/odishatv-khabar/media/post_attachments/uploadimage/library/16_9/16_9_0/books_1626263723.jpg)
books
ଭୁବନେଶ୍ୱର: ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦ ପଣ୍ଡା ପୁରସ୍କାର ପାଇବେ। ସେପିପରି କ୍ଷୁଦ୍ରଗଳ୍ପ- ପବିତ୍ର ପାଣିଗ୍ରାହୀ, କବିତା- ବୀଣାପାଣି ପଣ୍ଡା ପାଇବେ।
ସେହିପରି ନାଟକ ଓ ଏକାଙ୍କିକା- ସଂଜୟ ହାତୀ ଏବଂ ନବୀନ କୁମାର ପରିଡ଼ା, ପ୍ରବନ୍ଧ ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟରେ ଧରଣୀଧର ପାଣିଗ୍ରାହୀ, ଅନୁବାଦରେ ବିଜୟ ମହାନ୍ତି, ଶିଶୁ ସାହିତ୍ୟରେ ରବୀନ୍ଦ୍ର ବିଶ୍ୱାଳ ପାଇବେ। ୨୦୧୫ ପାଇଁ ଗୀତି କବିତା ବର୍ଗରେ ମନୋଜ ମହାନ୍ତି ପୁରସ୍କାର ପାଇବେ।
ସେହିପରି ୨୦୧୬ ପାଇଁ ଉପନ୍ୟାସରେ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କ୍ଷୁଦ୍ରଗଳ୍ପରେ ଦେବଦାସ ଛୋଟରାୟ, କବିତାରେ ଭଗବାନ ଜୟସିଂହ, ନାଟକରେ ଫକୀର ସିଂହ, ପ୍ରବନ୍ଧ- ପ୍ରସନ୍ନ ସ୍ୱାଇଁ, ଜୀବନୀ ଓ ଭ୍ରମଣ ସାହିତ୍ୟରେ ସୁରେନ୍ଦ୍ର ମହାରଣା, ପ୍ରଦୋଷ ପଟ୍ଟନାୟକ, ଅନୁବାଦରେ ଶାରଦା ରଥ, ଶିଶୁ ସାହିତ୍ୟରେ ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା ବର୍ଗରେ ମିଶ୍ର ସତ୍ୟନାରାୟଣ ପୁରସ୍କାର ପାଇବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)