରତୀକ ଜୈନ୍ ଉପରେ ରେଡ୍ କରିଥିଲା ଇଡି। ଦିଦିଙ୍କ ଏମିତି ଦାଦାଗିରି ଏବେ ରାଜନୀତିକୁ ସରଗରମ କରିଛି। ଇଡି ଆଇପ୍ୟାକ୍ ଉପରେ ରେଡ୍ କଲେ କାହିଁକି ଚିହିଁକିଲେ ମମତା ବୋଲି ପ୍ରଶ୍ନ କରି ବର୍ଷିଛି ବିଜେପି ।...
ହେଲେ ମୁଖ୍ୟମନ୍ତ୍ରୀ ଭଳି ସାମ୍ବିଧାନିକ ପଦବୀରେ ଥାଇ ମମତା କେମିତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଯାଞ୍ଚରେ ବାଧା ସୃଷ୍ଟି କଲେ? ଏହାକୁ ନେଇ କଲିକତା ହାଇକୋର୍ଟରେ ଦ୍ବାରସ୍ଥ ହୋଇଛି ଇଡି। ଯାହାର କାଲି ହୋଇପାରେ ଶୁଣାଣି।
ଇଡି ରେଡ୍ ଭିତରେ ପଶିଗଲେ ମୁଖ୍ୟମନ୍ତ୍ରୀ...ଯାଞ୍ଚ ଭିତରେ ଛଡ଼ାଇ ଆଣିଲେ ଲାପଟପ...ନେଇ ଚାଲି ଆସିଲେ ଦସ୍ତାବିଜ୍। କୋଲକାତାରେ ଡ୍ରାମା ଦିଲ୍ଲୀରେ ରାଜନୀତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ବେଳେ ଆଜି କିଛି ଏମିତି ହାଇଡ୍ରାମା ଘଟିଛି ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ।
ଅପରାହ୍ଣ ପ୍ରାୟ ଗୋଟାଏ...ଦେଶର ଅନ୍ୟତମ ବଡ଼ ପଲିଟିକାଲ୍ କନସଲଣ୍ଟାଣ୍ଟ୍ ଇଣ୍ଡିଆନ୍-ପଲିଟିକାଲ୍ ଆକ୍ସନ୍ କମିଟି-IPAC ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ରେଡ୍ କରିଥିଲା ଇଡି। ଟଙ୍କା ହେରଫେର ଓ ଘୋଟାଲା ସମ୍ପର୍କିତ ଅଭିଯୋଗ ନେଇ ପ୍ରତୀକଙ୍କ କୋଲକାତା ଲାଉଡନ୍ ଷ୍ଟ୍ରିଟ୍ ଘରେ ଯାଞ୍ଚ କରିଥିଲା ଇଡି। ହେଲେ IPAC ଉପରେ ରେଡ୍ କୁ ନେଇ ହଠାତ୍ ଚିହିଁକି ଉଠିଲେ ନବାନ୍ନରେ ବସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କିଛି ମିନିଟ ଭିତରେ ସିଧା ପହଞ୍ଚିଥିଲେ ପ୍ରତୀକଙ୍କ ଘରେ ଆଉ ଇଡି ରେଡ୍ ଭିତରୁ ହିଁ ଆରମ୍ଭ କରିଲେ ନିଜ ହୁକୁମାତି।
ଇଡି ଅଧିକାରୀଙ୍କ ହାତରୁ ଛଡ଼ାଇ ଆଣିଥିଲେ ଲାପଟାପ୍ ଆଉ ଦସ୍ତାବିଜ୍। ସିଧାସିଧା କେନ୍ଦ୍ର ସରକାରଙ୍କୁ ନିଶାନା କରିଥିଲେ। ଜାଣିଶୁଣି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସକୁ ହଇରାଣ କରିବାକୁ ଏପରି କରାଯାଇଥିବା ଅଭିଯୋଗ କରିଛନ୍ତି ମମତା। ଟିଏମସିର ନିର୍ବାଚନ ରଣନୀତି, ନିର୍ବାଚନ ପ୍ରଚାର, ପ୍ରାର୍ଥୀ ପତ୍ର, ଖର୍ଚ୍ଚ ସବୁ କିଛିର ହିସାବକୁ ହାତେଇବାକୁ ଏମିତି ଯୋଜନା ବୋଲି କହି ବର୍ଷିଛନ୍ତି।
ବାଧା ଉପୁଜାଇଥିଲା ପଶ୍ଚିମବଙ୍ଗ ପୋଲିସ୍
