Advertisment

Vigilance Raids Kalahandi Forester: ଭିଜିଲାନ୍ସ ଜାଲରେ ଫରେଷ୍ଟର; ୯ ପ୍ଲଟ ଠାବ

ଭିଜିଲାନ୍ସ ଜାଲରେ ଭଟାଙ୍ଗପଦର ସେକ୍ସନ ଫରେଷ୍ଟର ଭାଗବତ ଭୂଷଣ ବେହେରା। ଫରେଷ୍ଟରଙ୍କର ଭବାନୀପାଟଣାରେ ୯ ପ୍ଲଟ ଠାବ। ଭବାନୀପାଟଣା ସହରରେ ଗୋଟିଏ ୫୩୦୦ ବର୍ଗଫୁଟର ୩ ମହଲା କୋଠା। ଗୋଟିଏ ଟୟୋଟା କ୍ରୁଇଜର, ୨ ହାର୍ଭେଷ୍ଟ ମେସିନ, ୪ ଟ୍ରାକ୍ଟର, ୧ ବୋଲେରୋ।

author-image
Pramod Behera
Vigilance Raids Kalahandi Forester

ଭିଜିଲାନ୍ସ ଜାଲରେ ଫରେଷ୍ଟର; ୯ ପ୍ଲଟ ଠାବ Photograph: (OTV)

ଫରେଷ୍ଟରଙ୍କ ମାଳମାଳ ପ୍ଲଟ୍, ପୁଳାପୁଳା ସମ୍ପତ୍ତି । କଳାହାଣ୍ଡି ଜିଲ୍ଲା ଭଟାଙ୍ଗପଦର ସେକ୍ସନ ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଭବାନୀପାଟଣାରେ ଫରେଷ୍ଟର ବାବୁଙ୍କର ରହିଛି ୯ ପ୍ଲଟ । ଭବାନୀପାଟଣା ସହରରେ ଗୋଟିଏ ୫୩୦୦ ବର୍ଗଫୁଟର ୩ ମହଲା କୋଠା ରହିଥିବାବେଳେ ଗୋଟିଏ ଟୟୋଟା କ୍ରୁଇଜର, ୨ ହାର୍ଭେଷ୍ଟ ମେସିନ, ୪ ଟ୍ରାକ୍ଟର, ୧ ବୋଲେରୋ, ଗୋଟିଏ ବାଇକ୍ ସହ ୨୧୦ ଗ୍ରାମର ସୁନା ଠାବ କରିଛି ଭିଜିଲାନ୍ସ ।

Advertisment

ଏହାଛଡ଼ା ବ୍ୟାଙ୍କ ଓ ପୋଷ୍ଟାଲ ଜମା ନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି । ୨ ହଜାର ମସିହାରେ ୩ ହଜାର ଦରମାରେ ଫରେଷ୍ଟ ଗାର୍ଡ ଚାକିରି ଆରମ୍ଭ କରିଥିଲେ ଭାଗବତ । ଆଜି ସକାଳୁ ତାଙ୍କ ପୈତୃକ ବାସଭବନ ସମେତ ଭବାନୀପାଟଣା ଠାରେ ଥିବା ତିନି ମହଲା କୋଠା ଏବଂ ଭଟାଙ୍ଗପଦର୍ ସ୍ଥିତ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ଚାଲିଛି।

  • ଭିଜିଲାନ୍ସ ଜାଲରେ ଭଟାଙ୍ଗପଦର ସେକ୍ସନ ଫରେଷ୍ଟର ଭାଗବତ ଭୂଷଣ ବେହେରା
  • ଫରେଷ୍ଟରଙ୍କର ଭବାନୀପାଟଣାରେ ୯ ପ୍ଲଟ ଠାବ
  • ଭବାନୀପାଟଣା ସହରରେ ଗୋଟିଏ ୫୩୦୦ ବର୍ଗଫୁଟର ୩ ମହଲା କୋଠା
  • ଗୋଟିଏ ଟୟୋଟା କ୍ରୁଇଜର, ୨ ହାର୍ଭେଷ୍ଟ ମେସିନ, ୪ ଟ୍ରାକ୍ଟର, ୧ ବୋଲେରୋ
  • ଗୋଟିଏ ବାଇକ୍ ସହ ୨୧୦ ଗ୍ରାମର ସୁନା ଠାବ କଲା ଭିଜିଲାନ୍ସ
  • ବ୍ୟାଙ୍କ ଓ ପୋଷ୍ଟାଲ ଜମା ନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି
  • ୨ ହଜାର ମସିହାରେ ୩ ହଜାର ଦରମାରେ ଫରେଷ୍ଟ ଗାର୍ଡ ଚାକିରି ଆରମ୍ଭ
  • ସକାଳୁ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ
Advertisment
Odisha News Odisha Vigilance Odisha Vigilance Arrest
Advertisment
Advertisment