/odishatv-khabar/media/media_files/2025/11/05/baleswar-2025-11-05-14-13-58.jpg)
Baleswar Photograph: (OTV)
ଶୁଖିଲା ଆଖି ଯୋଡ଼ାକରେ ଦୁଃଖ ଗୁଡ଼ାକ ବସା ବାନ୍ଧି ରହିଛି । ପର କରିଛି ପୁଅ, ପ୍ରଶାସନ ବି ମୁହଁ ଚାହୁଁନି । ଗୋଡ଼ରେ ଗଛ ପଡ଼ିଯିବାରୁ ଗୋଟିଏ ଗୋଡ଼ କଟା ଯାଇଛି । ଫଳରେ ନିଜର ଭାଗ୍ୟକୁ ଦେଷ ଦେଇ ଏକ ଝାଟିମାଟି ଘର ଭିତରେ ପଡ଼ି ରହିଛନ୍ତି । ଇଏ ହେଉଛନ୍ତି ବାଲେଶ୍ଵର ଜିଲ୍ଳା ରେମୁଣା ବ୍ଲକ୍ ଆଳଦା ଗାଁର ପାତି ସିଂ । ତାଙ୍କର ସମ୍ବଳ କହିଲେ ଭଙ୍ଗା ଛପର ଘର ଖଣ୍ଡକ । ସରକାରଙ୍କ ଯୋଜନାରେ ଭିନ୍ନକ୍ଷମଙ୍କୁ ୩ହଜାର ୫ଶହ ଟଙ୍କା ଭତ୍ତା ମିଳିବାକୁ ଥିବା ବେଳେ ପାତିଙ୍କୁ ମିଳୁଛି ମାସକୁ ମାତ୍ର ହଜାରେ ଟଙ୍କା । ଯେଉଁଥିରେ ପତିଙ୍କୁ ଔଷଧ ଖର୍ଚ୍ଚ ସହ ଚଳିବାକୁ ଅନେକ ଅସୁବିଧା ହେଉଛି ।
ସେହିଭଳି ପାତିଙ୍କ ପରି ଆଉ ଜଣେ ଦୁଃଖିନୀ ହେଉଛନ୍ତି ହୀରାମଣି ପାତ୍ର । ବୟସ ୯୧ ଟପି ସାରିଥିଲେ ମଧ୍ୟ ତାଙ୍କୁ ବି ମିଳୁନି ୩ହଜାର ୫ଶହ ଟଙ୍କା ଭତ୍ତା । ସାଧାରଣ ବୃଦ୍ଧ-ବୃଦ୍ଧାଙ୍କ ପରି ସେ ବି ହଜାରେ ଟଙ୍କା ପାଉଛନ୍ତି । ଆଖିକୁ ଭଲରେ ଦିଶୁନି, ଠିକ୍ ସେ ଛିଡ଼ା ବି ହୋଇପାରୁନାହାନ୍ତି । ବୟସାଧିକ କାରଣରୁ ଔଷଧ ଖର୍ଚ୍ଚ ବଢ଼ିଯାଇଛି ।
ସରକାରଙ୍କ ନିୟମ ଅନୁସାରେ ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ ବୃଦ୍ଧ-ବୃଦ୍ଧାଙ୍କ ପାଇଁ ୫ ସହ ଟଙ୍କା ଭତ୍ତା ପାଇବାର ନିୟମ ରହିଛି । ସେହିପରି ୮୦ ପ୍ରତିଶତ ଭିନ୍ନକ୍ଷମ ଥିଲେ ବି ମିଳିବ ୩ ହଜାର ୫ ସହ ଟଙ୍କା ଭତ୍ତା । ହେଲେ ହୀରା ମାଉସଙ୍କ ବୟସ ୯୨ ହୋଇଥିଲେ ବି ତାଙ୍କ ପାଇଁ ସପନ ପାଲଟିଛି ।
From Rebel to Reformer: ୨୩ ବର୍ଷରେ ମୋଷ୍ଟୱାଣ୍ଟେଡ: କଥା କଥାକେ ଉଠାନ୍ତି ବନ୍ଧୁକ

Ghazala Hashmi: ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ଜଲୱା: ମମଦାନିଙ୍କ ପରେ ଏବେ ଗଜାଲା ହାଶମି.... ସୃଷ୍ଟି କଲେ ନୂଆ ଇତିହାସ

Train Accident: ପୁଣି ଦୁର୍ଘଟଣା: ଟ୍ରେନରେ କଟି ୬ ଶ୍ରଦ୍ଧାଳୁ ମୃତ

IT Raid: ଉତ୍କଳ ବିଲଡରରେ IT ରେଡ୍: ମିଳିଲା ୯୨ ଲକ୍ଷ, ଆଜି ଆହୁରି ଖୋଲିବ ଲକର୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)