Advertisment

Prathamastami: ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ: ନୂଆ ବସ୍ତ୍ର ପିନ୍ଧିବେ ଶ୍ରୀଜିଉ

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପ୍ରଥମାଷ୍ଟମୀ। ନୂଆ ବସ୍ତ୍ର ପିନ୍ଧିବେ ଶ୍ରୀଜିଉ। ବଡ଼ ଦେଉଳରେ କରାଯାଉଛି ସ୍ବତନ୍ତ୍ର ନୀତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବେଶ ମଇଲମ କରାଯାଇ ମହାସ୍ନାନ ନୀତି ହୋଇଥାଏ।

author-image
Chinmayee Sahoo
PRATHAMASTAMI

PRATHAMASTAMI Photograph: (OTV)

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପ୍ରଥମାଷ୍ଟମୀ । ନୂଆ ବସ୍ତ୍ର ପିନ୍ଧିବେ ଶ୍ରୀଜିଉ । ଏଥିପାଇଁ ବଡ଼ ଦେଉଳରେ କରାଯାଉଛି ସ୍ବତନ୍ତ୍ର ନୀତି । ମାର୍ଗଶିର ମାସ କୃଷ୍ଣ ଅଷ୍ଟମୀ ତିଥି ଆର୍ଥାତ ଆଜି ପ୍ରଥମାଷ୍ଟମୀ ପାଳନ ହେଉଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବେଶ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା ମହାସ୍ନାନ ନୀତି ହୋଇଥାଏ ।

Advertisment

ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି। ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡ଼ରେରେ ଲାଗି କରାଇଥାନ୍ତି। ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଆସିଥାନ୍ତି।

ଏହାପରେ ସୁଦ୍ଧ ସୁଆର ପୂଜା କରିବା ପରେ ତିନିବାଡ଼ର ପୂଜାପଣ୍ଡା, ମୁଦରସ୍ତ ସେବକ ବରୁଣ ପୂଜା କରିଥାନ୍ତି । ଏହି ପୂଜା ସମାପନ ପରେ ଭିତରେ ପାଣି ପଡି ଉଠିସାରିବା ପରେ ତିନି ବାଡ଼ରେ ମଙ୍ଗଳାର୍ପଣ ନୀତି ହେବା ସହ ଧଳାରଙ୍ଗର ଧଡ଼ିବିହୀନ ବସ୍ତ୍ର ଲାଗି ହୋଇ ବନ୍ଦାପନା ହୋଇଥାଏ ।

Advertisment


•    ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ 
•    ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପ୍ରଥମାଷ୍ଟମୀ 
•    ନୂଆ ବସ୍ତ୍ର ପିନ୍ଧିବେ ଶ୍ରୀଜିଉ 
•    ବଡ଼ ଦେଉଳରେ କରାଯାଉଛି ସ୍ବତନ୍ତ୍ର ନୀତି 
•    ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି
•    ମଙ୍ଗଳାର୍ପଣ ନୀତି ପରେ ଲାଗି ହୁଏ ଧଳାରଙ୍ଗର ଧଡ଼ିବିହୀନ ବସ୍ତ୍ର

Prathamastami
Advertisment
Related Articles
Advertisment