ଇଡି ରେଡ୍ କରୁଥିଲା ଆଉ ତାକୁ ଅଟକାଉଥିଲେ ମମତା। ଇଡି ତଦନ୍ତ କରୁଥିଲା ଆଉ ସେଥିରେ ବାଧା ଉପୁଜାଇଥିଲା ପଶ୍ଚିମବଙ୍ଗ ପୋଲିସ୍। ଆଜିର ଘଟଣାକୁ ନେଇ କିଛି ଏମିତି ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଆଇନ ନେଣଦେଣ ନେଇ ପଶ୍ଚିମବଙ୍ଗର ୬ ଓ ଦେଶର ୪ଟି ଅଞ୍ଚଳରେ ତଦନ୍ତ ଚାଲିଥିଲା। ସେଇ ଆଧାରରେ IPACକୁ ତଦନ୍ତ ପରିସରକୁ ଅଣାଯାଇଛି, ଏଥିରେ କୌଣସି ରାଜନୀତି ନଥିବା ସ୍ପଷ୍ଟୀକରଣ ରଖିଛି ତଦନ୍ତକାରୀ ସଂସ୍ଥା ଇଡି। ସାମ୍ବିଧାନିକ ପଦବୀରେ ଥିବା ମମତା ତାଙ୍କ ପଦବୀର ଅପବ୍ୟବହାର କରି ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି । ଆଉ ଏଥିପାଇଁ ଇଡି କଲକତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଆସନ୍ତାକାଲି କୋର୍ଟରେ ମାମଲାର ଶୁଣାଣି ହୋଇପାରେ ।
ହେଲେ ଏସବୁ ଭିତରେ କିନ୍ତୁ ରାଜନୀତି ତେଜିଛି। ଇଡି ରେଡ୍ ଓ ମମତାଙ୍କ ଏଭଳି ବ୍ୟବହାରକୁ ନେଇ ମୁହାଁମୁହିଁ ହେଇଛି ବିଜେପି ଓ ଟିଏମସି। IPAC ଉପରେ ରେଡ୍ ହେଲେ ମମତା କାହିଁକି ଏତେ ବିଚଳିତ ବୋଲି ବିଜେପି ପ୍ରଶ୍ନ କରିଥିବା ବେଳେ ଟିଏମସି ଏହାକୁ ନେଇ ବ୍ଲକସ୍ତରୀୟ ବିକ୍ଷୋଭ ଆରମ୍ଭ କରିଛି।
ଟିଏମସି ସହ ଅଙ୍ଗାଅଙ୍ଗି ଭାବେ ଜଡିତ IPAC।୨୦୨୧ ନିର୍ବାଚନରେ ଟିଏମସିର ସବୁ ରଣନୀତି ଏହି କମ୍ପାନି ହିଁ ନିର୍ଦ୍ଦାରଣ କରିଥିଲା। କୁହାଯାଏ କି, ବିଜେପିର ବିଶାଳ ସ୍ରୋତ ପରେ ବି ଟିଏମସିର ବିଜୟ ପଛରେ IPACର ବଡ଼ ହାତ ରହିଛି।
ସାରା ଦେଶରେ ବିଜେପିର ହାୱା ଥିବା ବେଳେ ବେଙ୍ଗଲରେ ମମତା ଓ ପଞ୍ଜାବରେ ଅମରିନ୍ଦର ସିଂଙ୍କୁ କ୍ଷମତାକୁ ଫେରାଇଥିଲା ଏହି କମ୍ପାନି। ସେତେବେଳେ ଏହାର ମୁଖ୍ୟ ଥିଲେ ଷ୍ଟ୍ରାଟେଜି ମେକର୍ ପ୍ରଶାନ୍ତ କିଶୋର, ଯିଏ ପରେ କମ୍ପାନି ଛାଡ଼ି ସିଧା ରାଜନୀତିରେ ସାମିଲ ହୋଇଛନ୍ତି।...ଆସନ୍ତା କିଛି ମାସ ଭିତରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଆଜିର ଘଟଣା ରାଜନୀତିକୁ ଅଧିକ ରୋଚକ କରିଛି।...
Security Scare: ଧମକପୂର୍ଣ୍ଣ ଇ-ମେଲକୁ ନେଇ ହଇଚଇ, ୩ ଘଣ୍ଟାର ଅଚଳାବସ୍ଥା ପରେ କୋର୍ଟ କାର୍ଯ୍ୟ ସ୍ବାଭାବିକ

Piyush Tripathy Speaks Out: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ମୁହଁ ଖୋଲିଲେ, କହିଦେଲେ ପରବର୍ତ୍ତୀ ପଦକ୍ଷେପ

Trump’s Military Dream: ଟ୍ରମ୍ପଙ୍କ 'ସ୍ୱପ୍ନର ସାମରିକ ବାହିନୀ', ଗଠନ ପାଇଁ ଖର୍ଚ୍ଚ କରିବେ ୧.୫ ଟ୍ରିଲିୟନ ଡଲାର

Politics Turns Rare: ଏମିତି ରାଜନୀତି ଦେଶରେ ବିରଳ, ବିଜେପି ସହ କଂଗ୍ରେସର ହୋଇଛି ମେଣ୍ଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)