/odishatv-khabar/media/media_files/2026/01/28/odisha-bandh-2026-01-28-09-05-18.jpg)
Odisha Bandh Photograph: (OTV)
ତିନିଟି ପ୍ରସଙ୍ଗରେ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି ନବ ନିର୍ମାଣ କୃଷକ ସଂଗଠନ। ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନିକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା।
କେଉଁଠି ଟାୟାର ଜାଳି ରାସ୍ତା ଅବରୋଧ ତ ଆଉ କେଉଁଠି ପିକେଟିଂ କରି ଗାଡ଼ିମୋଟର ଅଟକାଉଛନ୍ତି ଆନ୍ଦୋଳନକାରୀ। ତେବେ ଓଡ଼ିଶା ବନ୍ଦ ପାଳନରୁ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ଆଜିର ଓଡ଼ିଶା ବନ୍ଦ ପାଳନକୁ ସମର୍ଥନ କରୁଛି କଂଗ୍ରେସ।
ଅନ୍ୟପଟେ ବିଜେଡି ବନ୍ଦ ଡାକରାକୁ ସିଧାସଳଖ ସମର୍ଥନ ଦେଇ ନଥିଲେ ମଧ୍ୟ ଏହାକୁ ସ୍ୱାଗତ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ସାଧୁବାଦ ଜଣାଇଛି। ଏପଟେ ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦକୁ ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଛି ବିଜେପି। ଦିନ ୨ଟା ଯାଏଁ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ।
ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ
୮ ଘଣ୍ଟିଆ ବନ୍ଦ ପାଳନ କରୁଛି ନବନିର୍ମାଣ କୃଷକ ସଂଗଠନ
ମଣ୍ଡି, PUCC ଓ ଟାଟା ପାୱାର ବିରୋଧରେ ବନ୍ଦ ଡାକରା
ବନ୍ଦରୁ ଅତ୍ୟାବଶ୍ୟକ ସେବା ବାଦ
ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ
ଟାୟାର ଜାଳି ରାସ୍ତାରୋକ କରୁଛନ୍ତି ଆନ୍ଦୋଳନକାରୀ
ବନ୍ଦ ରହିଛି ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ
Khandagiri Jatra: ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସିଟ୍ କଟକଣା, ବଡ଼ କ୍ଷତି ସହିବ ଯାତ୍ରା କମିଟି

Arijit Singh: ଅରିଜିତଙ୍କ ଘୋଷଣା, ଫ୍ୟାନ୍ସଙ୍କୁ ବଡ଼ ଝଟକା

Budget Session Begins: ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ବିରୋଧୀଙ୍କୁ କାଉଣ୍ଟର୍ ପାଇଁ ଶାସକ ଦଳର ପ୍ରସ୍ତୁତି

Odisha Bandh Today: ଆଜି ଓଡିଶା ବନ୍ଦ, କଂଗ୍ରେସର ନୈତିକ ସମର୍ଥନ ଓ ବିଜେଡିର ସ୍ୱାଗତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)