/odishatv-khabar/media/media_files/2026/02/20/pension-2026-02-20-18-25-48.jpg)
Pension Photograph: (OTV)
ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବାର୍ଦ୍ଧକ୍ୟ କି ବିଧବା ଭତ୍ତା ପାଇଁ କାହାକୁ ଅପେକ୍ଷା କରିବାକୁ ପଡ଼ିବନି । 'ମଧୁବାବୁ ପେନ୍ସନ ଯୋଜନା'ରେ ସମସ୍ତ ଯୋଗ୍ୟଙ୍କୁ ସାମିଲ୍ କରାଯିବ । ହିତାଧିକାରୀ ମୃତ୍ୟୁବରଣ କଲେ ଖାଲି ସ୍ଥାନ ପୂରଣ ନିୟମ ଆଉ ଲାଗୁ ହେବନି । ବାଦ୍ ପଡ଼ିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟଙ୍କୁ ପେନସନ ମିଳିବ । ପୂର୍ବ ସରକାର ଏନେଇ ଅନ୍ୟାୟ କାର୍ଯ୍ୟ କରିଥିଲେ ବୋଲି ବଜେଟ୍ ଉପସ୍ଥାପନ ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବଜେଟରେ 'ଚିଲିକା ପୁନରୁଦ୍ଧାର' ଯୋଜନା ଘୋଷଣା ହୋଇଛି । ଭୂ-ଆକୃତିଗତ ଅସ୍ଥିରତା ଦୂର ପାଇଁ କାର୍ଯ୍ୟ କରିବ ଏହି ଯୋଜନା ।
ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି ଓ ମହାନଦୀ ତଟବର୍ତ୍ତୀ ସୁରକ୍ଷା ଓ ପର୍ଯ୍ୟଟନ ପାଇଁ ୮୦ କୋଟିର ବ୍ୟୟବରାଦ -ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମି ପାଇଁ ୧୦୦ କୋଟି ଖର୍ଚ୍ଚ ହେବ । ୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି ରହିଛି । ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି ଟଙ୍କା ଘୋଷଣା କରାଯାଇଛି ।
ବିଧାନସଭାରେ ଉପସ୍ଥାପିତ ହୋଇଛି ବଜେଟ ୨୦୨୬-୨୭ । ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ ବର୍ଷ ରାଜ୍ୟ ସରକାର ମୂଳ ବଜେଟ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥର ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରୁଛନ୍ତି । ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)