Advertisment

Relief for Vehicle Owners: ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ ପାଇଁ ନିଷ୍ପତ୍ତି, ଫାଇନ୍ ହ୍ରାସ ପାଇଁ ତର୍ଜମା

ଏପ୍ରିଲ ପହିଲା ଯାଏଁ କଟିବନି ପ୍ରଦୂଷଣ ଚାଲାଣ। ଟୋଲ୍ ଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ପ୍ରଦୂଷଣ ଚାଲାଣ କଟିବ ନାହିଁ। ପ୍ରଦୂଷଣ ସାର୍ଟିଫିକେଟ୍ ‎ନ ଥିଲେ ଜରିମାନା ନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

author-image
Tapan Swain
POLLUTION CHALLAN

POLLUTION CHALLAN Photograph: (OTV)

ଏପ୍ରିଲ ପହିଲା ଯାଏଁ କଟିବନି ପ୍ରଦୂଷଣ ଚାଲାଣ। ଟୋଲ୍ ଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ପ୍ରଦୂଷଣ ଚାଲାଣ କଟିବ ନାହିଁ। ପ୍ରଦୂଷଣ ସାର୍ଟିଫିକେଟ୍ ‎ନ ଥିଲେ ଜରିମାନା ନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। 

Advertisment

ପ୍ରଦୂଷଣ ଜରିମାନା ରାଶିର ତର୍ଜମା ପାଇଁ ବି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର ନ କରିବାକୁ ନିବେଦନ କରାଯାଇଛି। ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବଧି ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର କରାଇ ନେବାକୁ ‎ପରାମର୍ଶ ଦିଆଯାଇଛି। PUCC ନଥିଲେ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଫାଇନ୍ ହ୍ରାସ କରିବା ‎ଦିଗରେ ତର୍ଜମା କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ। ...

ଦୁର୍ଘଟଣା ପରେ... 

ପିପିଲିରେ ଜଣେ ସାମ୍ୱାଦିକାଙ୍କ ସହ ଜଣେ ମହିଳାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ରାଜ୍ୟ ବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଅନେକ ଲୋକ ଏହି ପ୍ରଦୂଷଣ ଚାଲାଣ କଟିବାକୁ ଅନ୍ୟତମ କାରଣ ବୋଲି କହିଥିଲେ । ଏହା ପରେ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । 

Advertisment

ଏପ୍ରିଲ ପହିଲା ଯାଏଁ ନିସ୍ତାର... ଟୋଲ୍ ଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ କଟିବନି ପ୍ରଦୂଷଣ ଚାଲାଣ... ପ୍ରଦୂଷଣ ସାର୍ଟିଫିକେଟ୍ ‎ନ ଥିଲେ ଜରିମାନା ନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ... ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର ନ କରିବାକୁ ନିବେଦନ... 

ଏହି ଅବଧି ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର କରାଇ ନେବାକୁ ‎ପରାମର୍ଶ । PUCC ନଥିଲେ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଫାଇନ୍ ହ୍ରାସ ଦିଗରେ ତର୍ଜମା । 

PUCC Challan Minister
Advertisment
Related Articles
Advertisment