/odishatv-khabar/media/media_files/2026/02/06/ghaziabad-sisters-suicide-note-2026-02-06-09-24-16.jpg)
Ghaziabad Sisters Suicide Note Photograph: (OTV)
ଭାରତରେ ଘର, କୋରିଆନ୍ ହେବାକୁ ପାଗଳ । ୩ ନାବାଳିକା ଭଉଣୀଙ୍କୁ ଘାରିଥିଲା କୋରିଆନ୍ ହେବା ନିଶା । ପୂରଣ ହେଲାନି ଇଚ୍ଛା, ଶେଷରେ ସୁଇସାଇଡ୍ । ଉତ୍ତରପ୍ରଦେଶ ଗାଜିଆବାଦରେ ଘଟିଥିବା ଏପରି ଏକ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
କୁହାଯାଉଛି, କୋରିଆର କେ.ପୋପ୍ ଧର୍ମ ଆପଣାଇବାକୁ ଏକା ସଙ୍ଗେ ତିନି ଜଣ ଭଉଣୀ ଆତ୍ମହତ୍ୟା କରିଛନ୍ତି । ଏନେଇ ପୋଲିସ ମଧ୍ୟ ତଦନ୍ତ କରିବା ବେଳେ ସୁଇସାଇଡ୍ ନୋଟ୍ ଜବତ କରିଛି । ଆଉ ସେ ଶେଷ ଚିଠିରେ ଲେଖାଥିବା କିଛି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୁଇସାଇଡ୍ ନୋଟରେ ଲେଖା ରହିଛି, କୋରିଆନ୍ ପୋପ୍ ସଂସ୍କୃତି ପ୍ରତି ଆମର ଯଥେଷ୍ଟ ଭଲପାଇବା ଅଛି । କୋରିଆନଙ୍କ କାମ, ସେମାନଙ୍କ ସଂସ୍କୃତି ଏବଂ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଆମକୁ ବହୁତ ଭଲ ଲାଗୁଛି । ଖାଲି ଏତିକି ନୁହେଁ, କୋରିଆର ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ସେମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି ।
ଏମିତି ସେମାନଙ୍କ ଜୀବନର କେନ୍ଦ୍ର ବିନ୍ଦୁ ଭାବେ କୋରିଆର କଳାକାରଙ୍କୁ ସେମାନେ ବର୍ଣ୍ଣନା କରିଥିବା ସୁଇସାଇଟ୍ ନୋଟରେ ଲେଖିଥିବା ପୋଲିସ କହିଛି । ଏହା ବ୍ୟତୀତ ପୋଲିସ ଆହୁରି କହିଛି, ସେମାନଙ୍କ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟ୍ ଅନେକ ପୃଷ୍ଠାର । ସୁଇସାଇଡ୍ ନୋଟରେ କୋରିଆର କେ.ପୋପ୍ ଧର୍ମ ଏବଂ ଚାଲିଚଳନ ସେମାନଙ୍କ ଜୀବନ ପାଇଁ ବେଶ୍ ଗରୁତ୍ବପୂର୍ଣ୍ଣ ଥିବା ସେ ଦର୍ଶାଇଥିବା ପୋଲିସ କହିଛି ।
ପରିବାର ଲୋକଙ୍କ କହିବା କଥା, କରୋନା ସମୟରୁ ୩ ଭଉଣୀ ଅନଲାଇନ ଗେମ୍ ଖେଳୁଥିଲେ । ଗେମରେ ଏତେ ମଜିଯାଉଥିଲେ ଯେ ନିୟମିତ ସ୍କୁଲ ବି ଯାଉନଥିଲେ । ତେଣୁ ଘରଲୋକ ଗେମ୍ ଖେଳକୁ ବିରୋଧ କରୁଥିଲେ । ମଙ୍ଗଳବାର ରାତି ପାଖାପାଖି ସାଢେ ୨ଟା ସମୟରେ ୩ ଭଉଣୀ ଏକାସାଙ୍ଗେ ୯ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ଏ ସମ୍ପର୍କରେ ପୋଲିସର କହିବା କଥା, କୋରିଆନ ଗେମ୍ ଏକ ଟାସ୍କ ବେସଡ୍ ଗେମ୍, ସେଥିରେ ମୋଟ ୫୦ଟି ଟାସ୍କ ଥାଏ । ଫେବ୍ରୁଆରୀ ୩ ଅର୍ଥାତ୍ ଗତାକଲି ଗେମ୍ର ଶେଷ ଟାସ୍କ ଥିଲା । ୧୪ ବର୍ଷର ମଝିଆ ଝିଅ ଗେମ୍ ଲିଡର ଥିଲା ଓ ସେ ହିଁ କମାଣ୍ଡ ଦେଉଥିଲା । ସମସ୍ତ ତିନି ଭଉଣୀ ସବୁ ଟାସ୍କ ଏକାଠି କରୁଥିଲେ । ତେଣୁ ଟାସ୍କ ପୂରା କରିବାକୁ ଯାଇ ତିନି ଜଣ ଯାକ ଆତ୍ମହତ୍ୟା କରିଥିବାର ବି ସନ୍ଦେହ କରାଯାଉଛି । ହେଲେ ଏ ଯାଏଁ ଏହାର ପ୍ରକୃତ କାରଣ ଜଣାପଡିନି ।
ଅନଲାଇନ ଗେମ୍ ଯୋଗୁଁ ଜୀବନ ଯିବାର ଏହା ପ୍ରଥମ ଘଟଣା ନୁହେଁ । ସରକାର ଦେଶରେ ସମସ୍ତ ଟଙ୍କା ଲଗାଣକାରୀ ଅନଲାଇନ ଗେମ୍ ବ୍ୟାନ୍ କରିଛନ୍ତି । ଏପରି ଗେମିଂ ଆପ୍ର ବିଜ୍ଞାପନ କଲେ ୨ ବର୍ଷ ଯାଏ ଜେଲ ଓ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ନିୟମ ବି ରହିଛି । ତଥାପି ଏହି ଗେମିଂ ନିଶାରୁ ବର୍ତ୍ତି ପାରୁନାହାନ୍ତି ଯୁବପିଢି ।
Midnight Terror: ଗେଷ୍ଟହାଉସରେ ଗୁଣ୍ଡାରାଜ; କର୍ମଚାରୀଙ୍କୁ ପିଟିଲେ, କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟିଲେ

President Murmu's Final Day in Mayurbhanj: ଆଜି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଅନ୍ତିମ ଦିନ, ଆସନ୍ତାକାଲି ଓଡ଼ିଶାରୁ ଫେରିଯିବେ

Pariksha Pe Charcha: ପିଲାଙ୍କୁ ଟିପ୍ସ ଦେବେ ପିଏମ୍ ମୋଦି, ଟେନସନରୁ ମୁକ୍ତି ପାଇଁ ଦେଖାଇବେ ସ୍ମାର୍ଟ ବାଟ

Mini Train Derails at Yatra: ଯାତ୍ରାରେ ଲାଗିଥିବା ଟ୍ରେନ୍ ଦୋଳି ଛିଡ଼ିଗଲା, ଏକାଧିକ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)