/odishatv-khabar/media/media_files/2025/12/03/aparadh-2025-12-03-18-26-10.jpg)
APARADH Photograph: (OTV)
ଛାତିଥରା ହତ୍ୟାକାଣ୍ଡ..ବିଶ୍ୱାସଘାତକତା ପାଇଁ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ କଲା ମର୍ଡର । ଆଉ ସେଲ୍ଫି ନେଇ ଛାଡିଦେଲା ସୋସିଆଲ ମିଡିଆରେ । ସୋସିଆଲ ମିଡିଆ ମାୟାରେ ବାଇଆ ଏ ମଣିଷ । ଭଲମନ୍ଦ ବିଚାର ହେବ ପଛରେ କିନ୍ତୁ ଆଗ ଫ୍ଲାସ୍ ହେଇଯାଉ ସୋସିଆଲ ମିଡିଆରେ। ତାମିଲନାଡୁ କୋଏମ୍ୱାଟୁରରେ ଅନୈତିକ ସଂପର୍କ ଥିବା ସନ୍ଦେହକରି ନିଜ ପତ୍ନୀଙ୍କୁ ଜୀବନରୁ ମାରିଦେଲା ଜଲ୍ଲାଦ ସ୍ୱାମୀ। ଅଭିଯୁକ୍ତ ସ୍ୱାମୀ-୩୨ବର୍ଷୀୟ ଏସ୍. ବାଲମୁରୁଗମ୍ । ଘର- ଥରୁଭାଇ, ତିରୁନେଲଭେଲି ଜିଲ୍ଲା, ତାମିଲନାଡୁ। ମୃତ ସ୍ତ୍ରୀ ହେଲେ ସେହି ଜିଲ୍ଲାର ୩୦ବର୍ଷୀୟା ବି. ଶ୍ରୀପ୍ରିୟା।
୩୦ ନଭେମ୍ବର ୨୦୨୫, ରବିବାର। ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ କୋଏମ୍ୱାଟୁରର ଏକ ୱିମେନ୍ସ ହଷ୍ଟେଲରୁ ସ୍ୱାମୀ ଏସ୍.ବାଲମୁରୁଗମଙ୍କୁ ଗିରଫ୍ କଲା ତାମିଲନାଡୁ ପୋଲିସ୍। ପତ୍ନୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟାକରି ତାର ମୃତଦେହ ପାଖରେ ବସି ସେହି ଭିଡିଓକୁ ନିଜ ୱାଟ୍ସଆପ୍ ଷ୍ଟାଟସରେ ରଖିଥିଲା ଅଭିଯୁକ୍ତ। ତାମିଲନାଡୁ ପୋଲିସ୍ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଦଂପତିଙ୍କର ୨ଜଣ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସ୍ୱାମୀଙ୍କ ସହ ମତଭେଦ ଯୋଗୁ ପତ୍ନୀ ଶ୍ରୀପ୍ରିୟା ତାଙ୍କ ଠାରୁ ଅଲଗା ରହିଆସୁଥିଲେ।
ଶ୍ରୀପ୍ରିୟା କୋଏମ୍ୱାଟୁରରଏକ ଘରୋଇ କଂପାନୀରେ କାମ କରୁଥିଲେ ଏବଂ ଗାନ୍ଧିପୁରମ ସ୍ଥିତ ଏକ ୱିମେନ୍ସ ହଷ୍ଟେଲରେ ରହୁଥିଲେ। ତେବେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛିଯେ, ଶ୍ରୀପ୍ରିୟା, ସ୍ୱାମୀ ବାଲମୁରୁଗମ୍ଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କ ସହ ସଂପର୍କରେ ରହଥିଲେ। ଆଉ ସେମାନଙ୍କ ମଧ୍ୟରେ ଅନୈତିକ ସଂପର୍କ ଗଢିଉଠିଥିଲା ବୋଲି ସ୍ୱାମୀ ସନ୍ଦେହ କରିଆସୁଥିଲେ। ତେବେ ଘଟଣା ଦିନ ମାନେ ୩୦ ନଭେମ୍ୱର ସକାଳ ବେଳା ଶ୍ରୀପ୍ରିୟା ରହୁଥିବା ହଷ୍ଟେଲକୁ ଆସିଥିଲା ଏସ୍. ବାଲମୁରୁଗମ୍ । ଏବଂ ତାଙ୍କ ସହିତ ତିରୁନେଲ୍ଭେଲି ଯିବାକୁ କହିଥିଲା। କିନ୍ତୁ ଶ୍ରୀପ୍ରିୟା ମନା କରିବାରୁ ଉଭୟଙ୍କ ମଧ୍ୟରେ ସେହି