Advertisment

Budget Push: ବଜେଟରେ ବନ୍ୟା ପରିଚାଳନା ପାଇଁ ୫୩୦ କୋଟିର ବ୍ୟବସ୍ଥା, କୃଷକଙ୍କ ଲାଗି ପେଡି ଖୋଲିଦେଲେ ମୋହନ

ବଜେଟରେ ବନ୍ୟା ପରିଚାଳନା ପାଇଁ ୫୩୦ କୋଟିର ବ୍ୟବସ୍ଥା ।  ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ପ୍ରୋଗ୍ରାମ ପାଇଁ ୧ ହଜାର କୋଟି । ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୮୦ କୋଟି । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ପାଇଁ ୨୮୦ କୋଟି ।

author-image
Tapan Swain
BUDGET

BUDGET Photograph: (OTV)

ରାଜ୍ୟର କୃଷକଙ୍କ ପାଇଁ ବଜେଟରେ ବହୁ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟରେ ବନ୍ୟା ପରିଚାଳନା ପାଇଁ ୫୩୦ କୋଟିର ବ୍ୟବସ୍ଥା ।  ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ପ୍ରୋଗ୍ରାମ ପାଇଁ ୧ ହଜାର କୋଟି ।

Advertisment

ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୮୦ କୋଟି । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ପାଇଁ ୨୮୦ କୋଟି । ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଞ୍ଜୀବନୀ ଘୋଷଣା । ୩ ଲକ୍ଷ ୩୩ ହଜାର ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ । ୨୦୨୯ ସୁଦ୍ଧା ୧୫ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ ରଖାଯାଇଛି । ବଜେଟରେ 'ଚିଲିକା ପୁନରୁଦ୍ଧାର' ଯୋଜନା ଘୋଷଣା ହୋଇଛି । ଭୂ-ଆକୃତିଗତ ଅସ୍ଥିରତା ଦୂର ପାଇଁ କାର୍ଯ୍ୟ କରିବ ଏହି ଯୋଜନା ।

ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି

ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି ଓ ମହାନଦୀ ତଟବର୍ତ୍ତୀ ସୁରକ୍ଷା ଓ ପର୍ଯ୍ୟଟନ ପାଇଁ ୮୦ କୋଟିର ବ୍ୟୟବରାଦ । ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମି ପାଇଁ ୧୦୦ କୋଟି ଖର୍ଚ୍ଚ ହେବ । ୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି ରହିଛି ।  ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି ଟଙ୍କା ଘୋଷଣା କରାଯାଇଛି । 

Advertisment

ବିଧାନସଭାରେ ଉପସ୍ଥାପିତ ହୋଇଛି ବଜେଟ ୨୦୨୬-୨୭ । ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ ବର୍ଷ ରାଜ୍ୟ ସରକାର ମୂଳ ବଜେଟ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥର ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରୁଛନ୍ତି ।  ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।  ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 

ବଜେଟରେ VB-G RAM G ପାଇଁ ୫୫୭୫ କୋଟି ଟଙ୍କାର ବ୍ୟବସ୍ଥା ଥିବା ବେଳେ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି ରଖାଯାଇଛି ।  ୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି ରହିଛି ।  VB-G RAM G ପାଇଁ ୫୫୭୫ କୋଟି ବ୍ୟୟବରାଦ ହୋଇଛି । ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି  ଓ ରେୟାର ଆର୍ଥ କରିଡର୍ ପାଇଁ ୧୦ କୋଟି ଟଙ୍କା ଘୋଷଣା କରାଯାଇଛି ।  ରାଜ୍ୟ AI ମିଶନ ପାଇଁ ୨୩ କୋଟି ଟଙ୍କା ଓ ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ ୧୫୦ କୋଟି ଟଙ୍କା ଘୋଷଣା କରାଯାଇଛି । 

ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ  ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି ବ୍ୟବସ୍ଥା କରାଯାଇଛି । ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କାର ପ୍ରସ୍ତାବ ପ୍ରସ୍ତାବ ରହିଛି । 

Budget Chief Minister Mohan Majhi cm mohan majhi
Advertisment
Related Articles
Advertisment