Advertisment

Daily Horoscope 4th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅନେକ ସଫଳତା ପାଇବେ ।  କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କର ବିଶ୍ୱସ୍ଥ ଭାଜନ ହେବେ ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ-
ଅଶ୍ୱନୀ- ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅନେକ ସଫଳତା ପାଇବେ ।  କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କର ବିଶ୍ୱସ୍ଥ ଭାଜନ ହେବେ ।
ଦ୍ୱିଜା- କୈାଶଳ କ୍ରମେ କାର୍ଯ୍ୟସିଦ୍ଧି ହେବ । ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ ।  ନିଜର ପରିଶ୍ରମରେ ଅନେକ ପରିବର୍ତନ ଆଣିବେ ।
କୃତିକା- ଯାନବାହନ ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ସମୟରେ ଉଚିତ୍ ବୁଦ୍ଧି ସହିତ କାର‌୍ୟ୍ୟ କରିବେ । ଧନ ସଞ୍ଚୟ କରିବା ପାଇଁ କିଛି ସଂଘର୍ଷ ମଧ୍ୟ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ
ବୃଷ-
କୃତିକା-ବ୍ୟବସାୟ ସମ୍ବନ୍ଧରେ ବଡ ଚୁକ୍ତି ହୋଇପାରେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ହେବ । ମିତ୍ର ବନ୍ଧୁ ମାନଙ୍କ ପରିସର  ବୃଦ୍ଧି ପାଇବ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ  କରି କାର୍ଯ୍ୟରେ ସଫଳତା ପାଇବେ ।
ରୋହିଣୀ- ରାଜନୀତିରେ ବିରେଧୀ ଦଳ ବଢିବେ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ ।  ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଭଲ ରହିବ । ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ମୃଗଶିରା- ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ  ପାରିବେ । ଉତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ । ଯାନ ବାହନରେ ଚଳାଚଳରେ ସତର୍କ ରୁହନ୍ତୁ ।     
ଶୁଭ ରଙ୍ଗ- ଧଳା  ଏବଂ ଶୁଭ  ସଂଖ୍ୟା- ୬
ପ୍ରତିକାର- ଶ୍ରୀ  ଗୌରି ଗଣେଶଙ୍କୁ ପୂଜା କରିଲେ ଆପଣଙ୍କର କାମ ସଫଳ ହେବ । 
ମିଥୁନ-
ମୃଗଶିରା- କର୍ମ କ୍ଷେତ୍ରରେ ବାଧା ଆସିଲେ ମଧ୍ୟ ସଫଳତା ହାସଲ କରିବେ । ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ ।
ଆଦ୍ରା- ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କର ପ୍ରଶଂସାର ପାତ୍ର ହେବେ । ଆୟବୃଦ୍ଧି, ଋଣମୁକ୍ତି ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ଶତୃମାନଙ୍କୁ ମୁକାବିଲା କରି ପାରିବେ ।
ପୁନର୍ବସୁ- ସାମାଜିକ କ୍ଷେତ୍ରରେ ମାନ୍ୟତା ଅର୍ଜ୍ଜନ କରିବେ ।ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ବୃଦ୍ଧି ପାଇବ । ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ଲାଭ କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କର୍କଟ-
ପୁନର୍ବସୁ- ଶରିରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ ।
ପୁଷ୍ୟା- କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ । ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍  ହେବେ । ଶତୃମାନେ ମିତ୍ରପରି ବ୍ୟବହାର କରିବେ । ଭାଷଣ ବାଜିରେ କ୍ରୋଧକୁ ଆୟତ କରିବା ଉଚିତ୍ ।
ଅଶ୍ଲେଷା- ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ । କୈାଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ।                                  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ବୃଦ୍ଧି ମିଳିପାରେ । ନିଜର ଆନ୍ତରିକ ସମୟ ସେବାରେ ଲଗାନ୍ତୁ ଏହା ଆପଣଙ୍କ ପରିବାର ଲୋକଙ୍କୁ ଖୁସି ଓ ଶାନ୍ତି ଦେବ । ପ୍ରତ୍ୟେକଟି ନିଷ୍ପତି ଭାବିଚିନ୍ତି ନିଅନ୍ତୁ ।  
ପୂ,ଫାଲଗୁନି- ସମାଜ ସେବା କରି ନିଜକୁ ଧନ୍ୟ ମନେ କରିପାରନ୍ତି । ଆଜି ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଖୁସି ରହିବ । ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି ।
ଉ,ଫାଲଗୁନି- ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ । କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢାଇବେ । ଆପଣଙ୍କ ଧନ ଧାର୍ମିକ କାର‌୍ୟ୍ୟରେ ଲଗାଇପାରନ୍ତି ।  
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉ,ଫଳଗୁନି- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ଦାମ୍ପତ୍ୟ ଜୀବନରେ ସମାନ୍ୟ ତିକ୍ତତା ଦେଖାଦେଇପାରେ ।
