Advertisment

Viral Video: କଦଳୀ ଗଛରେ ପିଟିଲେ ବିଧାୟକ, ରାଗର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଜଣେ ବିଧାୟକ ଜଣେ ବ୍ୟକ୍ତିଙ୍କୁ କଲର ଧରି ମାଡ ମାରିଲେ, ଏତିକିରେ ରାଗ ଶାନ୍ତ ହେଲାନି ଯେ, ସେଠାରେ ଥିବା ଏକ କଦଳୀ ଗଛକୁ କାଟି ଓପାଡି ପିଟିଛନ୍ତି। ଉପସ୍ଥିତ ଲୋକେ ବିଧାୟକଙ୍କୁ ବୁଝାଇଲେ ମଧ୍ୟ ସେ ବୁଝିନଥିଲେ।

author-image
Chinmayee Sahoo
Assam-MLA-SlAP

ବିଧାୟକ Photograph: (OTV)

ବିଧାୟକ ହେଉଛନ୍ତି ଜନତାଙ୍କ ପ୍ରତିନିଧି। କିନ୍ତୁ ଜଣେ ବିଧାୟକ ହୋଇ ପ୍ରଥମେ କଲର ଟାଣି ଚାପୁଡ଼ା ମାରିଲେ, ପରେ କଦଳୀ ଗଛ ଓପାଡ଼ି ସିଧା ଲୋକଙ୍କୁ ପିଟିଲେ । ଜଣେ ବିଧାୟକଙ୍କ ଏ କାରନାମା ଅତ୍ୟନ୍ତ ନିନ୍ଦନୀୟ। ଇଏ କାଳେ ଆମ ଗଣତନ୍ତ୍ର । ଆଉ ଇଏ ହେଉଛି ଜନତାଙ୍କ ପ୍ରତି ଜଣେ ବିଧାୟକଙ୍କ କର୍ତ୍ତବ୍ୟ । ସବୁଠରୁ ବଡ଼ କଥା ହେଉଛି ବିଧାୟକଙ୍କ ଏ ରାଗର କାରଣ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବ । କାରଣ ଗୋଟିଏ ସାମାନ୍ୟ ରିବନ ପାଇଁ ବ୍ୟକ୍ତି ଜଣଙ୍କୁ ମାଡ଼ ଖାଇବାକୁ ପଡ଼ିଛି । 
ସୂଚନା ଅନୁସାରେ ଗୋଟିଏ ପୋଲର ଉଦଘାଟନ ପାଇଁ ସ୍ଥାନୀୟ ଲୋକେ ବିଧାୟକଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ବିଧାୟକ ମଧ୍ୟ ଉଦଘାଟନ ପାଇଁ ଠିକ୍ ସମୟରେ ପହଞ୍ଚିଥିଲେ । ହେଲେ ହଠାତ୍ ରିବନ୍ କାଟି ଉଦଘାଟନ କରିବାକୁ ଯିବା ବେଳେ ଗୋଲାପୀ ରିବନକୁ ଦେଖି ଚିହିଁକି ଉଠିଥିଲେ । ଆଉ ଲାଲ୍ ରିବନ କାହିଁକି ନାହିଁ କହି ବ୍ୟକ୍ତି ଜଣଙ୍କୁ ମାଡ଼ ମାରିଥିଲେ ବିଧାୟକ । ପ୍ରଥମେ ବ୍ୟକ୍ତି ଜଣଙ୍କ କଲର ଟାଣି ମାଡ଼ ମାରିଲେ, ପରେ ସେଠାରେ ଶୁଭ କାର୍ଯ୍ୟ ପାଇଁ ପୋତା ଯାଇଥିବା ଛୋଟ କଦଳୀ ଗଛକୁ ଓପାଡ଼ି ପିଟିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ବିଧାୟକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଧାୟକଙ୍କ ରାଗ ଶାନ୍ତ ହୋଇନଥିଲା । ସେହି ସମୟରେ ବିଧାୟକଙ୍କ ଏହି କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ (viral video) ହେବାର ଲାଗିଛି । 
ଆସାମରୁ ନଜରକୁ ଆସିଛି ଏହି ଘଟଣା । ବିଧାୟକଙ୍କ ନାଁ ଶାମସୁଲ ହୁଡା । ଆସାମର ବିଲାସିପାରା ଅଞ୍ଚଳରୁ ସେ ନିର୍ବାଚିତ ହୋଛନ୍ତି । ବିଧାୟକଙ୍କ ଏପରି କାରନାମକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଘଟଣାକୁ ନେଇ ଗୌରୀପୁର ଥାନାରେ ମମଲା ଦେଇଥିଲେ ବ୍ୟକ୍ତି ଜଣକ । ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣାରେ ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କୁ ନିରପେକ୍ଷ ତଦନ୍ତ କରାଇବାକୁ ଅନୁରୋଧ କରାଯାଇଛି । AIUDF ନେତାଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।
ଏହି ଘଟଣା ହେଉଛି ଗତ ମାର୍ଚ୍ଚ ମାସର ।  ସେହି ସମୟରେ ଜନସାଧାରଣଙ୍କ ପ୍ରବଳ ଚାପ ଯୋଗୁ ବିଧାୟକ ଶାମସୁଲ ହୁଡା ସର୍ବସାଧାରଣରେ ବ୍ୟଜଣଙ୍କୁ କ୍ଷମା ପ୍ରାର୍ଥନ କରିଛନ୍ତି । କିନ୍ତୁ ବର୍ତ୍ତମାନ ବିଧାୟକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କର୍ତ୍ତୃପକ୍ଷମାନେ ଆଶ୍ୱାସନା ଦେଇଛନ୍ତି ଯେ ତଦନ୍ତ ଚାଲିଛି ଏବଂ ଏହାର ଫଳାଫଳ ଆଧାରରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisment

ଅଧିକ ଦେଖନ୍ତୁ:

Viral Video
Advertisment
Related Articles
Advertisment