/odishatv-khabar/media/media_files/2025/12/03/javed-akhtar-2025-12-03-18-00-11.jpg)
Javed-Akhtar Photograph: (OTV)
୧୯୯୪ ମସିହାରେ ରିଲିଜ୍ ହୋଇଥିବା ବଲିଉଡର ସୁପରହିଟ୍ ଫିଲ୍ମ 1942-A Love Storyକୁ କିଏ ନଜାଣେ। ଏଥିରେ ଥିବା ଏକ ପ୍ରସିଦ୍ଧ ଗୀତ ‘ଏକ ଲଡକି କୋ ଦେଖା ତୋ ଏସା ଲଗା’, ଯାହା ତିନି ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ କରୁଛି। ହେଲେ ଆପଣ ଜାଣିଛନ୍ତି କି ଏ ଗୀତକୁ ତିଆରି କରିବାକୁ କେବେ ବି ପ୍ଲାନିଂ କରିନଥିଲେ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା। ତେବେ ହଠାତ କିପରି ଏହା ତିଆରି ହେଲା ଏ ସମ୍ପର୍କରେ ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଭୂତି କହିଥିଲେ ଏ ଗୀତର ଲେଖକ ତଥା ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତର୍। ଫିଲ୍ମର ସ୍କ୍ରିପ୍ଟ ଦେଖିବା ପରେ ଯେଉଁଠାରେ ନାୟକ ନାୟିକାଙ୍କ ପ୍ରଥମ ଝଲକ ପାଆନ୍ତି ସେଠାରେ ଏକ ଗୀତ ଯୋଡ଼ିବାକୁ ସଂଗୀତକାର ଆର ଡି ବର୍ମନ ଏବଂ ନିର୍ଦ୍ଦେଶକ ଚୋପ୍ରାଙ୍କୁ ସେ ହିଁ ପରାମର୍ଶ ଦେଇଥିଲେ ।
ପ୍ରଥମେ ଜାଭେଦଙ୍କ କଥାରେ ରାଜି ନଥିଲେ ନିର୍ଦ୍ଦେଶକ। ହେଲେ ମଧ୍ୟ ତାଙ୍କୁ ଗୀତ ଲେଖିବାକୁ କହି କିଛି ଦିନ ମଧ୍ୟରେ ଏନେଇ ସାକ୍ଷାତ କରିବାକୁ କହିଥିଲେ। ହେଲେ ଘରକୁ ଯାଇ ଏକଥା ଭୁଲି ଯାଇଥିଲେ। ହେଲେ ଯେତେବେଳେ ବିଧୁ ବିନୋଦ ଚୋପ୍ରା ତାଙ୍କୁ କରି ମିଟିଂ ପାଇଁ ଡାକିଥିଲେ ହଡବଡେଇ ଯାଇଥିଲେ ଜାଭେଦ। କାରଣ ସେ ଏଯାଏଁ ଗୋଟିଏ ବି ଧାଡ଼ି ଲେଖି ନଥିଲେ। ନିଜେ ଗୀତର ପରାମର୍ଶ ଦେଇଥିବାରୁ କାଳେ ଅପଦସ୍ତ ହେବେ ସେନେଇ ଚିନ୍ତିତ ଥିଲେ। ହେଲେ ମିଟିଂ ପାଇଁ ଯିବା ସମୟରେ ତାଙ୍କ ମନକୁ ଆସିଥିଲା ଏହି ଗୀତର ପ୍ରସିଦ୍ଧ ଲାଇନ୍ ‘ଏକ ଲଡକି କୋ ଦେଖା ତୋ ଏସା ଲଗା’। ଆଉ ମିଟିଂରେ ପହଞ୍ଚି ଗୋଟିଏ କୋଣରେ ବସି ୫ ମିନଟ ଭିତରେ ଗୀତଟିକୁ ଲେଖିଥିଲେ ଜାଭେଦ। ଆଉ ସଂଗୀତକାର ଆର ଡି ବର୍ମନ ହାରମୋନିୟମ୍ ନେଇ ସେଇଠାରେ ହିଁ ସ୍ୱର ସଂଯୋଜନା କରିଥିଲେ।
ପ୍ରକୃତରେ ସେଦିନ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଜାଭେଦ ଅଖତର ଜିଦ୍ କରି ନ ଥିଲେ ଏ ଗୀତଟିର ସୃଷ୍ଟି କେବେ ହୋଇପାରି ନଥାନ୍ତା। ଯାହା ଏବେ ବଲିଉଡର ସବୁଠାରୁ ପ୍ରତିଷ୍ଠିତ ରୋମାଣ୍ଟିକ ଗୀତ ମଧ୍ୟରୁ ଗୋଟିଏ ହେବାର ସମ୍ମାନ ଅର୍ଜନ କରିଛି ।
Sri Mandir: ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

Internal Turmoil in BJD Bhadrak: ଭୁଶୁଡିବାରେ ଲାଗିଛି ବିଜେଡ଼ିର ଭଦ୍ରକ ଗଡ଼: ପ୍ରଫୁଲ୍ଲଙ୍କ ଉପରେ ଜୋରଦାର ବର୍ଷିଛନ୍ତି ନବୀନ!

Food and Recipe: ବୁଧବାର ଲଞ୍ଚ୍ରେ ଘରେ ବନାନ୍ତୁ ‘ମଟନ୍ ବେସର’

Stray Dogs Save Abandoned Baby: ରାସ୍ତାରେ ଫିଙ୍ଗିଦେଲେ ବାପା ମା’, ସାରା ରାତି ଜଗି ରହିଲେ କୁକୁର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)