ହଷ୍ଟେଲରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବାଲମୁରୁଗମ୍ ସାଥୀରେ ଆଣିଥିବା ଏକ ବଡ ଛୁରୀରେ ଶ୍ରୀପ୍ରିୟାଙ୍କୁ ଏକାଧିକ ଥର ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ପୋଲିସ୍ ଆହୁରି କହିଛି ଯେ, ପତ୍ନୀଙ୍କୁ ହତ୍ୟାକରିବା ପରେ ସ୍ୱାମୀ ବାଲମୁରୁଗମ୍ ଘଟଣାସ୍ଥଳରୁ ଫେରାର ନହୋଇ ପତ୍ନୀଙ୍କ ମୃତଦେହ ପାଖରେ ବସିରହିଥିଲା। ଆଉ ଡେଡବଡି ସହିତ ସେଲ୍ଫି ନେଇ ତାକୁ ନିଜ ୱାଟ୍ସଆପରେ ପୋଷ୍ଟ କରିଥିଲା। ଖବର ପାଇ ରଥିନାପୁରୀ ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ଏସ୍. ବାଲମୁରୁଗମଙ୍କୁ ନିଜ କଷ୍ଟୋଡିକୁ ନେଇଥିଲା। ଆଉ ନିଜ ପତ୍ନୀଙ୍କ ହତ୍ୟା ମାମଲାରେ ଗିରଫ କରିଥିଲା। ହେଲେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବାଲମୁରୁଗମ୍ ସହିତ ୪୦ବର୍ଷିୟ ରାଜାକୁବି ଗିରଫ୍ କରିଛି ପୋଲିସ୍ ।
ରାଜା ହେଉଛି ମୃତ ଶ୍ରୀପ୍ରିୟାର ମାମୁ ଯେକି ଅଭିଯୁକ୍ତ ବାଲମୁରୁଗମଙ୍କୁ ପରୋକ୍ଷରେ ସହାୟତା କରିଥିଲା। ହତ୍ୟାକାଣ୍ଡର ପୂର୍ବଦିନ ମାନେ ୨୯ ନଭେମ୍ୱରରେ ପତ୍ନୀଙ୍କ ସହ ବୁଝାମଣା କରିବା ପାଇଁ ଶ୍ରୀପ୍ରିୟାଙ୍କ ମାମୁଙ୍କ ସହଯୋଗ ଲୋଡିଥିଲା ବାଲମୁରୁଗମ୍। ଆଉ ତାପରେ ଦୁହେଁ କୋଏମ୍ବାଟୁର ଯାଇଥିଲେ। ଆଉ ପରଦିନ, ୩୦ ନଭେମ୍ୱରରେ ରାଜା ଓ ବାଲମୁରୁଗମ୍ ଯାଇଥିଲେ ଶ୍ରୀପ୍ରିୟାଙ୍କ ହଷ୍ଟେଲକୁ। ସେଠାରେ ଶ୍ରୀପ୍ରିୟାଙ୍କ ସ୍ୱାମୀ ଓ ମାମୁର ପରିଚୟ ଦେଇ ଦୁହେଁ ହଷ୍ଟେଲ ୱାଡେନଙ୍କୁ ଅନୁରୋଧ କରି ଶ୍ରୀପ୍ରିୟାଙ୍କ ସହ ଭେଟିଥିଲେ। ହେଲେ ସେହି ପୁରୁଣା କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବାପରେ ସ୍ୱାମୀ ଏସ୍.ବାଲମୁରୁଗମ୍ ଏକ ଧାରୁଆ ଛୁରୀରେ ପତ୍ନୀ ଶ୍ରୀପ୍ରିୟାଙ୍କୁ ହତ୍ୟା କରିଥିଲେ। ଆଉ ତାଙ୍କ ଡେଡବଡି ପାଖରେ ସେଲ୍ଫି ନେଇ ଏ ଦୁନିଆକୁ ଜଣାଇଥିଲେ ଜଣେ ପତ୍ନୀହନ୍ତୀ ସ୍ୱାମୀର ଏହି ବର୍ବର କାଣ୍ଡକାରନାମାକୁ।
Food and Recipe: ବୁଧବାର ଲଞ୍ଚ୍ରେ ଘରେ ବନାନ୍ତୁ ‘ମଟନ୍ ବେସର’

Stray Dogs Save Abandoned Baby: ରାସ୍ତାରେ ଫିଙ୍ଗିଦେଲେ ବାପା ମା’, ସାରା ରାତି ଜଗି ରହିଲେ କୁକୁର

Palash Muchhal: ପ୍ରେମାନନ୍ଦ ମହାରାଜଙ୍କ ସତସଙ୍ଗରେ ପଲାଶ ମୁଚ୍ଛଲ , କାହିଁକି ଲୁଚାଇଥିଲେ ମୁହଁ ?

Public Execution: ୧୩ ବର୍ଷର ବାଳକକୁ ସାର୍ବଜନୀନ ମୃତ୍ୟୁଦଣ୍ଡ, ଦେଖିବାକୁ ୮୦ ହଜାର ଲୋକଙ୍କ ଭିଡ଼

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)