Advertisment

Modi Gifts Putin : ରୁଷକୁ ଫେରିବା ପୂର୍ବରୁ ମୋଦି ଦେଲେ ଏସବୁ ଉପହାର , ଅଭୁଲା ରହିବ ପୁଟିନଙ୍କ ଭାରତ ଯାତ୍ରା

ଭାରତର ଆତିଥ୍ୟ, ମୋଦିଙ୍କ ଉପହାର । ରୁଷକୁ ଫେରିବା ପୂର୍ବରୁ ପୁଟିନଙ୍କୁ ବିରାଟ ସମ୍ମାନ । ଭାରତ ଓ ରୁଷ ମଧ୍ୟରେ ଦୀର୍ଘ ବର୍ଷ ହେବ ବନ୍ଧୁତ୍ବ ରହିଆସିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁଟିନଙ୍କ ଏହି ଭାରତ ଯାତ୍ରାରେ ।

author-image
Manas Ranjan Mohanty
What-PM-Modi-gifted-Vladimir-Putin

What-PM-Modi-gifted-Vladimir-Putin Photograph: (OTV)

ଭାରତର ଆତିଥ୍ୟ, ମୋଦିଙ୍କ ଉପହାର । ରୁଷକୁ ଫେରିବା ପୂର୍ବରୁ ପୁଟିନଙ୍କୁ ବିରାଟ ସମ୍ମାନ । ଭାରତ ଓ ରୁଷ ମଧ୍ୟରେ ଦୀର୍ଘ ବର୍ଷ ହେବ ବନ୍ଧୁତ୍ବ ରହିଆସିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁଟିନଙ୍କ ଏହି ଭାରତ ଯାତ୍ରାରେ । ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିତମିର ପୁଟିନଙ୍କୁ ଅନେକ ଉପହାର ଦେଇଛନ୍ତି । ଯେଉଁ ଉପହାର ଭିତରେ ରହିଛି ରୁପା ଘୋଡ଼ା ଠାରୁ ଆରମ୍ଭ କରି ଗୀତା ଓ କାଶ୍ମୀର କେଶର ଭଳି ଅନେକ ମୂଲ୍ୟବାନ ଜିନିଷ । 

Advertisment

ରୁପା ଘୋଡ଼ା: ମହାରାଷ୍ଟ୍ରର ହସ୍ତଶିଳ୍ପୀ ତିଆରି କରିଛନ୍ତି ଏହି ରୁପା ଘୋଡ଼ । ଏଥିରେ ଭାରତ ଐତିହ୍ୟର ଛାପ ରହିଛି । ତା’ ସହିତ ଉଭୟ ଦେଶର ସମ୍ପର୍କ ବି ଏହି ରୁପା ଘୋଡ଼ା ଦେହରେ କାରୁକାର୍ଯ୍ୟ କରାଯାଇ ବର୍ଣ୍ଣନା ହୋଇଛି ।  

ଋଷୀୟ ଭାଷାର ଗୀତା: ହିନ୍ଦୁ ମହାକାବ୍ୟ ମହାଭାରତର ଅଂଶ ଶ୍ରୀମଦ୍ ଭଗବଦ୍ ଗୀତା । କର୍ତ୍ତବ୍ୟ, ଏବଂ ଆଧ୍ୟାତ୍ମିକର ମାର୍ଗ ମୂଳ ମନ୍ତ୍ର ବି ଗୀତା । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବରେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ରୁଷିଆନ ଭାଷାର ଏହି ଗୀତାକୁ ପ୍ରଦାନ କରିଛନ୍ତି । 

Advertisment

ଆସାମ ଚା’: ବ୍ରହ୍ମପୁତ୍ରର ସମତଳ ଭୂମିରେ ଚାଷ ହୁଏ ଏହି ଚା’ । ୨୦୦୭ରେ ଏହାକୁ GI ଟ୍ୟାଗ୍ ସହିତ ସ୍ବୀକୃତି ମିଳିଥିଲା ।  ଭାରତ ଓ ଅନ୍ୟ ଦେଶରେ ଏହାର ଚାହିଦା ବେଶ୍ ଅଧିକ ରହିଥିବା ବେଳେ ଆସାମ ଚା’ର ଦମ୍ ବି ଖୁବ୍ ଅଧିକ । ଯାହାକୁ ଉପହାର ଭାବେ ମୋଦି ପୁଟିନଙ୍କୁ ଦେଇଛନ୍ତି । 

କାଶ୍ମୀର କେସର: କାଶ୍ମୀର କେଶର ସବୁଠି ଜାଫ୍ରାନ ଭାବରେ ବେଶ୍ ଜଣାଶୁଣା । ଏହାକୁ GI ଟ୍ୟାଗ୍ ମିଳିସାରିଛି । ଭାରତର ପର୍ବତମୟ ଉଚ୍ଚଭୂମିରେ ଜାଫ୍ରାନକୁ ଚାଷ କରାଯାଏ ।   କାଶ୍ମୀର କେସର ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭ ଦାୟକ ହୋଇଥିବାରୁ ପୁଟିନ୍ ଏହାକୁ ନିଜ ସାଥୀରେ ନେଇଛନ୍ତି । 

ବେଙ୍ଗଲ ଚା’ ସେଟ୍: ପୁଟିନଙ୍କୁ ମୋଦି ଦେଇଛନ୍ତି ରୁପାର ଚା’ ସେଟ୍ । ମୁର୍ଶିଦାବାଦର ଏହି ରୁପା ଚା’ ସେଟଟି ଦେଖିବାକୁ ବହୁତ ସୁନ୍ଦର ।  ଏହି ଚା’ ସେଟରେ ପଶ୍ଚିମବଙ୍ଗର କଳାକୃତିକୁ ଅଙ୍କାଯାଇଛି । ଏହାବ୍ୟତୀତ ଅନେକ କିଛି କହିବ ପଶ୍ଚିମବଙ୍ଗର ଏହି ରୁପା ଚା’ ସେଟ୍ । 

Advertisment
Related Articles
Advertisment