Advertisment

President's Six-Day Odisha Tour: ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦ୍ବିତୀୟ ଦିନ, ଆଜି ୨ ଜିଲ୍ଲା ଗସ୍ତରେ ଯିବେ

୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତରେ ଦ୍ବିତୀୟ ଦିନରେ ଆଜି ଯାଜପୁର ଓ ବାଲେଶ୍ବର ଯାଉଛନ୍ତି ମହାମହିମ। ଆଉ କିଛି ସମୟ ପରେ ଯାଜପୁର ଅଭିମୁଖେ ବାହାରିବେ।

author-image
Chinmayee Sahoo
President Droupadi Murmu

President Droupadi Murmu Photograph: (OTV)

୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତରେ ଦ୍ବିତୀୟ ଦିନରେ ଆଜି ଯାଜପୁର ଓ ବାଲେଶ୍ବର ଯାଉଛନ୍ତି ମହାମହିମ। ଆଉ କିଛି ସମୟ ପରେ ଯାଜପୁର ଅଭିମୁଖେ ବାହାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ ସହ ମନ୍ଦିରରେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ବିତାଇବେ ରାଷ୍ଟ୍ରପତି। 

Advertisment

ସେଠୁ ସେ ଯିବେ ବାଲେଶ୍ବର। ଫକୀରମୋକନ ବିଶ୍ବବିଦ୍ୟାଳୟ ୧୨ତମ ସମାବର୍ତ୍ତନ ସମାରୋହରେ ସାମିଲ ହେବେ ରାଷ୍ଟ୍ରପତି। ପରେ ଆଜି ସଂଧ୍ୟାରେ ପୁରୀ ଫେରିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ଭୁବନେଶ୍ବର ସମେତ ଯାଜପୁ ଓ ବାଲେଶ୍ବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

President Droupadi Murmu
Advertisment