/odishatv-khabar/media/post_attachments/uploadimage/library/16_9/16_9_0/rathayatra_1625229667.jpg)
rathayatra
ପୁରୀ: ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା। ଭକ୍ତ ନ ଆସିଲେ ବି ଉତ୍ସାହ କମିନି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପଟେ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ର୍ନିମାଣ କାର୍ଯ୍ୟ ପ୍ରାୟ ୯୦ପ୍ରତିଶତ ଶେଷ ହୋଇଥିବା ବେଳେ ପାରାଭାଡ଼ି ଉଠି ଖପୁରୀ ବସିବା ପରେ ସିଂହାସନ ଓ ପ୍ରଭା ର୍ନିମାଣ କାର୍ଯ୍ୟ ଆଗେଇ ନେଉଛନ୍ତି ମହାରଣା ସେବକ। କମାର ଓ ଭୋଇ ସେବକମାନେ ମଧ୍ୟ ରଥ ନିର୍ମାଣରେ ସବୁ ପ୍ରକାର ସହଯୋଗ କରୁଛନ୍ତି ।
ସେପଟେ ଚିତ୍ରକରମାନେ ରଥର ସାରଥୀ, ଦୁଆରବେଢା, କଳସ, ଖପୁରୀ ଓ ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗ କାମ କରୁଛନ୍ତି । ଦରୀଜ ସେବକ ମଧ୍ୟ ମହାପ୍ରଭୁଙ୍କ ତିନି ରଥରେ ଲାଗୁଥିବା କପଡା ସିଲେଇରେ ଲାଗି ପ଼ଡିଛନ୍ତି । ସେପଟେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ଭଳି ଏଥର ବି ଯେମିତି ସୀମିତ ସଂଖ୍ୟକ ସେବାୟତ ରଥ ଉପରେ ରହିବେ। ସେନେଇ ନିଷ୍ପତ୍ତି ନିଆଯାଇଛି। ସମସ୍ତଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ କରୋନା ପରୀକ୍ଷା ଆସନ୍ତା ୮ ରୁ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
ସେହିପରି ବଡ଼ଦାଣ୍ଡରେ ଲାଗୁ ହେବ ୧୪୪ ଧାରା। ବଡଦାଣ୍ଡ ଉଭୟ ପାର୍ଶ୍ୱରେ ଥିବା ଘର ମାନଙ୍କରେ ବସବାସ କରୁଥିବା ସ୍ଥାନୀୟ ଲୋକେ ଛାତ ଉପରେ ରହି ହିଁ ଦର୍ଶନ କରିପାରିବେ। ପୁରୀ ବାହାରର କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ନାହିଁ। ରେଳ ଓ ବସ ଚଳାଚଳ ସହ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜିଂ ଖାଲି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଏଥର ବି ଶ୍ରୀକ୍ଷେତ୍ରରେ ରଥକୁ ଟାଣିବେ ସେବାୟତ ଓ ପୋଲିସ। ରଥଯାତ୍ରାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯୁବକଙ୍କଠୁ ଆରମ୍ଭ କରି ବରିଷ୍ଠ ସେବାୟତ ସମସ୍ତେ ବଡ଼ଦାଣ୍ଡରେ ରଥ ଟାଣିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାହା ଗାଇଡଲାଇନ୍ ଜାରି ହେବ ତାକୁ ପାଳନ କରାଯିବ। ଶ୍ରୀଅଙ୍ଗକୁ ସୁରକ୍ଷାଠୁ ଆରମ୍ଭ କରି ରଥ ଟାଣିବା ଯାଏଁ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପାଳନ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ରଥ ନିର୍ମାଣରେ ଶେଷ ସ୍ପର୍ଶରେ ଲାଗିଛନ୍ତି ରୂପକାର ସେବକମାନେ ସିଂହାସନ ପୁରାପୁରି ଶେଷ ହେବା ପରେ ଏବେ ଚାଲିିଛି ଶେଷ ପଯର୍ୟାୟ ପ୍ରଭା କାମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)