Advertisment

Tension on Streets: ସାଇଡ୍ ମରାକୁ କେନ୍ଦ୍ରକରି ରାସ୍ତାରୋକ, ଜଣେ ଯୁବକଙ୍କ ଗିରଫକୁ ନେଇ ପ୍ରତିବାଦ

ସରପଞ୍ଚଙ୍କ ସାଇଡମରାକୁ କେନ୍ଦ୍ରକରି ଉତ୍ତେଜନା। ଚାନ୍ଦବାଲି ଖେରଙ୍ଗ ବଜାରରେ ରାସ୍ତାରୋକ କରିଛନ୍ତି ମହିଳା।  ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ।

author-image
Tapan Swain
Tension

Tension Photograph: (OTV)

ଭଦ୍ରକ ଚାନ୍ଦବାଲି ଖେରଙ୍ଗରେ ସ୍ଥାନୀୟ ସରପଞ୍ଚଙ୍କ ସାଇଡମରାକୁ କେନ୍ଦ୍ରକରି ଉତ୍ତେଜନା। ଚାନ୍ଦବାଲି ଖେରଙ୍ଗ ବଜାରରେ ରାସ୍ତାରୋକ କରିଛନ୍ତି ମହିଳା।  ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ଗାଡି ସାଇଡମରାକୁ ନେଇ ହୋଇଥିଲା ବଚସା।

Advertisment

ଖେରଙ୍ଗ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ଗାଡି ନେଇ ଯାଉଥିବା ସମୟରେ କିଛି ସ୍ଥାନୀୟ ଯୁବକଙ୍କୁ ସାଇଡ୍ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସରପଞ୍ଚ ଓ ସ୍ଥାନୀଯ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଥାନାରେ ଏତଲା ଦେଇଥିଲେ ସରପଞ୍ଚ।

ଏତଲାକୁ ନେଇ ଜଣେ ଯୁବକଙ୍କୁ ଗିରଫ କରିଥିଲା ସ୍ଥାନୀୟ ପୋଲିସ। ଏହାର ପ୍ରତିବାଦ କରି ସରପଞ୍ଚଙ୍କ ଗିରଫ ଦାବି  କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ସ୍ଥାନୀୟ ସରପଞ୍ଚଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ଲୋକେ। ଯେପର୍ଯ୍ୟନ୍ତ ସରପଞ୍ଚ ଗିରଫ ହୋଇନାହାନ୍ତି ସେପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । 

Advertisment

ଭଦ୍ରକ ଖେରଙ୍ଗ ବଜାରରେ ଉତ୍ତେଜନା 

ସାଇଡ୍ ମରାକୁ କେନ୍ଦ୍ରକରି ରାସ୍ତାରୋକ 
ରାସ୍ତାରୋକ କହିଛନ୍ତି ଅନେକ ମହିଳା 
ଜଣେ ଯୁବକଙ୍କ ଗିରଫକୁ ନେଇ ପ୍ରତିବାଦ 
ସ୍ଥାନୀୟ ସରପଞ୍ଚଙ୍କୁ ଗିରଫ କରିବାକୁ ଦାବି 

Road Blockade
Advertisment
Related Articles
Advertisment