/odishatv-khabar/media/media_files/2025/12/01/lady-doctor-donates-2025-12-01-18-52-35.jpg)
Lady-doctor-donates Photograph: (OTV)
ଡିସେମ୍ବର ୫ରେ ତାଙ୍କୁ ପୂରିବ ଶହେ ବର୍ଷ । ନିଜର ଶହେ ତମ ଜନ୍ମଦିନରେ ସେ ଦାନ କରିବାକୁ ଯାଉଛନ୍ତି ୩ କୋଟି ୪୦ ଲକ୍ଷ ଟଙ୍କା । ତାଜୁବ୍ ଲାଗୁଥିଲେ ବି କଥାଟା ପୂରା ସତ । ନିଜ ଶହେ ତମ ଜନ୍ମଦିନରେ ଜୀବନ ସାରା ଅର୍ଜିଥିବା ସମସ୍ତ ସାଇତା ସଂପତ୍ତିକୁ ଦାନ କରିବାକୁ ଯାଉଛନ୍ତି ବ୍ରହ୍ମପୁରର ମହିଳା ଡାକ୍ତର ଲକ୍ଷ୍ମୀ ବାଇ ।
ବୟସ ଶହେ । ପାଟିରୁ ସବୁ ଦାନ୍ତ ଝଡ଼ିଗଲାଣି । ଦାନ୍ତ ନଥିବାରୁ କଥା ଟିକେ ଭଲରେ ଶୁଭୁନି । ହେଲେ ଡାକ୍ତର ସାଜି ସମାଜସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଲକ୍ଷ୍ମୀ ବାଇ କେବଳ ନିଜ ବୃତ୍ତିରେ ଅଟକି ଯାଇନାହାନ୍ତି । ଡାକ୍ତର ବୃତ୍ତିରେ ଥାଇ ଜୀବନ ସାରା ରୋଜଗାର କରିଥିବା ସମସ୍ତ ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିବାକୁ ଯାଉଛନ୍ତି ଡାକ୍ତର ଲକ୍ଷ୍ମୀ ବାଇ । ଭୁବନେଶ୍ବର ଏମ୍ସକୁ ଡିସେମ୍ବର ୫ ତାରିଖ ଦିନ ନିଜ ଜନ୍ମ ଦିବସରେ ସେ ସମସ୍ତ ଅର୍ଥ ଦାନ କରିବେ । ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଥିବା ଡାକ୍ତର ଲକ୍ଷ୍ମୀ ବାଇ ମହିଳାଙ୍କ କର୍କଟ ରୋଗ ଚିକିତ୍ସା ପାଇଁ ଏମ୍ସକୁ ସମସ୍ତ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ଏନେଇ ସମସ୍ତ ପ୍ରକାର କାଗଜପତ୍ର ସରିଥିବା ବେଳେ ବହୁତ ଖୁସି ଥିବା କହିଛନ୍ତି ଡାକ୍ତର ଲକ୍ଷ୍ମୀ ବାଇ ।
ଶହେ ବର୍ଷରେ ବି ପୂରା ଫିଟ୍ ଅଛନ୍ତି ଡାକ୍ତର ଲକ୍ଷ୍ମୀ ବାଇ । କଟକ ଏସସିବି ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଡାକ୍ତରୀ ଛାତ୍ରୀ ଥିଲେ । ଯୁବାବସ୍ଥାରୁ ଯୋଗ, ପ୍ରାଣାୟାମ, ସତସଙ୍ଗ କରି ନିଜକୁ ପୂରା ଫିଟ୍ ରଖିଥିଲେ ଡାକ୍ତର ଲକ୍ଷ୍ମୀ ବାଇ । ଶହେ ବର୍ଷରେ ପଦାର୍ପଣ କରିଥିବା ଡାକ୍ତର ଲକ୍ଷ୍ମୀ ବାଇ ବୟସ ଅନୁସାରେ ବେଶ୍ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ତାଙ୍କର ଜଣେ ମେଡିକାଲ ଛାତ୍ରୀ । ଡାକ୍ତର ଲକ୍ଷ୍ମୀ ବାଇଙ୍କର ଡାଇବେଟିସ୍, ହାଇପର ଟେନ୍ସନ୍ ନାହିଁ । କେବଳ ବୟସାଧିକ ଯୋଗୁଁ ଯାହା ସାମାନ୍ୟ କିଛି ସ୍ବାସ୍ଥ୍ୟଗତ ସମସ୍ୟା ରହିଛି । ନିଜ ଇଛାରେ ସେ ତାଙ୍କର ସମସ୍ତ ସଂପତ୍ତି ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିବାକୁ ମନସ୍ଥ କରିଥିବା କହିଛନ୍ତି ତାଙ୍କ ଛାତ୍ରୀ ।
ସ୍ତ୍ରୀ ରୋଗ ବିଶେଷଜ୍ଞ ହୋଇ ଜୀବନ ସାରା ମହିଳା ରୋଗୀଙ୍କ ସେବା କରିଥିବା ଡାକ୍ତର ଲକ୍ଷ୍ମୀ ବାଇ ନିଜର ସମସ୍ତ ସଂପତ୍ତିକୁ ସେହି ମହିଳାମାନଙ୍କ କ୍ୟାନସର ଚିକିତ୍ସା ପାଇଁ ଦାନ କରିବା ତାଙ୍କ ମହନୀୟତାକୁ ପରିଚୟ ଦେଉଥିବା ବେଳେ ସାଧାରଣରେ ପ୍ରଶଂସା କରାଯାଇଛି ।
His Voice Mesmerizes All: ଗୋଡ଼ ଦୁଇଟି ଅଚଳ, ହେଲେ ଗଳାରେ ସଂଗୀତର ଯାଦୁ

Together We Can Defeat AIDS: ଜିତିବ ଜୀବନ ହାରିବ ଏଡସ୍, ଆଜି ବିଶ୍ବ ଏଡସ୍ ଦିବସ

Drinking Hot Water: ବାରମ୍ବାର ପିଉଛନ୍ତି କି ଗରମ ପାଣି, ହୋଇପାରେ ଏହି ସବୁ ସମସ୍ୟା !

OCA Awards 2025: ଓସିଏ ଆୱାର୍ଡ-୨୦୨୫ର ରାଜନୀତି କ୍ଷେତ୍ରରେ ସୋଫିଆ-ଈରାଶିଷ ଯୁଗ୍ମ ବିଜେତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)