/odishatv-khabar/media/media_files/2025/12/26/vigilance-raid-2025-12-26-20-57-37.jpg)
VIGILANCE-RAID Photograph: (OTV)
ଚାକିରି ମାତ୍ର ୬୨୫ ଟଙ୍କାରୁ ଆରମ୍ଭ, ହେଲେ ଅମାପ ସଂପତ୍ତିର ମାଲିକ। କୋରାପୁଟ ସେମିଳିଗୁଡ଼ାର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଭୁବନେଶ୍ବର ଘରେ ଆଜି ଭିଜିଲାନସ ବିଭାଗ ରେଡ୍ କରି ଠାବ କରିଥିବା ସଂପତ୍ତି ହୋସ୍ ଉଡ଼ାଇଛି। ନିରଞ୍ଜନଙ୍କ ରାଜଧାନୀରେ ୨ ଆଲିସାନ ବଙ୍ଗଳା ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ମୂଲ୍ୟବାନ ପ୍ଲଟ ରହିଛି। ଘର ସିକ୍ରେଟ ଚାମ୍ବରରୁ ମିଳିଥିବା କେଜିଏରୁ ଅଧିକ ସୁନା ଓ ପୁଳା ପୁଳା ଟଙ୍କା, ସମସ୍ତଙ୍କୁ ତାଜୁବ କରିଛି।...
ଯୁଆଡେ ଉଣ୍ଡାଳିଲେ, ସିଆଡୁ ବାହାରିଲା । ଆଲମାରୀ ଲକର, ସିକ୍ରେଟ୍ ଚାମ୍ବର ଅବା ଠାକୁର ଘର । ସବୁଠୁ ସିଜ୍ ହୋଇଛି ପୁଳା ପୁଳା ସୁନା ଓ ବିଡ଼ା ବିଡ଼ା ଟଙ୍କା । ତା ସାଙ୍ଗକୁ ୨ଟି ଆଲିଶାନ କୋଠା, ୭ଟି ମୂଲ୍ୟବାନ ପ୍ଲଟ୍ ସାଙ୍ଗକୁ ଦାମୀ ଗାଡ଼ି ଦେଖି ଭିଜିଲାନସ ଟେରା । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଫରେଷ୍ଟରଙ୍କ ଘରେ ଠାବ ହୋଇଛି ଏଭଳି ଅମାପ ସଂପତ୍ତି । ସ୍ଥାନ-ଭୁବନେଶ୍ବର ଝାରପଡ଼ା ସ୍ଥିତ ମହାଦେବ ନଗର, 408/2390 ଓ 6388 ପ୍ଲଟ୍ ନମ୍ବର ।
କେଜିଏ ସୁନା, ୨ ଆଲିଶାନ ବଙ୍ଗଳା ସହ ୭ ପ୍ଲଟ୍ ଠାବ
ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ସେମିଳିଗୁଡ଼ା ସ୍ଥିତ ଅଫିସ ସମେତ ଭୁବନେଶ୍ବର ଘରେ ଆଜି ଭୋର ସାଢ଼େ ୫ଟାରୁ ନନଷ୍ଟପ୍ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ଝରପଡ଼ା ଘରେ ଛଅ ଘଣ୍ଟାରୁ ଅଧିକ ସମୟ ଧରି ଖେଦି ଯାଇଥିଲେ ୬ ଡିଏସପିଙ୍କ ସହ ୭ ଇନସପେକଟର।
ଠାକୁର ଘର, ଦିଅଁଙ୍କ ସିଂହାସନ ତଳେ ଲୁଚା ହୋଇଥିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍ ସାଙ୍ଗକୁ ଗହଣା-ଗାଣ୍ଠି। ସେମିତି ସିକ୍ରେଟ୍ ଚାମ୍ବରରୁ ବି ମିଳିଛି ଆଖି ତରାଟିଲା ଭଳି ଅଳଙ୍କାର, ନାମୀ କଂପାନୀର ଘଣ୍ଟା, ମୂଲ୍ୟବାନ ଜମି କାଗଜପତ୍ର, ୧୦ରୁ ଅଧିକ ଏଟିଏମ୍ କାର୍ଡ ସାଙ୍ଗକୁ ୮ରୁ ଅଧିକ ଦେଶର ଫରେନ୍ କରେନ୍ସି ବି ମିଳିଛି। ନିରଞ୍ଜନଙ୍କ ଲଗଜରି ଘର ଭିତରର ଚିତ୍ର, ଆଖି ଖୋସି ହୋଇଗଲା ଭଳି ଇଣ୍ଟିରିଅର ଡିଜାଇନ୍। ସୋ-କେଶରେ ସଜ୍ଜା ହୋଇଛି ମୂଲ୍ୟବାନ କାଠରେ ତିଆରି ଦିଅଁ-ଦେବତା।...
ଏତେ ସଂପତ୍ତି ଆସିଲା କେଉଁଠୁ ?
