/odishatv-khabar/media/media_files/2025/12/06/teacher-andolana-2025-12-06-20-10-37.jpg)
TEACHER-ANDOLANA Photograph: (OTV)
ଶୋଇ ଯାଇଛି ସହର, ହେଲେ ଏଠି କିନ୍ତୁ ଆଖିରେ ନିଦ ନାହିଁ। ଗତକାଲି ରାତି ଅଧରେ ରାଜରାସ୍ତାରେ ମୁଢ଼ି ଗଣ୍ଡେ ଆହୋରାତ୍ର ଆନ୍ଦୋଳନରରେ ସାମିଲ ଶିକ୍ଷକଙ୍କ ଭୋକର ଜ୍ବାଳାକୁ ସାମାନ୍ୟ ଶାନ୍ତ କରିଛି ସତ, ହେଲେ ସବୁ ଦିନିଆ ପେଟ ଚାଖଣ୍ଡକ ପୂରଣ ହେବାର ସ୍ବପ୍ନ କିନ୍ତୁ ସତ ହେବ କି ନାହିଁ ସେ ଶଙ୍କା ମନରୁ ଯାଉନି। ଦୁଇ ଦିନ ହେଲାଣି ଦୁଇ ଦଫା ଦାବିରେ ପ୍ରାଥମିକ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ ଭୁବନେଶ୍ବର ଲୋୟର ପିଏମଜିରେ ଚାଲିଛି...
ତେବେ ସରକାରଙ୍କ ଶୁଭ ଦୃଷ୍ଟିକୁ ଆସିବାକୁ ଆଜି ଆନ୍ଦୋଳନ ସ୍ଥଳରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ। ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଦାତା ଗଣେଶଙ୍କୁ ଆବାହନ କରି ଦୀପଦାନ ଓ କଳସ ଯାତ୍ରା ବି କରିଥିଲେ। ସମସ୍ତଙ୍କ ମୁହଁରେ ଥିଲା ସମାନ ଅଭିଯୋଗ, ପୂର୍ବ ସରକାର ଆମକୁ ଠକିଛନ୍ତି। ବିଜେଡି ସରକାର ଅମଳରେ ସେମାନେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇଥିଲେ। ଏମିତିକି ସେମାନଙ୍କ ଦାବି ନେଇ ସେତେବେଳେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିଠୁ ଧରି ହାଇପାୱାର କମିଟି ମଧ୍ୟ ଗଢ଼ା ଯାଇଥିଲା। ୨୦୧୭ରେ ତତ୍କାଳୀନ ଗଣଶିକ୍ଷାମନ୍ତ୍ରୀ ବଦ୍ରି ପାତ୍ର ୨୦୧୭ରେ ଗ୍ରେଡ୍ ପେ ୨୮ଶହ ଟଙ୍କାକୁ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସବୁ ପାଣିର ଗାର ପାଲଟିଥିଲା। ଏବେ ମୋହନ ସରକାର ସେମାନଙ୍କୁ ନ୍ୟାୟ ଦେବେ।...
ଏଠି ପ୍ରଶ୍ନ-କାହିଁକି ଏଭଳି ଆନ୍ଦୋଳନକୁ ଆସିଲେ ପ୍ରାଥମିକ ଶିକ୍ଷକ ? ସବୁ ଠିକା ପ୍ରାଇମେରୀ ଟିଚରଙ୍କୁ ନିୟମିତ ମାନ୍ୟତା ପ୍ରଦାନ ସହ ୪୨୦୦ ଟଙ୍କା ଗ୍ରେଡ୍ ପେ’ ଅନୁଯାୟୀ ଦରମା। ଏ ଦୁଇ ଦଫା ଦାବିକୁ ନେଇ ସ୍କୁଲ ଛାଡ଼ି ଆନ୍ଦୋଳନରେ ସାମିଲ୍ ହଜାର ହଜାର ଶିକ୍ଷକ। ଯଦ୍ବାରା ରାଜ୍ୟବ୍ୟାପୀ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ସୃଷ୍ଟି ହେଲାଣି। ତେଣେ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଆଜି ଅନୁରୋଧ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି- ଶିକ୍ଷକମାନଙ୍କ ସମସ୍ୟା ଦୀର୍ଘ ଦିନର। ମୋହନ ସରକାର ସେମାନଙ୍କ ଦାବିକୁ ଗୁରୁତ୍ବର ସହ ବିଚାରକୁ ନେଇଛନ୍ତି। ସେଥିପାଇଁ ଏକ କମିଟି ଗଠନ ହୋଇଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ ଅଶୋକ ତ୍ରିପାଠୀଙ୍କ ନେତୃତ୍ବରେ ୩ଜଣିଆ କମିଟି ଶିକ୍ଷକମାନଙ୍କ ସବୁ ଆପତ୍ତି ଅଭିଯୋଗ ଶୁଣି ୬ମାସ ଭିତରେ ରିପୋର୍ଟ ଦେବେ। ରିପୋର୍ଟ ଆସିଲେ ତର୍ଜମା କରି ସରକାର କିଭଳି ସମସ୍ୟାର ସମାଧାନ ହେବ ତା ଉପରେ ବିଚାର କରିବେ।...
ଏବେ ଦେଖିବାର କଥା- ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିବେଦନ ଓ ଶିକ୍ଷକଙ୍କ ଦାବି ଉପରେ ସରକାରଙ୍କ ବିଚାର ନେଇ ସୂଚନା ପରେ ଶିକ୍ଷକ ସଂଘ ସ୍କୁଲକୁ ଫେରୁଛନ୍ତି ନା ଜିଦ୍ ରେ ଅଟଳ ରହୁଛନ୍ତି।
Subhadra Scheme: ଆପଣ ପାଇ ନାହାଁନ୍ତି କି ସୁଭଦ୍ରା ଟଙ୍କା ? ତେବେ ଆପଣଙ୍କ ପାଇଁ ବଡ଼ ଖବର

Teachers Roar In Bhubaneswar: ୨୪ ଘଣ୍ଟା ବିତିଲା ଶିକ୍ଷକଙ୍କ ଆନ୍ଦୋଳନ, ମୋହନ କରିବେ ବଡ଼ ଘୋଷଣା ?

Jharsuguda At Risk: ଝାରସୁଗୁଡ଼ାକୁ ବଡ଼ ବିପଦ ! ବର୍ଷା ଋତୁ ଆସିଲେ ଛାତିରେ ପଶେ ଛନକା

Modi Gifts Putin : ରୁଷକୁ ଫେରିବା ପୂର୍ବରୁ ମୋଦି ଦେଲେ ଏସବୁ ଉପହାର , ଅଭୁଲା ରହିବ ପୁଟିନଙ୍କ ଭାରତ ଯାତ୍ରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)