Advertisment

Maoist Lifeline Shrinks: ସରି ଆସୁଛି ଲାଲବାହିନୀ ଆୟୁଷ, ଜଙ୍ଗଲରୁ ଆସିଲା ନିହତ ମାଓବାଦୀଙ୍କ ମରଶରୀର

ପରିଣାମ ଭୋଗିବା ଆଗରୁ ଆତ୍ମସମର୍ପଣ ପାଇଁ ଓଡ଼ିଶା ପୋଲିସ ଆହ୍ବାନ ଦେଇଥିବାବେଳେ ସୁରକ୍ଷାକର୍ମୀଙ୍କ ପାଇଁ ଆପଦକାଳୀନ ଭତ୍ତା ବୃଦ୍ଧି କରି ରାଜ୍ୟ ସରକାର ବି ମନୋବଳ ବଢ଼ାଇଛନ୍ତି।

author-image
Tapan Swain
MAO

MAO Photograph: (OTV)

ଗୋଟିଏ ପଟେ ପାଖେଇ ଆସୁଛି ମାଓ ଦମନର ଡେଡଲାଇନ୍, ଆରପଟେ ସରି ଆସୁଛି ଲାଲବାହିନୀର ଆୟୁଷ। କନ୍ଧମାଳରେ ଗତ ୨ ଦିନର ଅପରେସନ ଭିତରେ ନକ୍ସଲଙ୍କ ସର୍ଦ୍ଦାର ଗଣେଶ ଓ ଅନ୍ୟ ୫ କ୍ୟାଡର୍ ମାଓବାଦୀ ସଫା ହୋଇଛନ୍ତି। ଆଜି ସମସ୍ତଙ୍କ ମରଶରୀର ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରି ସୁରକ୍ଷା ବାହିନୀ ଫେରିଆସିଛନ୍ତି ଫୁଲବାଣୀ। କିନ୍ତୁ ଘଞ୍ଚ ଜଙ୍ଗଲରେ ସରିନି ଅପରେସନ୍।

Advertisment

ତେଣୁ ପରିଣାମ ଭୋଗିବା ଆଗରୁ ଆତ୍ମସମର୍ପଣ ପାଇଁ ଓଡ଼ିଶା ପୋଲିସ ଆହ୍ବାନ ଦେଇଥିବାବେଳେ ସୁରକ୍ଷାକର୍ମୀଙ୍କ ପାଇଁ ଆପଦକାଳୀନ ଭତ୍ତା ବୃଦ୍ଧି କରି ରାଜ୍ୟ ସରକାର ବି ମନୋବଳ ବଢ଼ାଇଛନ୍ତି।...

୨ କୋଟି ଟଙ୍କାର ମୁଣ୍ଡ ଗଡ଼ିବା ପରେ ନକ୍ସଲ ବିରୋଧୀ ଅପରେସନର ଯୋଦ୍ଧାଙ୍କ ଭିତରେ ଅଦମ୍ୟ ଉତ୍ସାହ...ସେହି ଫୁର୍ତ୍ତି...ସେହି ଜୋଶ୍...ଯେ ପର୍ଯ୍ୟନ୍ତ ଓଡ଼ିଶା ମାଟିରୁ ମୁକ୍ତ ହୋଇନାହାଁନ୍ତି ଲାଲବାହିନୀ, ସେଯାଏଁ ଲଢ଼େଇ ଜାରି ରଖିବାକୁ ପଣ କରିଛନ୍ତି ଏହି ଯବାନ...କନ୍ଧମାଳର ଅଗନାଅଗନି ଜଙ୍ଗଲ ଭିତରେ ପଶି ନକ୍ସଲ ସର୍ଦ୍ଦାର ଗଣେଶ ସହ ଛଅ ଛଅ ଜଣ କ୍ୟାଡର୍ ମାଓବାଦୀଙ୍କୁ ନିପାତ କରିବା ପରେ ଯବାନଙ୍କୁ ମେଳି କରି ଜୋଶ୍ ଭରିଛନ୍ତି ଟପ୍ ଅଫିସର।

Advertisment

ଉତ୍ସାହିତ କରିଛନ୍ତି ଫୁଲବାଣୀର ରିଜର୍ଭ ପଡ଼ିଆରେ। ଏମାନେ ହେଉଛନ୍ତି CRPF, SOG, DVFର ଯବାନ। ୨୪ ଓ ୨୫ ତାରିଖ ୨ଦିନ ଧରି କନ୍ଧମାଳ ଚକାପାଦ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଚଳାଇଥିଲେ ମାଓଦମନ ଅପରେସନ୍। ଯେଉଁଥିରେ ଟଳିପଡ଼ିଥିଲା CPIMର ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ। ଓଡ଼ିଶା ସହ ୪ଟି ରାଜ୍ୟ ପାଇଁ ଯାହାର ମୁଣ୍ଡ ଦାମ୍ ଥିଲା ୨ କୋଟି। 

ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଲରୁ ଫେରିଲେ ସୁରକ୍ଷା ବାହିନୀ

୪ ପାର୍ଟ ମେମ୍ବର ଏବଂ ଜଣେ ଏରିଆ କମିଟି ମେମ୍ବର ତଥା ଏସିଏମ୍ ବି ନିହତ ହୋଇଥିଲେ। ସମସ୍ତଙ୍କ ମରଶରୀରକୁ ଧରି ଫେରିଛନ୍ତି ସୁରକ୍ଷା ବାହିନୀ। ଜବତ ହୋଇଥିବା ୪ଟି ଥ୍ରି ନଟ୍ ଥ୍ରି ବନ୍ଧୁକ, ଗୋଟିଏ ଇନସାସ୍, ୱାକିଟକି ସହ ବିପୁଳ ମାଓ ସାମଗ୍ରୀ, ଲିଫଲେଟକୁ ବି ସାଙ୍ଗରେ ଆଣିଛନ୍ତି। 
ଏତିକିରେ ସରିନି ନକ୍ସଲ ମୁକ୍ତ ଅପରେସନ୍...ଏବେ ବି ଘଞ୍ଚ ଜଙ୍ଗଲରେ ଜାରି ରହିଛି ମାଓବାଦୀ ଖୋଜା...କନ୍ଧମାଳ ଏବଂ କଳାହାଣ୍ଡିର ବିସ୍ତୀର୍ଣ୍ଣ ବନାଞ୍ଚଳ ଭିତରେ ଲାଲବାହିନୀକୁ ଖେଦି ଚାଲିଛନ୍ତି ସୁରକ୍ଷା ବାହିନୀ।

ବିଶେଷ କରି କନ୍ଧମାଳର ଚକାପାଦ ଓ ବେଲଘର ଅଞ୍ଚଳରେ ମାଓବାଦୀ ରହିଥିବା ସୂଚନା ରହିଛି। କାରଣ ଏହି ଅଞ୍ଚଳରେ ହିଁ ୨ ଦିନର ଅପରେସନ୍ ଭିତରେ ୬ କ୍ୟାଡର ମାଓବାଦୀ ନିହତ ହୋଇଥିଲେ। ଅବଶ୍ୟ ସଂପୃକ୍ତ ଇଲାକାରେ CPIMର ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ସଫା ହୋଇଯିବା ପରେ ଆଉ ସେଭଳି ଟପ୍ ମାଓନେତାଙ୍କ ଉପସ୍ଥିତି ଥାଇନପାରେ।

ଅନ୍ୟ ନକ୍ସଲଙ୍କୁ ସରେଣ୍ଡର ପାଇଁ ଆହ୍ବାନ

କିନ୍ତୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଘାଇଲା ହୋଇଥିବା କିଛି ପାର୍ଟି ମେମ୍ବର ଆଖପାଖ ଜନବସତି ଅଞ୍ଚଳରେ ଆତ୍ମଗୋପନ କରିଥିବା ଆଶଙ୍କା ରହିଛି। ତେଣୁ ଜାରି ରହିଛି ୧୬ଟି ଟିମର ଅପରେସନ୍। ହିଂସାଛାଡ଼ି ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ଆଣ୍ଟି ନକ୍ସଲ ଅପରେସନ୍ ଏଡିଜି। 

ମାଲକାନଗିରି ହେଉ କି କୋରାପୁଟ, ବଲାଙ୍ଗିର ହେଉ କି ବୌଦ୍ଧ। ଏକଦା ଲାଲବାହିନୀର ଦବଦବା ଥିଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ। କନ୍ଧମାଳ ଭଳି ଗୋଟିଏ ଦୁଇଟି ଜିଲ୍ଲାରେ ଯେଉଁମାନେ ବି ସକ୍ରିୟ ରହିଛନ୍ତି, ଏବେ ତାଙ୍କର ସେତେ ଆଉ ପ୍ରଭାବ ନାହିଁ। ସଂଗଠନ ବି ଶକ୍ତି ହରାଇଲାଣି। ମାଓ ବିରୋଧୀ ଲଢ଼େଇରେ ଛିଡ଼ା ହୋଇଥିବା

ଓଡ଼ିଶାକୁ ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ପ୍ରଶଂସା କରିଥିଲେ। ସେହିପରି ନକ୍ସଲ ଦମନ ଅଭିଯାନ କ୍ରମରେ ଚନ୍ଦକା SOG କ୍ୟାମ୍ପସରେ ୪ଶହ ଯବାନଙ୍କୁ ଟ୍ରେନିଂ ପାଇଁ ନୂଆ ପ୍ରଶିକ୍ଷଣ ଏବଂ ବ୍ରିଫିଂ କେନ୍ଦ୍ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁରକ୍ଷାକର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି। ତାସହ SOG ଓ ଅନ୍ୟ ସଂପୃକ୍ତ ନକ୍ସଲ ଦମନ ସଂସ୍ଥାର ଯବାନଙ୍କ ରିସ୍କ ଆଲାଉନ୍ସ ବୃଦ୍ଧି ଘୋଷଣା କରିଛନ୍ତି। 

ପାଖେଇ ଆସୁଛି ନକ୍ସଲ ଦମନର ଡେଡଲାଇନ୍। ଲାଲବାହିନୀର ବି ସରି ସରି ଆସୁଛି ଆୟୁଷ। ୨୦୨୬, ମାର୍ଚ୍ଚ ଭିତରେ ଆଉ କେଉଁ ଟପ୍ ମାଓନେତାଙ୍କ ପାଳି ପଡୁଛି, ତାକୁ ଅପେକ୍ଷା। 



Maoist Anti-Maoist Operations
Advertisment
Related Articles
Advertisment