/odishatv-khabar/media/media_files/2026/01/28/arijit-singh-2026-01-28-08-43-52.jpg)
Arijit Singh Photograph: (OTV)
ଗୀତ ଗାଇବା ଛାଡ଼ିଲେ ଅରିଜିତ୍ ସିଂହ। ୟୁଥ୍ ସେନସେସନ୍ ଅରିଜିତ୍ ସିଂହ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ୍ ରେ ଏମିତି କିଛି ଘୋଷଣା କରିଛନ୍ତି। ଯାହାକୁ ନେଇ ଆଚମ୍ବିତ ଫ୍ୟାନ୍। ସବୁ ଫ୍ୟାନ୍ସଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ଝଟକା ଦେଇଛନ୍ତି ଅରିଜିତ୍। ଆଉ ପ୍ରଚ୍ଛଦପଟ୍ଟ ଗୀତ ବା ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ କରିବେନି, I am calling it off ବୋଲି ସେ ଲେଖିଛନ୍ତି। ହେଲେ ହଠାତ୍ ଅରିଜିତଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଫ୍ୟାନ୍ ବି ଏହାକୁ ନେଇ ଆଶ୍ଚର୍ଯ୍ୟ ହେଇପଡ଼ିଛନ୍ତି। ଫ୍ୟାନଙ୍କୁ ସରପ୍ରାଇଜ୍ କରି ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ କୁ ଅଲବିଦା କହିଛନ୍ତି ଅରିଜିତ୍ ସିଂହ।
ଅରିଜିତଙ୍କ ସଙ୍ଗୀତ ଯାତ୍ରା ଉତଥାନ ପତନରୁ ଆରମ୍ଭ ହୋଇଥିଲା। ୨୦୦୫ର ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ରିଆଲିଟି ଶୋ’ରେ ଭାଗ ନେଇ ବାଦ୍ ପଡ଼ିଥିଲେ। ହେଲେ ଏଥିରେ ସେ ହାରିନଥିଲେ କି ପଛକୁ ବୁଲି ଦେଖିନଥିଲେ। ବିଳମ୍ବରେ ହେଉ ପଛେ ବଲିଉଡରେ ଏଣ୍ଟ୍ରି ମିଳିଥିଲା କିନ୍ତୁ ତାହା ବି ସ୍କ୍ରାଚ୍ ଅର୍ଥାତ ଛୋଟିଆ ଅଂଶ ଗାଇବାକୁ ସୁଯୋଗ ମିଳିଥିଲା। ହେଲେ ଜୀବନ ବଦଳିଥିଲା ୨୦୧୨ରେ ମର୍ଡର ଟୁର ‘ଫିର୍ ମୋହବତ୍’ରୁ। ଏଇ ଗୀତ ଦେଇଥିଲା ଦେଶରେ ନୂଆ ଷ୍ଟାର୍।
ଦୁଇ ବର୍ଷ ପରେ ଆଶିକି ଟୁ ଆଣିଥିଲା ଭାରତୀୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ବିପ୍ଲବ। ପରେ ଚେନ୍ନାଇ ଏକ୍ସପ୍ରେସ, ୟେ ଜୱାନୀ ହେ ଦିୱାନୀ, ଖାମୋସିଆଁ, ରୟ, ବଦଲାପୁର, ହମାରୀ ଅଧୁରୀ କାହାନୀ, ଏ ଦିଲ୍ ହେ ମୁସକିଲ, ବ୍ରହ୍ମାସ୍ତ୍ରଠୁ ନିକଟରେ ରିଲିଜ୍ ହେବାକୁ ଥିବା ସଲମାନଙ୍କ ଗଲୱାନ୍ ଫିଲ୍ମ ଭଳି ଏକାଧିକ ଗୀତରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଗୀତ ଗାଇବା ଛାଡ଼ିଲେ ଅରିଜିତ୍
ୟୁଥ୍ ସେନସେସନ୍ ଅରିଜିତ୍ ସିଂହଙ୍କ ବଡ଼ ଘୋଷଣା
ଗୀତ ଗାଇବା ଛାଡ଼ିବା ନେଇ ଘୋଷଣା କଲେ
ଆଉ ପ୍ଲେବ୍ୟାକ୍ କରିବେନି ଅରିଜିତ୍
ହଠାତ୍ ଅରିଜିତଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଲା ରହସ୍ୟ
Budget Session Begins: ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ବିରୋଧୀଙ୍କୁ କାଉଣ୍ଟର୍ ପାଇଁ ଶାସକ ଦଳର ପ୍ରସ୍ତୁତି

Odisha Bandh Today: ଆଜି ଓଡିଶା ବନ୍ଦ, କଂଗ୍ରେସର ନୈତିକ ସମର୍ଥନ ଓ ବିଜେଡିର ସ୍ୱାଗତ

Daily Horoscope 28th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 28th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)