Advertisment

Gold and Silver Prices Fall Rapidly: ଖସୁଛି...ଖସୁଛି...ଆଉ ଖସୁଛି, ଯେଉଁ ସ୍ପିଡରେ ବଢୁଥିଲା ସେମିତି କମୁଛି ସୁନା ଓ ରୁପା

ଯେଉଁ ସ୍ପିଡରେ ବଢୁଥିଲା, ସେମିତି ଖସିଲା। ଗ୍ରାହକଙ୍କ ମୁହଁରେ ଖୁସି ଖେଳେଇଲା ସୁନା-ରୁପା। ଆଜି ସୁନା ଦର କମିଲା ୯ ହଜାରରୁ ଅଧିକ ଟଙ୍କା। ୩ ଲକ୍ଷ ଟଙ୍କା ତଳକୁ ଖସିଲା ରୁପା ଦାମ। ସିରିଜ ଦର ହ୍ରାସରେ ଗ୍ରାହକ ସାମାନ୍ୟ ଆଶ୍ୱସ୍ତ।

author-image
Pramod Behera
Gold and Silver Prices Fall Rapidly

ଖସୁଛି...ଖସୁଛି...ଆଉ ଖସୁଛି Photograph: (OTV)

ସୁନା କିଣିବାକୁ ଚାହୁଁଛନ୍ତି କି, ଆଉ ଅପେକ୍ଷା କରନ୍ତୁନି। ଏବେ ହିଁ କିଣି ନିଅନ୍ତୁ। କାରଣ ଲଗାତାର କମୁଛି ଦର, ଶସ୍ତା ହେଉଛି ଗୋଲ୍ଡ ଆଉ ସିଲଭର। ୪ ଦିନ ହେବ ଘାଇଁ ଘାଇଁ ଖସୁଛି। ଆଜି ସୁନା ୯ ହଜାର ଓ ରୁପା କିଲୋ କମିଛି ୨୦ ହଜାରରୁ ଅଧିକ ଟଙ୍କା। ୨୨ କ୍ୟାରେଟ୍ ଗୋଲ୍ଡ ୧୦ ଗ୍ରାମ ପ୍ରତି ଦର ଆଜି ଲକ୍ଷେ ୪୦ ହଜାର ତଳକୁ ଓ ରୁପା କିଲୋ ୩ ଲକ୍ଷ ତଳେ ରହିଛି। ବିବାହ ଋତୁରେ ଦର ହ୍ରାସ ଗ୍ରାହକଙ୍କ ମୁହଁରେ ହସ ଫୁଟାଇଛି। କିନ୍ତୁ ଆଗକୁ ଟ୍ରେଣ୍ଡ ତଳମୁହାଁ ରହିବ ନା ପୁଣି ଉଠିବ ତାକୁ ନେଇ ଦ୍ବନ୍ଦ୍ବ ବି ରହିଛି।

Advertisment

ବିବାହ ଋତୁରେ ସୁନା-ଚାନ୍ଦି କିଣିବାକୁ ଚାହୁଁଥିଲେ ଫଟାଫଟ ଯାଆନ୍ତୁ ମାର୍କେଟ। ସୁପର କ୍ରାସ୍, ସିରିଜ୍ ହ୍ରାସ। କମୁଛି ସୁନା ଭାଉ, ଶସ୍ତା ହେଉଛି ସିଲଭର। ଲଗାତାର ୪ ଦିନ ହେବ ତଳମୁହାଁ ରେଟ୍। ଆଜି ୨ଟି ପର୍ଯ୍ୟାୟରେ ଆହୁରି ୯ ହଜାର ୫୦ ଟଙ୍କା ଶସ୍ତା ହୋଇଛି ସୁନା। ୨୪ କ୍ୟାରେଟ୍ ଗୋଲ୍ଡ ଦର ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କାକୁ ଖସିଛି। 

ସେହିପରି ୨୨ କ୍ୟାରେଟ୍ ସୁନା ୮ ହଜାର ୩୦୦ ଟଙ୍କା କମି ଦାମ୍ ରହିଛି ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା। ସେହିପରି ରେକର୍ଡ ଭାଙ୍ଗୁଥିବା ରୁପା ଗ୍ରାଫ ବି ତଳମୁହାଁ। ଆଜି ଗୋଟିଏ ଦିନରେ ସିଲଭର ରେଟ୍ କିଲୋ ପ୍ରତି ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ତଳକୁ ଖସିଛି। ଗତ ୪ ଦିନରେ ସୁନା ୧୯ ହଜାର ୯୦ ଟଙ୍କା କମିଥିବା ବେଳେ ଲକ୍ଷେ ୧୫ ହଜାର ଟଙ୍କା ଶସ୍ତା ହୋଇଛି ରୁପା। ବିବାହ ସମୟରେ ସିରିଜ୍ ଦର ହ୍ରାସ ଗ୍ରାହକଙ୍କ ମୁହଁରେ ଟିକେ ହସ ଫୁଟାଇଛି। 

Advertisment

ଗତ ଗୁରୁବାର ବଜାରରେ ନିଆଁ ଲଗାଇଦେଇଥିଲା ସୁନା-ରୁପା। ଗୋଟିଏ ଦିନରେ ଏକାଥରକେ ୧୦ ହଜାର ବଢି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କା ହୋଇଥିଲା। ସେହିଭଳି ରୁପା କିଲୋ ୨୫ ହଜାର ମହଙ୍ଗା ସହ ଦାମ୍ ଛୁଇଁଥିଲା ୪ ଲକ୍ଷ ୨୫ ହଜାର ଟଙ୍କା। ଗତ ୪ ଦିନରେ ସୁନା ପ୍ରାୟ ୨୦ ପ୍ରତିଶତ ଓ ରୁପା ୩୬ ପ୍ରତିଶତ ହ୍ରାସ ହୋଇଛି। ବିଶେଷଜ୍ଞଙ୍କ ମତରେ, ନିବେଶକମାନେ ଏବେ ପ୍ରଫିଟ୍ ବୁକ୍ ଅର୍ଥାତ ଲାଭ ଆଶାରେ ସୁନାରୁପା ବିକ୍ରି କରୁଥିବାରୁ କମୁଛି ଦାମ୍। ସେହିପରି ବିଶ୍ୱ ବଜାରରେ ନୀତିଗତ ପରିବର୍ତ୍ତନ ଆଉ ଏକ ପ୍ରମୁଖ କାରଣ।

ସୁନା-ରୁପାରେ ଲଗାତାର ତଳମୁହାଁ ଗ୍ରାଫ୍ ବିବାହ ଋତୁକୁ ସୁହାଉଛି। କିନ୍ତୁ ଆଗକୁ ଦର ହ୍ରାସ ଟ୍ରେଣ୍ଡ ଜାରି ରହିବ ନା ପୁଣି ବଜାରରେ ନିଆଁ ଲାଗିବ, ତାକୁ ନେଇ ଗ୍ରାହକଙ୍କ ଭିତରେ ଦ୍ବନ୍ଦ୍ବ ବି ଲାଗି ରହିଛି।

Gold Price Silver Price Gold And Silver Prices Update
Advertisment
Advertisment