ହସ୍ତା- ବ୍ୟବସାୟରେ ନୂଆ କୈାଶଳ ପ୍ରୟୋଗ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ମର୍ଯ୍ୟଦା ଲାଭ କରିବେ ।
ଚିତ୍ରା- ଗୃହିଣୀଙ୍କ ପାଇଁ ମିଶ୍ରିତ ଫଳ ରହିବ । ଗୁରୁଜନଙ୍କ ସହ ଆଲୋଚନା କରି ନୂତନ କାର‌୍ୟ୍ୟ ଆରମ୍ଭ କରି ପାରିବେ । ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ
ତୁଳା-
ଚିତ୍ରା- ବିଶେଷ କରି ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ହେବ । ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ । ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ ।
ସ୍ୱାତୀ- ରାଜନୈତିକ କ୍ଷେତ୍ରରେ ବିବାଦିୟ ପରିସ୍ଥିତି ଦେଖାଦେଇ ପାରେ । ଆର୍ଥିକ ଦୃଷ୍ଟିରୁ,  ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ।  ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ ।    
ବିଶାଖା- ପରିବାରରେ ସମ୍ପତି ଜନିତ ବିବାଦ ସୃଷ୍ଟି ହୋଇପାରେ । ନୂତନ ବନ୍ଧୁ କରିବାରେ ସମର୍ଥ ହେବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।     
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ । ବାଣିଜ୍ୟରେ ଆତ୍ମବୃଦ୍ଧି ଓ ସଞୟ ହେବ । ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ ।
ଅନୁରାଧା- ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଜନଙ୍କ ପାଖରେ ଆଦୃତ ହେବେ । କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଜ୍ୟେଷ୍ଠା- ଆକସ୍ମିକ ଧନ ଲାଭ ହୋଇପାରେ । କିଛି  ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ । ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିିଛି । ବ୍ୟବସାୟରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବା ପରେ ସଫଳତାପାଇବେ ।
ପୂ,ଷାଢା- ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ସାମ୍ବାଦିକମାନେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । କର୍ମ କ୍ଷେତ୍ରରେ ଅହଂକାରକୁ ତ୍ୟାଗ କରନ୍ତୁ । 
ଉ,ଷାଢା- ସରକାରୀ ସାହାର୍ଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପାଇବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ଶ୍ରମିକ ଓ କର୍ମଚାରୀ ମାନେ କଠିନ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ  ରକ୍ଷକ ସ୍ତୋତ୍ର ପାଠ କରନ୍ତୁ
ମକର-
ଉ,ଷାଢା- ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ । ପିଲାମାନଙ୍କୁ ନେଇ ଗର୍ବିତ ଅନୁଭବ କରିବେ ।
ଶ୍ରବଣା- ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ ।  ଛାତ୍ର ଛତ୍ରୀ ମାନେ ଅଧିକ  ସମୟ ଖେଳରେ କଟାଇବେ । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।
ଧନିଷ୍ଠା- ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇ ଯିବ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- କର୍ମରେ ପରିବର୍ତନ ହେବା ସହିତ ଉନ୍ନତିର ଯୋଗ ରହିଛି । ଶାରୀରିକ ସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଉନ୍ନତି କରିବେ । 
ଶତଭିଷା- ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ ।  ଛାତ୍ର ଛାତ୍ରୀମାନେ ନିଜ କ୍ୟାରିୟର କୁ ନେଇ ଚିନ୍ତିତ ରହିବେ ।
ପୂ,ଭାଦ୍ରପଦ- ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ବେଳେବେଳେ ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ । କୈାଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପ୍ରେମିକା, ପ୍ରେମିକ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ । ଅଫିସ୍‌ରେ ଆପଣଙ୍କର କାମରେ ଖୁସି ହୋଇ ସହକର୍ମୀ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ମାନସିକ ସ୍ତରରେ ଉନ୍ନତି ଆସିବ ।
ଉ,ଭାଦ୍ରପଦ- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି  ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ରେବତୀ- ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ । ପରିବାରରେ ଅଯଥା ଝଗଡା ବଢିଯିବା ଫଳରେ ନିଜେ ଲଜ୍ଜିତ  ହେବ । କ୍ୟାରୀୟରରେ ସକାରାତ୍ମକ ପ୍ରଭାବ ପଡିବ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ

Advertisment
Horoscope
Advertisment
Related Articles
Advertisment