Advertisment

Nuapada Bypoll: ଆସିଲା ବଡ଼ ଖବର , ହଠାତ ଆଗେଇଲା କଂଗ୍ରେସ

ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୧୭ ରାଉଣ୍ଡ ସୁଦ୍ଧା ୫୬ ହଜାର ୮୧୯ ଭୋଟ୍‌ରେ ଆଗୁଆ । ୧୭ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୮୩,୫୭୨ ଭୋଟ୍ ।  ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୨୬,୭୫୩ ଭୋଟ୍ ।

author-image
Manas Ranjan Mohanty
congress

congress Photograph: (OTV)

ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୧୭ ରାଉଣ୍ଡ ସୁଦ୍ଧା ୫୬ ହଜାର ୮୧୯ ଭୋଟ୍‌ରେ ଆଗୁଆ । ୧୭ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୮୩,୫୭୨ ଭୋଟ୍ ।  ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୨୬,୭୫୩ ଭୋଟ୍ । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆ ଅଛନ୍ତି । ଭାରତୀୟ ଜନତା ପାର୍ଟି ଆଗେଇ ଚାଲିଛି। ଏହା ଡବଲ ଇଞ୍ଜିନ ସରକାର ଓ ନୂଆପଡ଼ାବାସୀଙ୍କ ଜିତ୍ ବୋଲି ଢୋଲକିଆ କହିଛନ୍ତି ।

Advertisment

୨୦୨୪ ନିର୍ବାଚନରେ ବାପା ପାଇଥିବା ଭୋଟ୍‌କୁ ଟପିଲେ ଜୟ ଢୋଲକିଆ। ୨୦୨୪ରେ ବାପା ରାଜେନ୍ଦ୍ର ଢୋଲକିଆ ପାଇଥିଲେ ୬୧,୮୨୨ ଭୋଟ୍‌ । ସେପଟେ ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଫଳାଫଳ ଘୋଷଣା ପରେ କରାଯିବ ସେଲିବ୍ରେସନ। 

ସେପଟେ ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ମନମୋହନ ସାମଲ । 'ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି' । 'ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ' । 'ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି' । 'ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି' । କଂଗ୍ରେସର ଆରୋପ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ। 

Advertisment
Advertisment