Advertisment

President Heads to Jajpur: ଯାଜପୁର ଅଭିମୁଖେ ମହାମହିମ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବିରଜା ମନ୍ଦିରରେ ପୂଜାର୍ଚ୍ଚନା ସାରି ଯିବେ ବାଲେଶ୍ବର। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଯାଜପୁର ପୌରାଞ୍ଚଳର ସବୁ ସ୍କୁଲ ଛୁଟି। FM ୟୁନିଭର୍ସିଟି ସମାବର୍ତ୍ତନ ସମାରୋହରେ ଯୋଗଦେବେ

author-image
Chinmayee Sahoo
President Droupadi Murmu

President Droupadi Murmu Photograph: (OTV)

୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତରେ ଦ୍ବିତୀୟ ଦିନରେ ଆଜି ଯାଜପୁର ଓ ବାଲେଶ୍ବର ଯାଉଛନ୍ତି ମହାମହିମ। ଭୁବନେଶ୍ୱରରୁ ଯାଜପୁର ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲୋକଭବନରୁ ବାହାରି ଭୁବନେଶ୍ୱର ଏୟାରପୋର୍ଟରୁ ସ୍ୱତନ୍ତ୍ର ବିମାନରେ ଯାଜପୁର ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି। 

Advertisment

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ ସହ ମନ୍ଦିରରେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ବିତାଇବେ ରାଷ୍ଟ୍ରପତି। ସେଠୁ ସେ ଯିବେ ବାଲେଶ୍ବର। ଫକୀରମୋହନ ବିଶ୍ବବିଦ୍ୟାଳୟ ୧୨ତମ ସମାବର୍ତ୍ତନ ସମାରୋହରେ ସାମିଲ ହେବେ ରାଷ୍ଟ୍ରପତି। ପରେ ଆଜି ସଂଧ୍ୟାରେ ପୁରୀ ଫେରିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ଭୁବନେଶ୍ବର ସମେତ ଯାଜପୁର ଓ ବାଲେଶ୍ବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Jajpur President Droupadi Murmu
Advertisment
Related Articles
Advertisment