/odishatv-khabar/media/media_files/2026/01/19/bus-2026-01-19-09-13-27.jpg)
Bus Photograph: (OTV)
ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳକୁ ବିରୋଧ କରି ପାରାଦୀପରେ ଘରୋଇ ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତି ସ୍ଥଗିତ। ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ। ଏନେଇ ସୂଚନା ଦେଇଛନ୍ତି ସଂଘ ସଭାରତି ରଶ୍ମିରଞ୍ଜନ ପରିଡ଼ା।
ସେ କହିଛନ୍ତି, ଆଜି ମଧ୍ୟାହ୍ମରେ ପାରାଦୀପ, ଜଗତସିଂହପୁର ମାଲିକ ସଂଘ ଓ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଜଗତସିଂହପୁର ଜିଲ୍ଲାପାଳ ଡାକିଛନ୍ତି। ଚୁଡ଼ାନ୍ତ ନିଷ୍ପତ୍ତି ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ସେବା, ଜିଲ୍ଲା ସଦର ମହକୁମାରୁ ବ୍ଲକ ସଦର ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ତେଣୁ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ପାରାଦୀପ ଘରୋଇ ବସ୍ ମାଲିକ ସଂଘ ସଭାପତି ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି। ଏଥିସହ ସପ୍ତାହେ ଧରି ଧର୍ମଘଟରେ ଥିବା ଜଗତସିଂହପୁର ଘରୋଇ ବସ୍ ମାଲିକ ସଂଘ ଆଜିଠୁ ବସ୍ ଚଳାଚଳ ସ୍ବାଭାବିକ କରିବ।
ପାରାଦୀପ ବସ୍ ଧର୍ମଘଟ ସ୍ଥଗିତ
ପାରାଦୀପରେ ଘରୋଇ ବସ୍ ଧର୍ମଘଟ ନିଷ୍ପତ୍ତି ସ୍ଥଗିତ
ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଂଘ
ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ବୈଠକ
ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ବସ୍ ବନ୍ଦ ଡାକରା ଦେଇଥିଲା ସଂଘ
ବ୍ଲକ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳକୁ ବିରୋଧ
TVK Chief Vijay To Appear Before CBI: ପୁଣି ବିଜୟଙ୍କୁ ଘାଣ୍ଟିବ CBI, ଆଜି ହାଜର ହେବେ

BJP National President Election: ବିଜେପି ଅଧ୍ୟକ୍ଷ ନିର୍ବାଚନ, ଆଜି ନାମାଙ୍କନ ଦାଖଲ

Daily Horoscope 19th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Weekly Horoscope From 19th January 2026 To 25th January 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)