/odishatv-khabar/media/media_files/2026/01/09/horoscope-2026-01-09-08-19-39.jpg)
Horoscope Photograph: (OTV)
୦୯ ତାରିଖ ଶୁକ୍ରବାର
ମେଷ-
ଅଶ୍ୱନୀ- ପାରିବାରିକ ଦୃଷ୍ଟି କୋଣରୁ ମନ ଖୁସି ରହିବ । ଅନ୍ୟମାନଙ୍କ ଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବାର ମଉକା ମିଳିବ । କର୍ମ କ୍ଷେତ୍ରରେ ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ ।
ଦ୍ୱିଜା- ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ନୂତନ ସ୍ଥାନ ଓ ନୂତନ ଲୋକଙ୍କ ସଂସ୍ପର୍ଶରେ ଆସିବେ ।
କୃତିକା- ଆଲୋଚନା କାଳରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୁଶ୍ଚିନ୍ତର କାରଣ ହୋଇପାରେ। ସାମାଜିକ ସ୍ତରରେ ବନ୍ଧୁମାନଙ୍କ ଦ୍ୱାରା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ-
କୃତିକା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ ।
ରୋହିଣୀ- ରାଜନୀତିରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଁଟିବେ । ଶିକ୍ଷାର୍ଥୀମାନେ ପଢାରେ ସଫଳତା ପାଇବେ ।
ମୃଗଶିରା-ଯାନ,ବାହନ କରିବାରେ ଆଗ୍ରହ ବଢିବ । ମହିଳା ମାନେ କୈାଣସି କଥାରେ ମନରେ ବ୍ୟାକୁଳତା ଅନୁଭବ କରିବେ । ଆକସ୍ମିକ ଦୁର୍ଘଟଣା ଘଟିପାରେ, ତେଣୁ ସାବଧାନ ରୁହନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା- ପ୍ରେମରେ ସଫଳତା ମିଳିବ । ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ଧାରଣା ପୋଷଣ କରିପାରେ।
ଆଦ୍ରା- ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରି କଳ୍ପନା ରାଇଜରେ ଘୂରି ବୁଲିପାରନ୍ତି। କଠୋର ବାକ୍ୟାଳାପ କାରଣରୁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ବନ୍ଧୁଙ୍କୁ ଆପ୍ୟାୟିତ କରିବା ସକାଶେ ବିଭିନ୍ନ ପ୍ରକାରର ମନଗଢ଼ା କଥା କହିପାରନ୍ତି।
ପୁନର୍ବସୁ- ଜଗି ରଖି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ । ଋଣ କରନ୍ତୁ ନାହିଁ ନଚେତ୍ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ । ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ୍ ପରିଶ୍ରମ କରିବା ପାଇଁ ପଡିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ଭଲ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବେ । ଘରେ ଆରାମ କରିବାକୁ ଆପଣଙ୍କ ପାଖରେ ପ୍ରଚୁର ସମୟ ମିଳିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଧିକ ନିରାପଦ ଅନୁଭବ କରିବେ
ପୁଷ୍ୟା- ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ
ଅଶ୍ଲେଷା-ଧନାଦିରେ ଅଭିବୃଦ୍ଧି ଘଟିପାରେ । ଶିକ୍ଷାକ୍ଷେତ୍ରରେ ବିଶୃଙ୍ଖଳା ଉପୁଜିପାରେ । କୋର୍ଟର ନିଷ୍ପତି ବଦଳି ଯାଇପାରେ । ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବାପା , ମାଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ମଘା- ବ୍ୟବସାୟ କରୁଥିବା ଲୋକଙ୍କୁ ଋଣ ନେବା ପାଇଁ ପଡିପାରେ । ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ସାମୟିକ ମନୋବଳ ବୃଦ୍ଧିକରିବ। କର୍ମକ୍ଷେତ୍ରରେ ମାନସିକ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହେବେ।
ପୂ,ଫାଲଗୁନି- କାର୍ଯ୍ୟ କ୍ଷେତ୍ରରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ବହୁତ ସମୟ ଧରି ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଆବଶ୍ୟକତା ଉପଲବ୍ଧି କରି ଗୃହୋପକରଣ ସାମଗ୍ରୀ କ୍ରୟ କରିପାରନ୍ତି।
ଉ,ଫାଲଗୁନି- ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ ।କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷା ନ କରି ଠିକ୍ ସମୟରେ ଆସି ନ ପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ
ହସ୍ତା- କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ।
ଚିତ୍ରା- ଆପଣଙ୍କର ମନ ଦୃଢ଼ ହେବ । ଆପଣ ଅଭିଜ୍ଞତା ଅର୍ଜନ କରିବେ ଯାହା ଫଳପ୍ରଦ ଏବଂ ମୂଲ୍ୟବାନ ପ୍ରମାଣିତ ହେବ । ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବାରେ ସକ୍ଷମ ହେବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କାଉକୁ ଖାଇବାକୁ ଦିଅନ୍ତୁ
ତୁଳା-
ଚିତ୍ରା- ପ୍ରେମ କ୍ଷେତ୍ରରେ ପରିବାରର ସମର୍ଥନ ମିଳିବ । ଶାରୀରିକ ସୁସ୍ଥତା ସଙ୍ଗକୁ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାର୍ଯ୍ୟକ୍ଷେତ୍ରକୁ ତ୍ୱରାନ୍ବିତ କରିବ। କଳା, ସାହିତ୍ୟ ଓ କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପାଇବେ।
