/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639309408.jpg)
ମେଷ –
କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ । ବରିଷ୍ଠ ବ୍ୟକ୍ତିମାନଙ୍କ ଠାରୁ ସମ୍ମାନ ମିଳିବ । ଆର୍ଥିକ ପରିବର୍ତ୍ତନ ହୋଇପାରେ । ବୈବାହିକ ଜୀବନରେ ସୁଖ ଶାନ୍ତି ଭରି ରହିବ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ଉଦ୍ୟମ କରିବେ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସୁଫଳ ପାଇପାରନ୍ତି । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବା ପାଇଁ ଉଦ୍ୟମ କରିପାରନ୍ତି । ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । ବିବାଦୀୟ ଘଟଣାରେ ନିଜେ ସମସ୍ୟା ଭିତରକୁ ଟାଣି ହୋଇ ଯିବାକୁ ପଡିପାରେ ।
ଶୁଭରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ ଏହି ମନ୍ତ୍ର ପାଠ କରନ୍ତୁ ।
ବୃଷ –
ଈଶ୍ୱରଙ୍କ ନିକଟରେ ଭାଗ୍ୟ ଓ ଭବିଷ୍ୟତକୁ ସମର୍ପି ଦେଇ କର୍ମ ତତ୍ପର ରହିବେ । ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି । କର୍ମ କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇପାରନ୍ତି । ଭାଇ ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ପରିବାରରେ ସୁଖଦାୟକ ବାତାବରଣ ଦେଖାଦେବା ସହ ପରିବାରରେ ପ୍ରସନ୍ନତା ବିରାଜମାନ କରିବ । ରାଜନୀତି କ୍ଷେତ୍ରରେ ଅନେକ ଶୁଭକର୍ମର ସୁଯୋଗ ପାଇବା ସହ ପ୍ରତିଷ୍ଠା, ବୃଦ୍ଧି ପାଇବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବା ସହ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି କରିବେ ।
ଶୁଭରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶୁକ୍ରଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।
ମିଥୁନ -
ଆପଣଙ୍କର ଯଥେଷ୍ଟ ସମସ୍ୟାର ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ। ଦାମ୍ପତ୍ୟ ଜୀବନରେ ଶାନ୍ତିର ବାତାବରଣ ବଜାୟ ରହିବ। ପ୍ରେମୀ ଯୁଗଳ ବାହରକୁ ବୁଲି ଯାଇପାରନ୍ତି। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୃହିଣୀମାନେ ରୋଷେଇ ଘରେ ବ୍ୟସ୍ତ ରହିବେ। କାମ ପାଇଁ କୌଣସି ବଡ଼ ଫଇସଲା ନେଇ ପାରନ୍ତି। କାର୍ଯ୍ୟ ବ୍ୟସ୍ତତା ସତ୍ତ୍ବେ କିଛି ସମୟ ବରିଷ୍ଠ ଓ ଅନୁଭବୀ ଲୋକଙ୍କ ସହିତ ଅତିବାହିତ କରିପାରନ୍ତି । ଛାତ୍ର ସହପାଠୀଙ୍କ ସାହାଯ୍ୟ ପାଇବେ। ବେପାରରେ ଆଶାଜନକ ଫଳ ପାଇବେ।
ଶୁଭରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।
କର୍କଟ –
ବଡ଼ ପଦକ୍ଷେପ ନେବାରେ ନିବୃତ୍ତ ରହନ୍ତୁ। କିଛି ଚିନ୍ତା ଆପଣଙ୍କ ଲାଗି ବାଧା ସୃଷ୍ଟି କରିପାରେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ପରିବାର ଲୋକ ଘର କାମରେ ସାହାଯ୍ୟ କାମକୁ ଭଲ ଦିଶା ଦେବାକୁ ପ୍ରୟାସ କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନା ଜାଣିବାକୁ ଚେଷ୍ଟା କରିବେ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ପରିବେଶ ପ୍ରସନ୍ନତାଦାୟକ ରହିବ। ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟ ଆଡ଼କୁ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର ଇଚ୍ଛିତ ଫଳାଫଳ ହାସଲ କରିବାର ଇଚ୍ଛା ରହିବ ।
ଶୁଭରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ସିଂହ –
ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ପାଇବେ। ପରିବାରରେ ବୁଝାମଣା ଠିକ୍ ରହିବା ସ୍ଥଗିତ କାମକୁ ପୂରା କରିବେ। ନୂତନ ସମ୍ପର୍କ ଏବଂ ଅଭିଳାଷ ପୂରଣରୁ ଖୁସି ରହିବେ। କରଜ କରିପାରନ୍ତି। କର୍ମକ୍ଷେତ୍ରର ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ। ବ୍ୟବସାୟିକ କ୍ଷେତ୍ରରେ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିଶିଷ୍ଟବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି। ପାରିବାରିକ ଅସୁବିଧା ଓ ଅସାମଞ୍ଜସ୍ୟତା କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରେ।
ଶୁଭରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ପ୍ରତିଦିନ ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।
କନ୍ୟା –
ଘରମାଲିକଙ୍କ ସହ ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅର୍ଥ କାରବାରରେ ଜଟିଳତାକୁ ଦୂରେଇବାରେ ସମର୍ଥ ହୋଇପାରନ୍ତି। ପାରିବାରିକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥହେବା ଆଶା ରହିଛି। ଭାଇ, ବନ୍ଧୁ, ପଡ଼ୋଶୀଙ୍କ ସହ ସମ୍ପର୍କ ଗଡ଼ବଡ଼ ହୋଇପାରେ। ପ୍ରବଳ ଧୈର୍ୟ୍ୟ ସାଙ୍ଗକୁ ଅବିଚଳିତ ମନୋଭାବରୁ ସମସ୍ୟା ସମାଧାନରେ ସଫଳ ହେବେ। ଋଣ ପରିଶୋଧ କରିବାରେ ବିଫଳ ହୋଇପାରନ୍ତି। କୌଣସି କାମ ସୁବିଧାରେ ହେବା କଷ୍ଟକର ହୋଇପାରେ। ବାଧ୍ୟବାଧକତାରେ ନୂତନ କାର୍ୟ୍ୟରେ ହାତ ଦେବେ।
ଶୁଭରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବିଷ୍ଣୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ତୁଳା -
ନୂଆ ଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ଯ୍ୟ କରିବେ । ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସି ଅନେକ ଦିନର ଅଭିଳାଷ ପୂରଣ ହେବ । ବ୍ୟବସାୟରେ ସାହାଯ୍ୟ ସହଯୋଗ ପାଇ ଲାଭବାନ୍ ହେବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । କୌଣସି କାମରେ ବିଶେଷଜ୍ଞତା ହାସଲ କରିବେ । କଳା, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବା ସହ ସରକାରୀ ସ୍ତରରୁ ଅର୍ଥ ପାଇବେ ।
ଶୁଭରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବିଛା –
ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ଏବଂ ଆଜିର ବ୍ୟବସାୟ ପ୍ରାୟତଃ ଭଲ ରହିବ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆଗକୁ ବଢିବାରେ ସହାୟତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମାଚାର ମିଳିବ । ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ । କୌଣସି କଥାକୁ ନେଇକି ପ୍ରତାରିତ ହେବାର ଆଶଙ୍କା ଉପୁଜିବ । ବିଳାସ ବ୍ୟସନ ଖାଦ୍ୟ ପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି ।
ଶୁଭରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ହନୁମାନଙ୍କ ମନ୍ଦିରରେ ପେଡା ଭୋଗ ଲଗାନ୍ତୁ ।
ଧନୁ –
