/odishatv-khabar/media/media_files/2025/12/30/omc-2025-12-30-13-51-53.jpg)
OMC Photograph: (OTV)
ଓଡ଼ିଶା ମାଇନିଂ କର୍ପୋରେସନ୍ (OMC) ର ମ୍ୟାନେଜିଂ ଡିରେକ୍ଟର ସୁଧାଂଶୁ ମୋହନ ସାମଲ ଦୁଇଦିନିଆ ଫିଲ୍ଡ ପରିଦର୍ଶନରେ ଆମ୍ପାଭାଲ୍ଲି ଲାଇମଷ୍ଟୋନ ଖଣି, କୋଡିଙ୍ଗାମାଲି ବକ୍ସାଇଟ୍ ଖଣି ଓ ଲକ୍ଷ୍ମୀପୁର ଅଞ୍ଚଳର ସିଏସଆର୍ ସୁବିଧାଗୁଡ଼ିକୁ ବୁଲି ଦେଖିଛନ୍ତି । ଖଣି କାର୍ଯ୍ୟଦକ୍ଷତା, ସୁରକ୍ଷା ମାନଦଣ୍ଡ ଏବଂ ସମୁଦାୟ ବିକାଶ ଉପରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା ସେ କରିଥିଲେ।
ପ୍ରଥମ ଦିନ ମ୍ୟାନେଜିଂ ଡିରେକ୍ଟରଙ୍କ ସହ ଡିରେକ୍ଟର (ଅପରେସନ୍ସ) ସବ୍ୟସାଚୀ ମହାନ୍ତି, ଡିରେକ୍ଟର (ମାନବ ସମ୍ୱଳ) ଆଲୋକ ପାଲ ଓ ଡିରେକ୍ଟର (ଅର୍ଥ) ବନବିହାରୀ ପାଣି ଆମ୍ପାଭାଲ୍ଲି ଲାଇମଷ୍ଟୋନ ଖଣି ପରିଦର୍ଶନ କରି ଖଣି କାର୍ଯ୍ୟକଳାପ, ସୁରକ୍ଷା ବ୍ୟବସ୍ଥା ଓ ଉତ୍ପାଦନ କାର୍ଯ୍ୟଦକ୍ଷତାର ସମୀକ୍ଷା କରିଥିଲେ। ସେ ଗ୍ରାଉଣ୍ଡରେ କାମ କରୁଥିବା କର୍ମଚାରୀଙ୍କ ସହ ଆଲୋଚନା କରି କାର୍ଯ୍ୟକୁଶଳତାର ମଧ୍ୟ ସମୀକ୍ଷା କରିଥିଲେ । ସୁରକ୍ଷା ଓ ପରିବେଶ ନିୟମର ପାଳନ ସହ ନିରନ୍ତର ବିକାଶ ପାଇଁ କୌଶଳ ନେଇ ସେ ଆଲୋଚନା କରିଥିଲେ।
ତା ପରଦିନ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମ୍ୟାନେଜିଂ ଡିରେକ୍ଟରଙ୍କ ନେତୃତ୍ୱାଧୀନ ଟିମ୍ କୋଡିଙ୍ଗାମାଲି ବକ୍ସାଇଟ୍ ଖଣି ପରିଦର୍ଶନ କରିଥିଲେ। ବର୍ତ୍ତମାନର ଉତ୍ପାଦନ ସ୍ଥିତି, ନିରନ୍ତର ଖଣିଜ ଉତ୍ତୋଳନ ବ୍ୟବସ୍ଥା, ଉତ୍ପାଦନ ବୃଦ୍ଧି ପରିକଳ୍ପନା, କଞ୍ଚାମାଲ୍ ଠିକ୍ ଭାବେ ଅଣାଯିବା ପାଇଁ ଯୋଜନା, ସୁରକ୍ଷା ବ୍ୟବସ୍ଥା ଏବଂ ଆଗାମୀ ପାଞ୍ଚ ବର୍ଷର ସଂପ୍ରସାରଣ ଯୋଜନା ଉପରେ ଆଞ୍ଚଳିକ ପ୍ରବନ୍ଧକ ଓ ଖଣି ପ୍ରବନ୍ଧକଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲା।
ସ୍ଥାନୀୟ ଲୋକଙ୍କ ପାଇଁ CSR ପଦକ୍ଷେପ
ଏହା ପୂର୍ବରୁ ଦଳ ଓଡ଼ିଶା ମାଇନିଂ କର୍ପୋରେସନର CSR ପଦକ୍ଷେପ ଅଧୀନରେ ବିକଶିତ ହୋଇଥିବା ସାଙ୍ଘଣା ହାଇସ୍କୁଲ, ଲକ୍ଷ୍ମୀପୁର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର, ITI ଲକ୍ଷ୍ମୀପୁର ଏବଂ ମିନି ସାନିଟେସନ୍ ପାର୍କ (କଠିନ ବର୍ଜ୍ୟ ପରିଚାଳନା ୟୁନିଟ୍) ପରି ସମୁଦାୟ ଢାଞ୍ଚାଗତ ସୁବିଧାଗୁଡ଼ିକର ସମୀକ୍ଷା କରିଥିଲେ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ସେବା ପ୍ରଦାନ, କାର୍ଯ୍ୟଦକ୍ଷତା ଓ କମ୍ୟୁନିଟି ଉପରେ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।
ମ୍ୟାନେଜିଂ ଡିରେକ୍ଟରଙ୍କ ଏହି ପରିଦର୍ଶନ ଖଣି ଅଞ୍ଚଳରେ କାର୍ଯ୍ୟକୁଶଳତା, ଦାୟିତ୍ୱପୂର୍ଣ୍ଣ ଖଣିଜ ଉତ୍ତୋଳନ ଓ ସମୁଦାୟ ଉନ୍ନୟନ ମଧ୍ୟରେ ସନ୍ତୁଳନ ରଖି OMC କାର୍ଯ୍ୟ କରୁଥିବା ଅଞ୍ଚଳଗୁଡ଼ିକରେ ସମନ୍ୱିତ ବିକାଶ ସୁନିଶ୍ଚିତ କରିବା ପ୍ରତି ତାହାର ଦୃଢ଼ ସଙ୍କଳ୍ପକୁ ପୁନଃପ୍ରକଟ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)