ଭିଜିଲାନ୍ସ ବିଭାଗର ବିସ୍ତୃତ ସୂଚନା ଅନୁସାରେ- ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ଭୁବନେଶ୍ବରରେ ଘରକୁ ଘର ଲାଗି ୨ଟି ବହୁତଳ କୋଠା, ଜଗତସିଂହପୁର ଓ ସେମିଳିଗୁଡ଼ା ସହ ବିଭିନ୍ନ ସ୍ଥାନରେ ୭ଟି ଦାମୀ ପ୍ଲଟ୍ ସାଙ୍ଗକୁ କେଜିଏରୁ ଅଧିକ ସୁନା ମିଳିଛି। ତାସହ ଜବତ ହୋଇଛି ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା। ଏଠି ପ୍ରଶ୍ନ ୧୯୮୮ ମସିହାରେ ମାତ୍ର ୬୨୫ ଟଙ୍କାରେ ଚାକିରି ଆରମ୍ଭ କରିଥିବା ନିରଞ୍ଜନଙ୍କର ଏତେ ସଂପତ୍ତି ଆସିଲା କେଉଁଠୁ ? କେଉଁ ବାଟରେ ଅମାପ ସଂପତ୍ତି ଆୟ କଲେ ଫରେଷ୍ଟର ବାବୁ ? ଚଢ଼ଉ ବେଳେ ସେ ଘରେ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିନାହିଁ।
ତେଣେ ଭିଜିଲାନ୍ସ ଜାଲରେ ନିଇତି ନୂଆ ନୂଆ ବଡ଼ ମାଛ ପଡିବା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି। ମାତ୍ର ୪ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ଓଏସିଏସସି ଲିମିଟେଡ୍ ର ଡିଏମ୍ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ସଂପତ୍ତି ଦେଖି ବି ତାଜୁବ ହୋଇଥିଲା ଦୁର୍ନୀତି ନିବାରଣ ବିଭାଗ। ସେମିତି ଗତ ଜୁଲାଇ ୨୧ରେ କେନ୍ଦୁଝରର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ୧୧୫ ପ୍ଲଟ୍ ଠାବ ହେବା ଘଟଣା ରାଜ୍ୟବାସୀଙ୍କୁ ତାଟେକା କରିଥିଲା।
ଜୁନ୍ ୨୦୨୪ରୁ ଅକ୍ଟୋବର ୨୦୨୫ର ତଥ୍ୟ ଦେଖିଲେ- ୯୦ ଜଣ କ୍ଲାସ ୱାନ ଅଫିସରଙ୍କୁ ଦୁର୍ନୀତି ମାମଲାରେ ବାନ୍ଧିଛି ଭିଜିଲାନ୍ସ।
ଯେଉଁଥିରେ ଅବକାରୀ ଯୁଗ୍ମ କମିଶନରଙ୍କଠୁ ଆରମ୍ଭ କରି ୭ ଚିଫ୍ ଇଞ୍ଜିନିୟର, ୫୪ ଇଞ୍ଜିନିୟର, ୨୨ ପୋଲିସ ବାବୁ, ୧୩ ବନ ବିଭାଗ ଅଧିକାରୀ, ୩୩ ରାଜସ୍ବ ବିଭାଗ କର୍ମଚାରୀ ଓ ୮ ଡାକ୍ତର ଅଛନ୍ତି। ଗୋଟିଏ ପଟେ ମୋହନ ସରକାର ଦୁର୍ନୀତିକୁ ଜିରୋ ଟଲରାନସ ନୀତି ଭାବେ ଗ୍ରହଣ କରିଥିବାବେଳେ ନିଇତି ଭିଜିଲାନସ ଜାଲକୁ ଆସୁଛନ୍ତି ନୂଆ ନୂଆ ଦୁର୍ନୀତିଖୋର ବାବୁ।...
State Governance Reset: ରାଜ୍ୟ ପ୍ରଶାସନର ଶୀଘ୍ର ହେବ ନବକଳେବର, ନୂଆ ବର୍ଷରେ ନୂଆ ଟିମ୍ ଗଢ଼ିବେ ମ୍ୟାଡାମ୍ ସିଏସ୍

Sujata Entry Stalled in BJD: ବିଜେଡିରେ ସୁଜାତା ଏଣ୍ଟ୍ରିକୁ ରୋକ୍ ! ପ୍ରତିଷ୍ଠା ଦିବସରେ ପୁଣି ବିଦ୍ରୋହୀଙ୍କ ଚେତାବନୀ

Anu Garg in Spotlight: ଅନୁ ଗର୍ଗଙ୍କ ଠାରୁ ମୋହନ ସରକାରଙ୍କ ଆଶା, ହୋଇପାରିବେ କି ‘ଲୋକଙ୍କ ମୁଖ୍ୟ ଶାସନ ସଚିବ’ ?

Vijay Hazare Trophy 2025-26 : ଓଡ଼ିଶା କ୍ରିକେଟ ପାଇଁ ଐତିହାସିକ ମୁହୂର୍ତ୍ତ,; ରାଜେଶଙ୍କ ହାଟ୍ରିକ୍, ବିଜୟୀ ଓଡ଼ିଶା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)