ଧୈର୍ଯ୍ୟ, ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇବେ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇଯିବେ । ଗୁରୁ ଗୁରୁଜନ ଓ ମାଆବାପାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଟା ଆରମ୍ଭ କରିପାରନ୍ତି । ଆୟକୁ ଚାହିଁ ବ୍ୟୟ କଲେ ଲୋକହସା ହେବେ ନାହିଁ । ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ । ରୋଗପୀଡା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ଘରୋଇ କଳହରେ ବହୁତ ସମୟ ଅପବ୍ୟୟ କରିପାରନ୍ତି ।
ଶୁଭରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଗୁରୁବାର ଦିନ ଖେଚୁଡୀ ଭୋଗ ଲଗାନ୍ତୁ ।
ମକର –
ସନ୍ତାନଙ୍କ ପାଇଁ କୌଣସି ମହତ୍ୱପୂର୍ଣ୍ଣ କାମ ହୋଇ ପାରେ । ରାଜନୀତି କ୍ଷେତ୍ରରେ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି । ପ୍ରେମ ପ୍ରସଙ୍ଗରେ ଆନନ୍ଦ ମିଳିବ । ପାରିବାରିକ କ୍ଷେତ୍ରରେ ଆନ୍ତରିକ ଶକ୍ତି ଓ ଆତ୍ମବଳ ଦ୍ୱାରା ଆଗକୁ ବଢିବାରେ ସକ୍ଷମ ହେବେ । ଶତୃମାନଙ୍କ ସହ ମିତ୍ରତା ଭାବ ସ୍ଥାପନ କରିବା ପାଇଁ ପ୍ରୟାସରତ ରହିବେ । ସଭାସମିତି, ଆନୁଷ୍ଠାନିକ କାମ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସା ମିଳିବ ।
ଶୁଭରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଦକ୍ଷିଣକାଳିଙ୍କର ମନ୍ଦିର ଦର୍ଶନ କରନ୍ତୁ ।
କୁମ୍ଭ -
ସନ୍ତାନଙ୍କ ପାଇଁ କୌଣସି ମହତ୍ୱପୂର୍ଣ୍ଣ କାମ ହୋଇ ପାରେ । ରାଜନୀତି କ୍ଷେତ୍ରରେ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି । ପ୍ରେମ ପ୍ରସଙ୍ଗରେ ଆନନ୍ଦ ମିଳିବ । ପାରିବାରିକ କ୍ଷେତ୍ରରେ ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ୱାରା ଆଗକୁ ବଢିବାରେ ସକ୍ଷମ ହେବେ । ଶତୃମାନଙ୍କ ସହ ମିତ୍ରତା ଭାବ ସ୍ଥାପନ କରିବା ପାଇଁ ପ୍ରୟାସରତ ରହିବେ । ସଭାସମିତି, ଆନୁଷ୍ଠାନିକ କାମ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସା ମିଳିବ ।
ଶୁଭରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିଦେବଙ୍କର ବୀଜମନ୍ତ୍ର ପାଠ କରନ୍ତୁ ।
ମୀନ -
ଆଜି ସଭାସମିତି, କଳା, ସାହିତ୍ୟ କ୍ଷେତ୍ର ସହ ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ମନ୍ଦ ନୁହେଁ । ଅସହାୟ ଓ ଦୁର୍ବଳ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ । ବିଦ୍ୟାଧ୍ୟନ କ୍ଷେତ୍ରରେ ସଫଳତା ମିଳିବ । ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି । ସତର୍କତା ଅବଲମ୍ବନ ନକଲେ ହସ ଖୁସିର ପରିବେଶ ଫିକା ପଡିଯାଇ ପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ । କୌଣସି ନୀଚ୍ଚ ଜାତିର ବ୍ୟକ୍ତି ବିଶେଷଙ୍କ ସହାୟତାରୁ ଉପକୃତ ହେବେ ।
ଶୁଭରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ସକାଳୁ ସବୁଦିନ ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ ।
Today Panchang 19th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Two High-Speed Trains Derailed: ବାହାନଗା ଷ୍ଟାଇଲରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଟ୍ରେନ୍ ବଗି ଉପରେ ଚଢ଼ିଗଲା ବଗି

From Street to Wedding Mandap: ଦିନେ ପରିଚୟ ଖୋଜୁଥିଲେ, ଆଜି ନୂଆ ପରିବାର ପାଇଲେ; ହାତ ଧରିଲେ ସଫଟୱେର ଇଞ୍ଜିନିୟର

Cow Smuggling Mafia Alters Strategy: ରେଡ୍ ପରେ ବଦଳିଗଲା ଗୋ-ମାଫିଆଙ୍କ ଷ୍ଟ୍ରାଟେଜି; କଣ୍ଟେନର ବଦଳରେ ଚଲାଇ ଚଲାଇ ଗୋରୁ ଚାଲାଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)