ସ୍ୱାତୀ- ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ । କର୍ମ କ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ରାଜନୀତିରେ ସାହସିକ ପଦକ୍ଷମ ନେଇ ଆଗକୁ ଅତିକ୍ରମ କରିବେ ।
ବିଶାଖା- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି । କେତେକ ସାମାନ୍ୟ ଭୁଲ୍ରୁ ମଧ୍ୟ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ସନ୍ତାନଙ୍କ ବୈବାହିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହିବନାହିଁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ
ଅନୁରାଧା- ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ଦୂରଯାତ୍ରା, ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ । କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ ।
ଜ୍ୟେଷ୍ଠା- ସମ୍ପତ୍ତି-ବାଡିକୁ ନେଇ ଅନେକ ପରିସ୍ଥିତି ଦେଖା ଦେଇପାରେ । ମହିଳା ମାନଙ୍କୁ ଅନେକ ଚାପରେ ଗତି କରିବାକୁ ପଡିପାରେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ-
ମୂଳା- ଦାନ ଧର୍ମରେ ଦୀକ୍ଷିତ ହେବେ । ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସପରିବାର ଧର୍ମ ସ୍ଥାନକୁ ଯିବା ପାଇଁଯୋଜନା କରି ପାରନ୍ତି ।
ପୂ,ଷାଢା- ପରୋକ୍ଷ ଭାବରେ ଖଳ ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଶିକ୍ଷା, ପରୀକ୍ଷା, ବନ୍ଧୁଙ୍କ ସହ ଆଲୋଚନା ବିଶେଷ ସନ୍ତୋଷଜନକ ନ ହୋଇପାରେ।
ଉ,ଷାଢା- ଧାର୍ମିକ କାର୍ଯ୍ୟରେ ଯୋଗଦେଇପାରନ୍ତି । ନିର୍ମାଣ, ପରିବହନ, ସଭାସମିତି, ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଦୂର ହେବ। ଆଲୋଚନା କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- କୈାଣସି କାର୍ଯ୍ୟରେ ସଫଳତା ହାସଲ କରିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଉଦର ବ୍ୟଥା ଭୋଗି ପାରନ୍ତି
ଶ୍ରବଣା- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବ । ବିଦ୍ୟାର୍ଥୀମାନେ ଦିଦ୍ୟାପ୍ରେମୀ ହୋଇପାରନ୍ତି । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ ।
ଧନିଷ୍ଠା- ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ୟ୍ୟରେ ଅଗ୍ରଗତି ଘଟିବ।ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି ।ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଧନିଷ୍ଠା-ପାରିସ୍ପରିକ ଆଲୋଚନା କ୍ରମେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ କିମ୍ବା ଚକ୍ଷୁକର୍ଣ୍ଣ ପୀଡାରୁ କଷ୍ଟ ପାଇବେ । ବୈବାହିକ ଜିବନ ସୁଖମୟ ହେବ ।
ଶତଭିଷା- ଚାକିରିରେ ପଦୋନ୍ନତି ମିଳିବ ଏବଂ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଘନିଷ୍ଠତା ବଢିବ । ପ୍ରେମିକ ପ୍ରେମିକା ମାନଙ୍କ ସମ୍ପର୍କ ସ୍ଥିର ଓ ମଧୁର ହେବା
ନେଇ ସମସ୍ୟା ରହିବ । ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଚମତ୍କାର ଫଳାଫଳ କରିବେ ।
ପୂ,ଭାଦ୍ରପଦ- ଆନୁଷ୍ଠାନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ହେବେ । ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ପୂ,ଭାଦ୍ରପଦ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଲାଭଜନକ ହେବ । ରହୁଥିବା ସ୍ଥାନ ପରିବର୍ତନ କରିପାରନ୍ତି
ଉ,ଭାଦ୍ରପଦ- ଚାକିରୀରେ କର୍ମତତ୍ପର ରହି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିବେ । ରାଜନୀତିରେ ଦୁଃଶାହସିକ ପଦକ୍ଷପ ଗ୍ରହଣ କରିବେ । ଖଳ ଲୋକଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରନ୍ତି ।
ରେବତୀ- ଆପଣଙ୍କର କ୍ରୀଡା କାର୍ୟ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଆପଣ ବୁଦ୍ଧିମାନ ଭାବରେ ବିଚାର କରିବାରେ ସକ୍ଷମ ହେବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ
Costly Tribunal Battle: ମହାନଦୀ ଟ୍ରିବ୍ୟୁନାଲ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ, ୧୦ ଦିନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା

High Parking Charges Stir Anger: ରୁମ୍ ୧୭ ଶହକୁ ପାର୍କିଂ ଫି ୫ ଶହ, ଚାରି ଚକିଆ ପାର୍କିଂ ଫି'କୁ ନେଇ ଅସନ୍ତୋଷ

Highway Hazard: ରାଜପଥରେ ବାଲି ଟ୍ରାଜେଡି ପରେ ବି ଚେତା ପଶୁନି କାହାର, ଭୁବନେଶ୍ବର-ପୁରୀ NH କଡ଼ର ବିଭିନ୍ନ ସ୍ଥାନରେ ବାଲିର ପାହାଡ଼

Yatra Actor Piyush Back in Controversy: ପୁଣି ବିବାଦରେ ଯାତ୍ରା ଅଭିନେତା ପୀୟୂଷ, ଷ୍ଟେଜ୍ ଚଢ଼ିବାରୁ ପୀୟୂଷଙ୍କୁ ନେଇ ଟଣାଓଟରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)