Advertisment

President to Visit Puri: ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ବେତଗଙ୍ଗାରେ କରିବେ ପିଣ୍ଡ ଦାନ

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ପ୍ରସ୍ତୁତି। ଆସନ୍ତା ଫେବ୍ରୁଆରିରେ ପୁରୀ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ରାଷ୍ଟ୍ରପତି ପହଁଚିବା ପରେ ଲୋକ ଭବନ ଯିବେ।

author-image
Madhupriya Mistry
President

President Photograph: (OTV)

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ପ୍ରସ୍ତୁତି। ଆସନ୍ତା ଫେବ୍ରୁଆରିରେ ପୁରୀ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ରାଷ୍ଟ୍ରପତି ପହଁଚିବା ପରେ ଲୋକ ଭବନ ଯିବେ।

Advertisment

୪ ତାରିଖ ସକାଳେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱତଗଙ୍ଗାରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଗତକାଲି ଛତିଶା ନିଯୋଗ ବୈଠକରେ ସମସ୍ତ ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଆଜି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ।

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କ ଅଫିସର ନିୟୋଜିତ ହେବେ । ତାଳବଣିଆ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ, ଶ୍ୱତଗଙ୍ଗା ପୁଷ୍କରିଣୀ, ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଟ୍ରାଫିକ ଉପରେ ମଧ୍ୟ କଟକଣା ରହିବ ବୋଲି ଏସପି କହିଛନ୍ତି। 

Advertisment
Puri Droupadi Murmu droupadi murmu odisha President
Advertisment
Related Articles
Advertisment