/odishatv-khabar/media/media_files/2026/02/04/revenue-services-2026-02-04-13-17-31.jpg)
Revenue Services Photograph: (OTV)
ହ୍ବାଟ୍ସ ଆପ୍ ରେ ମିଳିବ ରାଜସ୍ୱ ସେବା । ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମିଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ ।
Advertisment
ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସମୟ ଭିତରେ ସମସ୍ୟା ସମାଧାନ କରାନଯାଏ କିମ୍ବା ଦୁର୍ନୀତି ଅଭିଯୋଗ ଆସେ । ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡା ଆକ୍ସନ ନିଆଯିବ ।
ସେହିପରି କାମ ନହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ବାଟ୍ ସ ଆପ୍ ରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ। ଆସନ୍ତାକାଲି ହ୍ବାଟ୍ ସ ଆପ୍ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ। ଏହାସହ ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ।
Advertisment
Advertisment



Related Articles
Gold and Silver Prices Surge Again: ଉପର ମୁହାଁ ସୁନା ରୁପା ଦର, ଆଜି ପୁଣି ବଢିଲା
POSTED

BJP Leader's House Attacked: ବିଜେପି ନେତାଙ୍କ ଘରେ ଭଙ୍ଗାରୁଜା: ବନ୍ଧା ହେଲେ ୮ ଜଣ
POSTED

Athagarh Bandh: ଆଠଗଡ଼ ବନ୍ଦ; ବିକ୍ଷୋଭ ପ୍ରଦର୍ଶନ, ଗାଡ଼ି ଚଳାଚଳ ପ୍ରଭାବିତ
POSTED

Bolangir Police Probe Gang Rape Case: ବଲାଙ୍ଗୀର ନାବାଳିକା ଗଣଦୁଷ୍କର୍ମ ଘଟଣା; ସାମ୍ନାକୁ ଆସିଲା ସାଂଘାତିକ ସତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)