Advertisment

Bharat Bandh: ଗୁରୁବାର ଭାରତ ବନ୍ଦ ଡାକରା, ବନ୍ଦ ରିହବ ଦୋକାନ ବଜାର ଗାଡ଼ି ଚଳାଚଳ !

ନିଜର ହକ୍ ପାଇଁ ରାଜ ରାସ୍ତାକୁ ୧୦ ଶ୍ରମିକ ସଂଗଠନ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଥିବା ବେଳେ, ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ମନରେଗା ଉଚ୍ଛେଦ ସହ ଶ୍ରମିକ ବିରୋଧୀ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ କରିବ ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ।

author-image
Tanmay Kumar Mahalik
12 Feb Bharata Closed

12 Feb Bharata Closed Photograph: (OTV)

ଆସନ୍ତା ଗୁରୁବାର ଭାରତ ବନ୍ଦ ଡାକରା ! ୧୨ ତାରିଖ ବନ୍ଦ ରହିବ ସାରା ଦେଶ ! ଅଖଚକ ବନ୍ଦ ପାଇଁ ଯୋଜନା କରୁଛି ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ । ପୁଣି ଜଳିବ ରାସ୍ତାରେ ନିଆଁ, ପୁଣି ଦେଖିବାକୁ ମିଳିବ ଶ୍ରମିକଙ୍କ ହାହ୍ଲାବୋଲ୍ ।

Advertisment

ନିଜର ହକ୍ ପାଇଁ ରାଜ ରାସ୍ତାକୁ ୧୦ ଶ୍ରମିକ ସଂଗଠନ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଥିବା ବେଳେ, ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ମନରେଗା ଉଚ୍ଛେଦ ସହ ଶ୍ରମିକ ବିରୋଧୀ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ କରିବ ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ । 

ଶ୍ରମିକ ମାନଙ୍କ ଏହି ଦାବିକୁ ଯଥାର୍ଥ ବୋଲି କହିଛି କଂଗ୍ରେସ । ତେଣୁ ୧୨ ତରିଖ ଦିନ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ କଂଗ୍ରେସ ସାଥ୍ ଦେବ । ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସେହିପରି ଓଡ଼ିଶା କଂଗ୍ରେସର ମୂଳ ପ୍ରସଙ୍ଗ ମନରେଗା, ବିଜୁଳି ଓ ଧାନସଂଗ୍ରହକୁ ଧର୍ମଘଟରେ ଗୁରୁତ୍ବ ଦିଆଯାଉଥିବା ସ୍ବାଗତ ଯୋଗ୍ୟ ବୋଲି ପିସିସି ସଭାପତି କହିଛନ୍ତି ।

ଗତ ଜାନୁଆରୀ ୨୮ ତାରିଖରେ ନବନିର୍ମାଣ କୃଷକ ସଂଗଠନ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିଥିଲା । ଆଉ ଏବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ କରିବାକୁ ଡାକରା ଦେଇଛି । ସେତେବେଳେ ବି ନବନିର୍ମାଣ କୃଷକ ସଂଗଠନକୁ କଂଗ୍ରେସ ସମର୍ଥନ ଜଣାଇଥିଲା ।

ହେଲେ ଓଡ଼ିଶା ବନ୍ଦ ସୁପର ଫ୍ଲପ ହୋଇଥିଲା ।  କିନ୍ତୁ ଆସନ୍ତା ୧୨ ତରିଖ ଭାରତ ବନ୍ଦ କେତେ ସଫଳ ହେଉଛି ତା’ ଦେଖିବାକୁ ବାକି ରହିଲା । 

Nationwide Strike Central Trade Unions Bharat Bandh
Advertisment
Related Articles
Advertisment