Advertisment

Gulua–Barsha Conflict Deepens: ଉଠୁଚି ପଡ଼ୁଛି ଗୁଲୁଆ-ବର୍ଷା କଳି, ପରକୀୟାରେ ଲିପ୍ତ ଥିବା ନିଜେ ଗୁଲୁଆଙ୍କ ସ୍ବୀକାର

ପ୍ରେମ କରି ବାହା ହୋଇଥିଲେ, ସୋସିଆଲ୍ ମିଡିଆରେ ଖୁବ ଲୋକପ୍ରିୟ ବି ଥିଲେ। ଲୋକଙ୍କୁ ହସାଇ ହସାଇ ବେଦମ୍ କରୁଥିଲେ, ହେଲେ ଜୀବନରେ ଏମିତି କଣ ଘଟିଗଲା ଯେ, ଆଜି ଲୋକହସା ହେବାକୁ ପଡ଼ୁଛି।

author-image
Tapan Swain
GULUA

GULUA Photograph: (OTV)

ପ୍ରେମ କରି ବାହା ହୋଇଥିଲେ, ସୋସିଆଲ୍ ମିଡିଆରେ ଖୁବ ଲୋକପ୍ରିୟ ବି ଥିଲେ। ଲୋକଙ୍କୁ ହସାଇ ହସାଇ ବେଦମ୍ କରୁଥିଲେ, ହେଲେ ଜୀବନରେ ଏମିତି କଣ ଘଟିଗଲା ଯେ, ଆଜି ଲୋକହସା ହେବାକୁ ପଡ଼ୁଛି। ଆମେ କହୁଛୁ କମେଡିଆନ କପୁଲ୍ ଗୁଲୁଆ-ବର୍ଷାଙ୍କ ପାରିବାରିକ ବିବାଦ କଥା।

Advertisment

ସ୍ତ୍ରୀ ବର୍ଷାଙ୍କ ସାଂଘାତିକ ଅଭିଯୋଗ ପରେ ପରକୀୟାରେ ଥିବା ନେଇ ଗତକାଲି ସ୍ବୀକାର କରିଥିଲେ ଗୁଲୁଆ। ସେପଟେ ସେଲିବ୍ରେଟିଙ୍କ ସମ୍ପର୍କ କାହିଁକି ସ୍ଥାୟୀ ହେଉନି, ଆଇନର ଆଶ୍ରୟ ନେବା ବଦଳରେ କାହିଁକି ଘରକଳିକୁ ସୋସିଆଲ ମିଡିଆରେ ସେୟାର୍ କରୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ।....

ବର୍ଷ ଦୁଇଟା ବି ରହିପାରିଲେନି

ଭାଙ୍ଗିଗଲା ମନ । ଛିଣ୍ଡିଗଲା ସମ୍ପର୍କ । ଫାଟିଗଲା ୧୦ ବର୍ଷର ପ୍ରେମ ।
କମେଡି କପୁଲ୍ ଗୁଲୁଆ-ବର୍ଷା ଘରକଳିକୁ ନେଇ କାଲିଠୁ ଚର୍ଚ୍ଚା ଜୋର୍। କେତେକେତେ ଲୋକଙ୍କୁ ହସାଉଥିଲେ, ଆଜି ନିଜେ ଲୋକହସା ହେଉଛନ୍ତି। ହୋମନିଆଁକୁ ସାକ୍ଷୀ ରଖି ସଂସାର ଗଢୁଥିଲେ, ଏବେ ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ହଲ୍ଲାପଟା ଚଳାଇଛନ୍ତି। ସାତଜନ୍ମର ସାଥୀ ହୋଇଥିଲେ, କିନ୍ତୁ ବର୍ଷ ଦୁଇଟା ବି ରହିପାରିଲେନି।

Advertisment

ସ୍ତ୍ରୀ ବର୍ଷାଙ୍କ ଅଭିଯୋଗ, ସବୁରୀମୂଳରେ ପରକୀୟାପ୍ରୀତି। ସଂସାର ଭାଙ୍ଗିଦେଲା ସ୍ବାମୀଙ୍କ `ଝିଅ' ସମ୍ପର୍କ। ଦୁହିଁଙ୍କ ମଧ୍ୟରେ ଦୀର୍ଘଦିନଧରି କୁହୁଳୁଥିବା ବିବାଦ ଗତକାଲି ବଡ଼ଦିନରେ ବିସ୍ଫୋରଣ ହେବାପରେ ଓଟିଭିରେ ମୁହାଁମୁହିଁ ହୋଇଥିଲେ ପତିପତ୍ନୀ। ପରସ୍ପର ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ... 

