/odishatv-khabar/media/media_files/2025/12/01/cm-mohan-majhi-2025-12-01-21-14-33.jpg)
CM Mohan Majhi Photograph: (OTV)
ବାଂଲାଦେଶୀଙ୍କୁ ନେଇ ସାରା ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଥିବା ବେଳେ ବିଧାନସଭାରେ ଲିଖିତ ଉତ୍ତରରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭ଶହ ୬୮ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇଛି। ସେଥିରୁ ଚିହ୍ନଟ ହୋଇଛନ୍ତି ୫୧ ବାଂଲାଦେଶୀ। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ତଡ଼ିପାର କରାଗଲାଣି। ଯେଉଁଥିରେ ଖୋର୍ଦ୍ଧାରୁ ୨୪, କଟକରୁ ବିଦା ହୋଇଛନ୍ତି ୧୫ ଜଣ। ସେହିପରି ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟରୁ ଜଣେ ବାଂଲାଦେଶୀଙ୍କୁ ଚିହ୍ନଟ କରି ନିଜ ଦେଶକୁ ପଠାଯାଇଛି। ସେହିପରି ଆଉ ୨ ବାଂଲାଦେଶୀ ଜାଲ୍ ପାସପୋର୍ଟ କରି ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ ମାମଲା ହୋଇଛି। ବିଧାନସଭାରେ ଏହି ତଥ୍ୟ ସାମନାକୁ ଆସିବା ପରେ ଜୋର ଧରିଛି ଆରୋପ ପ୍ରତ୍ୟାରୋପ।
ବାଂଲାଦେଶୀଙ୍କୁ ଚିହ୍ନଟ ଓ ଦେଶାନ୍ତର ତଡ଼ିପାର ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ ଓ ତଦାରଖ କରିବାକୁ ଗୁଇନ୍ଦା ବିଭାଗ ବରିଷ୍ଠ ଅଧିକାରୀମାନେ ସମ୍ଭାବ୍ୟ ଅବୈଧ ବାଂଲାଦେଶୀ ଅନୁପ୍ରବେଶ ଜିଲ୍ଲାଗୁଡ଼ିକୁ ଲଗାତାର ପରିଦର୍ଶନ କରୁଛନ୍ତି। ସୀମା ସୁରକ୍ଷା ବାହିନୀ, ପଶ୍ଚିମବଙ୍ଗ ଗୁଇନ୍ଦା ସଂସ୍ଥା, କେନ୍ଦ୍ର ଗୁଇନ୍ଦା ସଂସ୍ଥା, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମନ୍ବୟରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ତଡିପାର କରାଯାଉଛି। ଏଥିପାଇଁ ୧୮ଟି ଜିଲ୍ଲାସ୍ତରୀୟ ଓ ୨ଟି ରାଜ୍ୟସ୍ତରୀୟ ଅଟକ କେନ୍ଦ୍ର ଖୋଲା ଯାଇଛି। ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ କମିଟି ଦ୍ୱାରା ବାଂଲାଦେଶୀଙ୍କୁ ତଡ଼ିପାର ପାଇଁ ଏସପିଙ୍କ କଡ଼ା ନିର୍ଦ୍ଦେଶ ରହିଛି। ସ୍ୱତନ୍ତ୍ର ଆପ ଜରିଆରେ ଚିହ୍ନଟ ହେଉଛନ୍ତି ଅନୁପ୍ରବେଶକାରୀ। ...
ଓଡ଼ିଶାକୁ ବଢିଛି ବାଂଲାଦେଶୀ ବିପଦ। ଉପକୂଳ ଜିଲ୍ଲାଗୁଡ଼ିକରେ ନକଲି କାଗଜପତ୍ର ହାତେଇ ଆଡ୍ଡା ଜମାଇ କାୟା ମେଲାଇଛନ୍ତି। ନିକଟରେ ଜଗତସିଂହପୁର ଜିଲ୍ଲା ବେହେରାମପୁର ବସ୍ତିରେ ଚଢ଼ାଉ ବେଳେ ସାମନାକୁ ଆସିଥିଲା ବେଆଇନ ବାଂଲାଦେଶୀଙ୍କ ଖତରନାକ କାରନାମା। ସରକାରୀ ଜାଗାରେ ବେଆଇନ ଭାବେ ନିର୍ମିତ ହୋଇଥିବା ୧୦ ବଖରା ଘରେ ୪ ବର୍ଷ ଧରି ୪୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଆଡ୍ଡା ଜମାଇଥିଲେ। ପାଖରେ ରଖୁଥିଲା ଖଣ୍ଡା, କାତି, ବନ୍ଧୁକ ଭଳି ପୁଳା ପୁଳା ମାରଣାସ୍ତ୍ର। ସେମାନଙ୍କର ବେଆଇନ୍ ଘରକୁ ପ୍ରଶାସନ ମାଟିରେ ମିଶାଇବା ସହ ଜିଲ୍ଲାରେ ଆରମ୍ଭ ହୋଇଥିଲା ଅପରେସନ୍ ବାଂଲାଦେଶୀ। ପଡ଼ୋଶୀ କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଜୋରଦାର ହୋଇଥିଲା ଧରପଗଡ଼। ଜଗତସିଂହପୁରରୁ ୨୦ ବାଂଲାଦେଶୀଙ୍କୁ ଚିହ୍ନଟ କରି ପଠାଯାଇଛି ଆଠଗଡ଼ ସେଲଟର ହୋମ। ସେମାନଙ୍କୁ ଶରଣ ଦେଇଥିବା ମାମଲାରେ ମାଷ୍ଟରମାଇଣ୍ଡ ସିକନ୍ଦର ଆଲାମ, ତାର ଭାଇ, ଦୁଇ ଭଉଣୀ ଓ ଜଣେ ସମ୍ପର୍କୀୟକୁ ମିଶାଇ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା।
Demands Justice: ମାରିଦେଲା ପ୍ରେମିକା ! ନ୍ୟାୟ ମାଗୁଛି ମାଆ...ତଦନ୍ତ କରୁଛି ପୋଲିସ

Madhuri Dixit: ରାଜନୀତିରେ ହେବ ମାଧୁରୀଙ୍କ ଏଣ୍ଟ୍ରି ? ଅଭିନେତ୍ରୀ କହିଦେଲେ ବଡ଼ କଥା

True Taj Mahal of Generosity: ଭୁବନେଶ୍ବର ଏମ୍ସକୁ ଦାନ କରିବେ ୩ କୋଟି ୪୦ ଲକ୍ଷ ଟଙ୍କା , କଟକ ଏସସିବି ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଡାକ୍ତରୀ ଛାତ୍ରୀ

Love Beyond Death: ପ୍ରେମିକର ଶବକୁ ବାହା ହେଲା ପ୍ରେମିକା, ଲଗାଇଲା ସିନ୍ଦୁର...ପିନ୍ଧିଲା ମଙ୍ଗଳସୂତ୍ର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)