Advertisment

Minister Slams Farmers’ Protest: ଓଡ଼ିଶା ବନ୍ଦ ଡାକରା, ବାଣ ମାରିଲେ ମନ୍ତ୍ରୀ

କୃଷକ ଆନ୍ଦୋଳନ ସୁପର୍ ଫ୍ଲପ୍। ଆଜି ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରାକୁ ନେଇ କିଛି ଏଭଳି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟର କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରି ନାହାନ୍ତି।

author-image
Madhupriya Mistry
KRUSHNA PATRA

KRUSHNA PATRA Photograph: (OTV)

କୃଷକ ଆନ୍ଦୋଳନ ସୁପର୍ ଫ୍ଲପ୍। ଆଜି ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରାକୁ ନେଇ କିଛି ଏଭଳି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟର କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରି ନାହାନ୍ତି। ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି। 

Advertisment

ରାଜରାସ୍ତାକୁ ବାହାରି ନାହାନ୍ତି ଚାଷୀ। ତେଣୁ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ ହେଲା। ପ୍ରମାଣ ହେଲା ଯେ ଚାଷୀ ମାନେ ସରକାରଙ୍କ ସହ ଅଛନ୍ତି। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ଯାହା ବିଫଳ ହୋଇଛି।

ଗତକାଲି ସୁଦ୍ଧା ରାଜ୍ୟରେ ୩୭ ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ ଟନ ଧାନ କିଣା ସରିଲାଣି। ୮ ହଜାର କୋଟିରୁ ଅଧିକ ଟଙ୍କା କୃଷକ ମାନଙ୍କ ଖାତାକୁ ଯାଇ ସାରିଲାଣି। କିଛି ଜିଲ୍ଲାରେ ଧାନ କିଣା ସରି ଆସିଲାଣି। ଧାନ କିଣା ସୁରୁଖୁରୁରେ ଚାଲିଛି ବୋଲି ସେ ଦୋହରାଇଛନ୍ତି।

Advertisment
Odisha Food Supplies Minister Odisha Bandh odisha bandh 28 january Farmer Protest
Advertisment
Related Articles
Advertisment