ତୀବ୍ର ହୋଇଛି ବିବାଦ

କାନ୍ଦି କାନ୍ଦି ଗୁଲୁଆଙ୍କ ନିର୍ଯାତନା କାହାଣୀ ବଖାଣିଥିଲେ ବର୍ଷା। ବିବାଦର ମଞ୍ଜ କଥା କହି ସ୍ବାମୀଙ୍କୁ ସିଧା ନିଶାନା କରିଥିଲେ। ସ୍ତ୍ରୀଙ୍କ ଅଭିଯୋଗ ଆଗରେ ଗୁଲୁଆ ବି ଚୁପ୍ ବସିନଥିଲେ। ପ୍ରତ୍ୟାରୋପ କରିଥିଲେ ଏବଂ ଶେଷରେ ଅନ୍ୟ ଝିଅ ସହିତ ସମ୍ପର୍କରେ ଥିବା ଓଟିଭିରେ ସ୍ବୀକାର କରିଥିଲେ...

ମନ ଛିଣ୍ଡିଯିବାପରେ ଦୀର୍ଘଦିନ ଧରି ଗୁଲୁଆ-ବର୍ଷା ଅଲଗା ଭାବେ ରହିଆସୁଛନ୍ତି। ଉଭୟଙ୍କର ଡିଭୋର୍ସ ହୋଇନାହିଁ । ୟାରି ଭିତରେ ବାହାଘର ପୂର୍ବରୁ ବାପଘର ଦେଇଥିବା ଟଙ୍କା ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ ବର୍ଷା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ହୋଇଛି ବିବାଦ। 

ପୁଅକୁ ଫସାଇବାକୁ ଷଡ଼ଯନ୍ତ୍ର: ଗୁଲୁଆଙ୍କ ବାପା

ତେବେ ବୋହୂ ବର୍ଷାଙ୍କ ଅଭିଯୋଗକୁ ଗୁଲୁଆଙ୍କ ବାପାଙ୍କ ଖଣ୍ଡନ କରି କହିଛନ୍ତି, ମୋ ପୁଅକୁ ଫସାଇବାକୁ ଷଡ଼ଯନ୍ତ୍ର କରାଯାଇଛି। ଏପରିକି ଗୁଲୁଆ ପରକୀୟାକୁ ସ୍ବୀକାର କରିଥିବାବେଳେ ପୁଅର ଅନ୍ୟ ଝିଅ ସହିତ ସମ୍ପର୍କ ନଥିବା କହିଛନ୍ତି ବାପା ଯତୀନ୍ଦ୍ର ମୋହନ ଦାସ । ସେପଟେ ଗୁଲୁଆଙ୍କ ସହଯୋଗୀଙ୍କ କହିବା ଅନୁସାରେ, ଉଭୟଙ୍କ ଭିତରେ ପାରିବାରିକ ଝଗଡ଼ା ଗତ ୮ ମାସ ହେବ ଚରମ ସୀମାରେ ପହଞ୍ଚିଛି। ଏକାଠି ସୁଟିଂ କରୁଥିଲେ ମଧ୍ୟ ବର୍ଷା-ଗୁଲୁଆ ଅଲଗା ରହୁଥିଲେ ।

ତେବେ କାହିଁକି ସ୍ଥାୟୀ ରହୁନି ସେଲିବ୍ରେଟିଙ୍କ ସମ୍ପର୍କ ? ଫେମସ୍ ହେଲା ପରେ ବଦଳିଯାଉଛି କି ମନ ? ପ୍ରେମ ବିବାହ କରି ମଧ୍ୟ ଗୁଲୁଆ-ବର୍ଷାଙ୍କ ଭିତରେ କାହିଁକି ଘଟିଲା ମନୋମାଳିନ୍ୟ ? କଣ କେବଳ ପରକୀୟା ଅଭିଯୋଗ ନା ଲୁଚିରହିଛି ଆଉକିଛି ଘଟଣା ? ସୋସିଆଲ ମିଡିଆରେ ଉଭୟଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି।

ସମାଜରେ ସେଲିବ୍ରେଟିମାନେ ଅନେକ ପ୍ରଭାବ ପକାଇଥାନ୍ତି। ଏଣୁ ଘର କଳି ଘରେ ସମାଧାନ ନକରି କାହିଁକି ସୋସିଆଲ୍ ମିଡିଆକୁ ବାଛିଲେ ବିବାଦୀୟ ଦମ୍ପତି ? ଆଇନର ଆଶ୍ରୟ ନନେଇ ସୋସିଆଲ୍ ମିଡିଆରେ ଭିଡିଓ କରିବାର ଉଦ୍ଦେଶ୍ୟ କଣ ? 

ପାରିବାରିକ ବିବାଦ ନେଇ ଉଭୟ ବର୍ଷା କି ଗୁଲୁଆଙ୍କ ତରଫରୁ ଏଯାଏଁ ଥାନାରେ ଏତଲା ହୋଇନି। ଆଗକୁ ଏହି ସେଲିବ୍ରେଟି ଦମ୍ପତିଙ୍କ ସମ୍ପର୍କ କେଉଁ ମୋଡ଼ ନେଉଛି ତାହା ଉପରେ ନଜର । 

Gulua Ashish Gulua Comedy
Advertisment
Related Articles
Advertisment