/odishatv-khabar/media/media_files/2025/12/10/mla-salary-hike-2025-12-10-19-53-21.jpg)
MLA-Salary-Hike Photograph: (OTV)
ଗରିବ ଓଡ଼ିଶାର କୋଟିପତି ବିଧାୟକ । ମାସକୁ ଦରମା ନେବେ ସାଢ଼େ ୩ ଲକ୍ଷ । ବର୍ଷକୁ ୪୨ ଲକ୍ଷ, ୫ ବର୍ଷରେ ୨ କୋଟି ୧୦ ଲକ୍ଷ । ଏକା ଥରେ ବିଧାୟକଙ୍କ ଦରମା ବଢ଼ିଲା ସାଢ଼େ ତିନି ଗୁଣା । ୧ ଲକ୍ଷରୁ ହୋଇଗଲା ସାଢ଼େ ୩ ଲକ୍ଷ ଟଙ୍କା । ସାରା ଭାରତ ଭିତରେ ଓଡ଼ିଶାର ବିଧାୟକମାନେ ସର୍ବାଧିକ ଦରମା ପାଇବାକୁ ଯାଉଛନ୍ତି । ଲୋକ ପ୍ରତିନିଧି ହୋଇ ଲୋକଙ୍କ ନାଁ ନେଇ ମାସକୁ ହାତେଇବେ ସାଢ଼େ ତିନି ଲକ୍ଷ ଟଙ୍କା । ପୂର୍ବରୁ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶା ବିଧାୟକଙ୍କ ଦରମା ଥିଲା ୨୭ ନମ୍ବର, ହେଲେ ବର୍ତ୍ତମାନ ନମ୍ବର ୱାନ୍ ହୋଇଛି । ସବୁଠାରୁ ବଡ଼ କଥା ହେଉଛି, ବିଧାୟକଙ୍କ ବୃଦ୍ଧି ପାଇଥିବା ଏହି ଦରମା ପିଛିଲା ଭାବେ ଲାଗୁ ହେଉ ଥିବାରୁ ଏକା ବେଳକେ ଜଣେ ବିଧାୟକ ୩୦ରୁ ୪୦ ଲକ୍ଷ ଟଙ୍କା ପାଇବେ ।
ପାଚିକାଟିଏ ହେଉ କି ଶିକ୍ଷକ କି ଅନ୍ୟ କୌଣସି ସରକାରୀ କର୍ମଚାରୀ, ଏମାନେ ବର୍ଷ ବର୍ଷ ଧରି ଧରି ମାଗଣାରେ ରାଜ୍ୟ ପାଇଁ ଖଟି ଆସିଛନ୍ତି । ବର୍ତ୍ତମାନ ପାଚିକା ୩ ହଜାର ଟଙ୍କା ପାଉଥିବା ବେଳେ ଶିକ୍ଷକଟିଏ ୧୫ ହଜାରୁ ୪୫ ହଜାର ଟଙ୍କା ମଧ୍ୟରେ ପାଉଛି । ଆଉ ରାଜ୍ୟରେ ବେକାରୀଙ୍କ ସଂଖ୍ୟା ନକହିବା ଭଲ । ଜଣେ ବିଧାୟକ ଯଦି ୫ ବର୍ଷରେ ୨ କୋଟି ୧୦ ଲକ୍ଷ ଟଙ୍କା ଦରମା ନିଅନ୍ତି ତେବେ ବିଧାନସଭାର ୧୪୭ ବିଧାୟକ ୩୦୮କୋଟି ୭୦ ଲକ୍ଷ ଟଙ୍କା ଦରମା ନେବେ । ଏହା କ’ଣ ରାଜ୍ୟ ପାଇଁ ଅତିରିକ୍ତ ବୋଝ ହେବ ନାହିଁକି ବୋଲି ସାଧାରଣରେ କୁହାଗଲାଣି ।
୨୦୦୭ରେ ବିଜେଡି ସରକାର ଅମଳରୁ ଏହି ଦାବି ହୋଇଆସୁଥିଲା । ଯାହା ଉପରେ ମୋହର ମାରିଛନ୍ତି ବର୍ତ୍ତମାନର ମୋହନ ସରକାର । ହେଲେ ଏହି ବିଲ୍ ଉପସ୍ଥାପନ ବେଳେ ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏକ ହୋଇଥିବା ଦେଖିବାକୁ ମିଳିଥିଲା । ତଥ୍ୟ ଅନୁସାରେ, ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢ଼ି ୯୦ ହଜାରକୁ ବୃଦ୍ଧି ପାଇଛି । ସେହିଭଳି ଗସ୍ତ ଖର୍ଚ୍ଚ ବାବଦକୁ ୨୦ ହଜାର ବଦଳରେ ୭୫ ହଜାରକୁ ବଢ଼ିଛି । କମିଟି ବୈଠକ ଭତ୍ତା ୧୫୦୦ ବଦଳରେ ମିଳିବ ୩ ହଜାର ଏବଂ ମାସିକ ଯାତାୟାତ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ।
Deepavali inscribed on UNESCO List: ଭାରତ ପାଇଁ ଐତିହାସିକ ଦିନ: ଦୀପାବଳିକୁ ମିଳିଲା ୟୁନେସ୍କୋ ମାନ୍ୟତା

Shocking Allegation: ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମାଡ଼ ମାରିଲେ, ପିଆଇଲେ ଶୌଚାଳୟ ପାଣି: ଘରୋଇ ବିଶ୍ୱବିଦ୍ୟାଳୟରେ ସାଂଘାତିକ କାଣ୍ଡ

Luggage Delay Compensation: ଲଗେଜ୍ ବିଳମ୍ୱ ହେଲେ ବିମାନ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

Big Blow to IndiGo: ଇଣ୍ଡିଗୋର ଡେଣା କାଟିଲେ ସରକାର, ବିମାନ ଉଡାଣ ଉପରେ ରୋକ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)