/odishatv-khabar/media/media_files/2025/10/03/rgd-road-2025-10-03-09-06-30.jpg)
RGD-ROAD Photograph: (OTV)
ଲଗାଣ ବର୍ଷାରେ ବେହାଲ ରାୟଗଡା ଗୁଣପୁର ବ୍ଲକର ବିଭିନ୍ନ ଅଞ୍ଚଳ । ଗୁଣପୁର ବ୍ଲକର ପୁଟାସିଂ ଏବଂ ଟୋଳନା ପଂଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ବର୍ଷା ପ୍ରଭାବରେ ଏହି ଦୁଇଟି ପଂଚାୟତର ବିଭିନ୍ନ ସ୍ଥାନରେ ଆପ୍ରୋଚରୋଡ଼ ଏବଂ ରାସ୍ତା ଧସି ଯିବାରୁ ବିଭିନ୍ନ ସ୍ଥାନକୁ ଯାତାୟାତ ପ୍ରଭାବିତ ହୋଇଛି। ଟୋଲଣାଠାରୁ ବଡମ ସିଂ ରାସ୍ତାରେ ଏକ ପୋଲର ଆପ୍ରୋଚରୋଡ଼ ଧସି ଯିବାରୁ ସେହି ରାସ୍ତାରେ ଗମନା ଗମନ ଠପ ହୋଇଯାଇଛି । ପୁଟାସିଙ୍ଗଠାରୁ ଶଗଡା ରାସ୍ତା ପୁଟାଠାରେ ମଧ୍ୟ ଏକ କଲଭର୍ଟ ନିକଟରେ ରାସ୍ତା ଧୋଇ ହୋଇଯାଇଛି । ଫଳରେ ପୁଟାସିଙ୍ଗ ପଂଚାୟତଠାରୁ ଶଗଡା ପଂଚାୟତ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ପୁଟାସିଙ୍ଗ ବାଳକ ବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟ ମଧ୍ୟକୁ ପାହାଡରୁ ବୋହି ଆସି ବର୍ଷା ଜଳ ପ୍ରବେଶ କରିବାରୁ ବିଦ୍ୟାଳୟ ପାଚେରି ଭୁଷୁଡି ପଡିଛି । ଧାନ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଗୁଣପୁର ଉପଜିଲ୍ଲାପାଳ ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଲଗାଣ ବର୍ଷାରେ ବେହାଲ
ରାୟଗଡା ଗୁଣପୁର ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ
କେଉଁଠି ରାସ୍ତା ଧୋଇଯାଇଛି ତ କେଉଁଠି ପାଣି ପଶିଛି
ବିଭିନ୍ନ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ
Disaster Strikes Gajapati & Koraput: ଗଜପତି ଓ କୋରାପୁଟରେ ଉତ୍ତରାଖଣ୍ଡ ଭଳି ପ୍ରଳୟ, ପାହା଼ଡ଼ ଧସିଲା ରାସ୍ତା ଭାଙ୍ଗିଲା

Big SI Exam Scam Exposed: ପୋଲିସ SI ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ କିଏ ? ଆହୁରି ୧୦ରୁ ୧୨ ଦଲାଲଙ୍କୁ ଧରିବାକୁ ଧରପଗଡ଼

Parties Tighten Grip at Grassroots: ପଞ୍ଚାୟତ ନିର୍ବାଚନର ଢେର୍ ଆଗରୁ ଗାଁ ମୁହାଁ ରାଜନୈତିକ ଦଳ, ସଂଗଠନକୁ ମଜଭୁତ୍ କରିବାକୁ ଆରମ୍ଭ ହେଲା କସରତ

Dahi Pakhala Offering Marks Grand Finale of Durga Puja: ଶାରଦୀୟ ଦୁର୍ଗାପୂଜାର ଅନ୍ତିମପର୍ବ, ଦହିପଖାଳ ଭୋଗ ସାଙ୍ଗକୁ ଜମିଲା ସିନ୍ଦୂର ଖେଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)