Advertisment

PIL on Illegal Mining: ବେଆଇନ ଖଣି ଖନନ, ହାଇକୋର୍ଟଙ୍କ ନୋଟିସ୍

ରାଜ୍ୟରେ ଚାଲିଥିବା ବେଆଇନ ଖଣି ଖନନର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନୋଟିସ। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
High court

High court Photograph: (OTV)

ରାଜ୍ୟରେ ଚାଲିଥିବା ବେଆଇନ ଖଣି ଖନନର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନୋଟିସ। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସାରା ରାଜ୍ୟରେ ବେଆଇନ ଖଣି ଖନନର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସହିତ ଏହାକୁ ରୋକିବା ପ୍ରସଙ୍ଗରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସଂପର୍କରେ ଜବାବ ଲୋଡିଛନ୍ତି ହାଇକୋର୍ଟ।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରବଣ କୁମାର ଦେବଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରି ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ବେଆଇନ ଖଣି କାରବାରରେ ସଂପୃକ୍ତ ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।

୨୦୧୭ରେ ସୁପ୍ରିମକୋର୍ଟ ଜାରୀ କରିଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପାଳନ କରୁ ନାହାନ୍ତି। ଲିଜଧାରୀମାନେ ନିର୍ଦ୍ଧାରିତ ସୀମା ବାହାରେ ଏବଂ ଅଧିକ ପରିମାଣର ଖଣି ଖନନ କରୁଥିବା ସତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଏହାଦ୍ୱାରା ରାଜସ୍ବ ହାନୀ ହେଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

CBI High Court Of Orissa Illegal Mining In Odisha Illegal Mining Case Illegal Mining
Advertisment
Related Articles
Advertisment