Advertisment

Political Storm Over DPR Modification: କାହା ସ୍ୱାର୍ଥରେ ହୋଇଛି ଡିପିଆର ପରିବର୍ତ୍ତନ ? ତଦନ୍ତ ଦାବି କଲେ ବିଜେପି ଓ କଂଗ୍ରେସ ବିଧାୟକ

ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ତଦନ୍ତ ଦାବି କଲେ ବିଜେପି ବିଧାୟକ। କାହା ସ୍ୱାର୍ଥରେ ଡିପିଆର ପରିବର୍ତ୍ତନ ହୋଇଛି ତଦନ୍ତ ହେଉ ବୋଲି କହିଛନ୍ତି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର।

author-image
Tapan Swain
DPR

DPR Photograph: (OTV)

ଗଞ୍ଜାମ ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ତଦନ୍ତ ଦାବି କଲେ ବିଜେପି ବିଧାୟକ। କାହା ସ୍ୱାର୍ଥରେ ଡିପିଆର ପରିବର୍ତ୍ତନ ହୋଇଛି ତଦନ୍ତ ହେଉ ବୋଲି କହିଛନ୍ତି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି। ଡିପିଆର ପରିବର୍ତ୍ତନ ଯୋଗୁଁ ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି ।.... 

Advertisment

କାହିଁକି ହୋଇଛି ଡିପିଆର ପରିବର୍ତ୍ତନ ?

ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁରର ପୂର୍ବତନ ମେୟରଙ୍କ ଜାଗା ଯାଉଥିଲା ବୋଲି ହୋଇଥିଲା ଡିପିଆର ପରିବର୍ତ୍ତନ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା। ଯେଉଁ ଇଞ୍ଜିନିୟର ଡି ପି ଆର ପରିବର୍ତ୍ତନ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରମେଶ। 

ଗଞ୍ଜାମ ଦୁର୍ଘଟଣା ପ୍ରସଙ୍ଗରେ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ। ବ୍ରହ୍ମପୁର ହଳଦିଆପଦର ନିକଟ ଜାତୀୟ ରାଜପଥ ଉପରେ ହୋଇଥିବା ଦୁର୍ଘଟଣା ନେଇ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି। ମାର୍ଚ୍ଚ ୫ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। 

Advertisment
BJP Congress Accident
Advertisment
Related Articles
Advertisment