/odishatv-khabar/media/media_files/2025/10/19/bbsr-minor-girl-mischief-2025-10-19-12-44-12.jpg)
BBSR-Minor-Girl-Mischief Photograph: (OTV)
ଆଲୋକର ସହର, ଉନ୍ନତିର ରାଜଧାନୀ, ଯେଉଁଠି ଲୋକ ଆଶା ନେଇ ଜୀବନ ଗଢ଼ନ୍ତି। କିନ୍ତୁ ସେହି ଆଲୋକ ମଧ୍ୟରେ ଲୁଚି ରହିଛି ଅନ୍ଧକାର କଥା। କ୍ୟାପିଟାଲ ହସ୍ପିଟାଲର ଦ୍ୱାର ଆଗରେ - ରକ୍ତାକ୍ତ ଅବସ୍ଥାରେ ଏକ ୧୭ ବର୍ଷର ନାବାଳିକା। ଆଖିରେ ଭୟ, ଶରୀରରେ ଯନ୍ତ୍ରଣା ଆଉ ମୁହଁ ନିରବତା। ଡାକ୍ତର ଚିକିତ୍ସା ଆରମ୍ଭ କଲେ, କିନ୍ତୁ ଦେହର ଚିହ୍ନ କହିଦେଲା - ଏ ଘା ସାଧାରଣ ନୁହେଁ। ଡାକ୍ତରଙ୍କ ସନ୍ଦେହ ସତ ହେଲା ଓ ଖବର ପୋଲିସ ପାଖକୁ ଗଲା।
କ୍ୟାପିଟାଲ ଥାନା ପୋଲିସ ଆସିଲା, ତଦନ୍ତ ଆରମ୍ଭ ହେଲା। କିନ୍ତୁ ନାବାଳିକାର ନିରବତା ହିଁ କହିଦେଲା ତାଙ୍କ ଯନ୍ତ୍ରଣାର କଥା। ନାବାଳିକାକୁ ଦୁଷ୍କର୍ମ ନେଇ ହୋଇଛି ଅଭିଯୋଗ। କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଛି ଆଉ ଏହି ଘଟଣା କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି।
ତେବେ ରିପୋର୍ଟ ଅନୁସାରେ ଏହି ଦୁଷ୍କର୍ମ ପଛରେ ରହିଛି ‘ସେକ୍ସ ରାକେଟ୍’! ନାବାଳିକାଙ୍କ ଠିକଣା ଖୋଜି ଖୋଜି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷ୍ମୀ ସାଗର ଅଞ୍ଚଳରେ ଖୋଳତାଡ କରିଛି। ପୀଡ଼ିତା ନାବାଳିକା ଝାଡ଼ଖଣ୍ଡର ବୋଲି ଜଣାପଡିଛି। ନାବାଳିକାଙ୍କୁ ଆଣି ଜୋରଜବରଦସ୍ତ ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା। ଚଢ଼ାଉ ବେଳେ ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ୍।
ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଯାଇଥିବାରୁ ସମସ୍ତଙ୍କ ମନରେ ଛନକା ପଶିଯାଇଛି। ତେବେ ବର୍ତ୍ତମାନ ନାବାଳିକାଙ୍କ କ୍ୟାପିଟାଲ ହସପିଟାଲରେ ଚିକିତ୍ସା ଚାଲିଛି। ଘଟଣାକୁ ନେଇ ହସପିଟାଲର ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କେବଳ ନାବାଳିକାଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି ବୋଲି କହି ଘଟଣା ସଂପର୍କରେ ନ ଜାଣିଥିବା କହିଛନ୍ତି।
ତେବେ ଏହା କେବଳ ଏକ ନାବାଳିକାଙ୍କ ଯନ୍ତ୍ରଣା ନୁହେଁ - ଏହା ଆମ ସମାଜର ଆଇନା। ଆଜି ଭୁବନେଶ୍ୱର ପଚାରୁଛି - ସ୍ମାର୍ଟ ସିଟି ହୋଇଗଲେ କ’ଣ ଉନ୍ନତି ହୁଏ ନା ଯେତେବେଳେ ଆମ ପିଲାମାନେ ନିରାପଦ ହେବେ, ସେତେବେଳେ ହେବ ଉନ୍ନତି?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)